ପୁନର୍ବାର ପ୍ରତିମୂର୍ତ୍ତି ଉନ୍ମୋଚନ ଯୋଜନା ବାତିଲ

ପାରାଦୀପ,୩୧।୧୨(ଶରତ ରାଉତ):ପାରାଦୀପ ନୂଆବଜାର ଖଣ୍ଡିଆପାର୍କଠାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଘଟଣାକୁ ନେଇ ସୋମବାର ପାରାଦୀପ ରାଜନୀତି ଉଷ୍ମ ହୋଇଛି। ସକାଳୁ ସା ପର୍ଯ୍ୟନ୍ତ ପ୍ରତିମୂର୍ତ୍ତିକୁ ପୁନର୍ବାର ଉଦ୍‌ଘାଟନ କରାଯିବ ବୋଲି ପ୍ରସ୍ତୁତି ହୋଇଥିଲା। ଏପରିକି ନୂତନ ଫଳକ ମଧ୍ୟ ଆସି ଯାଇଥିଲା। ମାତ୍ର ଏହି ଉଦ୍‌ଘାଟନକୁ ବିରୋଧ କରାଯିବ ବୋଲି ଜଣାପଡ଼ିବା ପରେ ସାରେ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ରାଷ୍ଟ୍ରୀୟ ଶୋକ ଚାଲିଥିବାରୁ ଏପରି କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି।
ଖଣ୍ଡିଆପାର୍କଠାରେ ୨୦୨୧ରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସେତେବେଳେ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ପାରାଦୀପ ବନ୍ଦର ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ବନ୍ଦର ପ୍ରଶାସନ ଏହା କରିବ ବୋଲି ସେତେବେଳେ ସ୍ବୀକୃତି ଦେବା ସହ ତତ୍କାଳୀନ ଅଧ୍ୟକ୍ଷ ରିଙ୍କେଶ ରାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୧ ଡିସେମ୍ବର ୨୫ରେ ବାଜପେୟୀଙ୍କ ଜୟନ୍ତୀ ଉପଲକ୍ଷେ ଏହା କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ସେତେବେଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଉନ୍ମୋଚନ କରିବେ ବୋଲି ସ୍ଥିର କରାଯାଇଥିଲା। ମାତ୍ର ପାରାଦୀପ ବନ୍ଦର ପ୍ରଶାସନ ସେହି ପ୍ରତିମୂର୍ତ୍ତିକୁ ଧାର୍ଯ୍ୟ ସମୟରେ ଦେଇପାରିଲେ ନାହିଁ। ସେତେବେଳେ ଅପରାଜିତାଙ୍କ ସମର୍ଥକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ସମ୍ପର୍କ ସେତେ ଭଲ ନ ଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଏପରି ବିବାଦୀୟ ସ୍ଥିତିରେ ଟ୍ରଷ୍ଟ ପକ୍ଷରୁ ନୂଆ ପ୍ରତିମୂର୍ତ୍ତି ଆଣି ସେଦିନ (୨୫ା୧୨ା୨୦୨୧) ଲୋକାର୍ପଣ କରାଯାଇଥିଲା। ସେବେଠାରୁ ପାରାଦୀପ ଭାଜପା ମଧ୍ୟରେ ବିବାଦ ଲାଗି ରହିଥିଲା। କେତେଜଣ କର୍ମୀଙ୍କୁ ଦଳରୁ ନିଲମ୍ବନ ମଧ୍ୟ କରାଯାଇଥିଲା। ଉକ୍ତ ପ୍ରତିମୂର୍ତ୍ତି ସ୍ଥଳକୁ ପ୍ରାୟତଃ ରାଜ୍ୟ ଓ କେନ୍ଦ୍ର ଭାଜପା ନେତା ଯାଉ ନ ଥିଲେ। ୨୦୨୨ରେ ତତ୍କାଳୀନ ଭାଜପା ରାଜ୍ୟ ଅଧ୍ୟକ୍ଷ ସମୀର ମହାନ୍ତି ପାରାଦୀପ ଗସ୍ତ ବେଳେ ପ୍ରଥମଥର ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଚଳିତ ବର୍ଷ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦ୍‌ଘାଟନ କରିବାକୁ ଯିବାବେଳେ ଉକ୍ତ ପ୍ରତିମୂର୍ତ୍ତି ପାଖରେ ଅଟକି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରତିମୂର୍ତ୍ତି ପରିସରରେ ଅନାବନା ଗଛ ଉଠିଯାଇଥିଲା।
ଅପରପକ୍ଷେ ବିବାଦ ଭିତରେ ବାଜପେୟୀଙ୍କ ନାମରେ ପାରାଦୀପରେ ଦୁଇଟି ଟ୍ରଷ୍ଟ ହୋଇଛି। ଗୋଟିଏ ପକ୍ଷ ଜୟନ୍ତୀ ପାଳନ କରୁଥିବା ବେଳେ ଅନ୍ୟଟି ପାରାଦୀପ ମହୋତ୍ସବ କରୁଛନ୍ତି। ଚଳିତବର୍ଷ ପାରାଦୀପ ପୌରପରିଷଦ ପକ୍ଷରୁ ବାଜପେୟୀଙ୍କ ପ୍ରତିମୂର୍ତ୍ତି ପରିସରରେ ମରାମତି କାର୍ଯ୍ୟ କରାଯିବା ସହ ରଙ୍ଗ ଦିଆଯାଇଛି। ଏହି କାମ ଆଳରେ ପ୍ରତିମୂର୍ତ୍ତି ଉଦ୍‌ଘାଟନ ହେବ ବୋଲି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ଉଦ୍‌ଘାଟନ କରିବା ପାଇଁ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସ୍ଥାନୀୟ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଗତ୍‌ସିଂହପୁର ଏମ୍‌ପି ବିଭୁପ୍ରସାଦ ତରାଇ ଉପସ୍ଥିତ ରହିବେ ବୋଲି ଫଳକରେ ଦର୍ଶାଯାଇଥିଲା।
ଘଟଣା ସମ୍ପର୍କରେ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ଅଧ୍ୟକ୍ଷ ଅଜିତ କୁମାର ଦାସ କୁହନ୍ତି, ଆମେ ଏହାକୁ ଥରେ ଉଦ୍‌ଘାଟନ କରିସାରିଛୁ। ମଙ୍ଗଳବାର ପୌରପରିଷଦ ପକ୍ଷରୁ ଆୟୋଜିତ ଉଦ୍‌ଘାଟନକୁ ବିରୋଧ କରିଥା’ନ୍ତୁ। ତେବେ ଯାହା ହେଉ ପ୍ରଶାସନ ଶେଷ ସମୟରେ ପ୍ରତ୍ୟାହାର କରିନେଇଛନ୍ତି।
ଘଟଣା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କୁ ପଚାରିଲେ କୁହନ୍ତି, ଆମେ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରି ନ ଥା’ନ୍ତୁ। ଆମର ଯେଉଁ ନୂଆ କାମ ହୋଇଛି ତାହା ଉଦ୍‌ଘାଟନ ହୋଇଥା’ନ୍ତା। କିନ୍ତୁ ଦିବଂଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ଥିବାରୁ ତାହା ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri