ପ୍ଲାଜମା ଦାନ କଲେ ଛତ୍ରପୁର ଏସ୍‌ଡିପିଓ: ପ୍ରଶଂସା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ଗତ କିଛି ଦିନ ତଲେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ସେ ପୁଣିଥରେି କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ମଙ୍ଗଳବାର ସେ କଟକ ଏସ୍‌ସିବି ମେଡିକାଲ କଲେଜରେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ସେ ପ୍ଲାଜମା ଦାନ କରିଛନ୍ତି। ମାନବଜାତିର ତାଙ୍କର ଉଚ୍ଚ ସେବାକୁ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ପ୍ରଶଂସା କରିବା ସହ ଏ ନେଇ ଟୁଇଟ କରି ଜଣାଇଛନ୍ତି।