ସର୍ବନିମ୍ନ ଇପିଏଫ୍‌ ପେନସନ ୯,୦୦୦ କରିବାକୁ ଯୋଜନା…

ନୂଆଦିଲ୍ଲୀ, ୫।୧ : କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ) ଏହାର ଧାରକମାନଙ୍କ ପାଇଁ ଖୁବ୍‌ ଶୀଘ୍ର ଖୁସି ଖବର ନେଇ ଆସିବାର ଆଶା ରହିଛି। ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଆଗାମୀ ଦିନରେ ଇପିଏଫ୍‌ ହିତାଧିକାରୀଙ୍କ ସର୍ବନିମ୍ନ ପେନସନରେ ବୃଦ୍ଧି କରାଯିବାର ଯୋଜନା ଅଛି। ଫେବୃଆରୀରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବାର ସମ୍ଭାବନା ଅଛି।

କର୍ମଚାରୀଙ୍କ ପେନସନ ସ୍କିମ ବା ଇପିଏସ ଅନ୍ତର୍ଗତ ସର୍ବନିମ୍ନ ପେନସନ ବୃଦ୍ଧି କରାଯିବାର ଯୋଜନା ରହିଛି। ଫଳରେ ସର୍ବନିମ୍ନ ମାସିକ ପେନସନ୍‌ ୧,୦୦୦ ଟଙ୍କା ରୁ ୯,୦୦୦ ଟଙ୍କାକୁ ବୃଦ୍ଧି ହୋଇପାରିବ। ଏନେଇ ପୂର୍ବରୁ ପେନସନଭୋଗୀମାନେ ଦାବି କରିଆସୁଥିଲେ। ସେହିପରି ଏ ସମ୍ପର୍କରେ ବହୁ ରାଉଣ୍ଡ ଆଲୋଚନା ହୋଇସାରିଛି।

ସଂସଦର ଷ୍ଟାଣ୍ଡିଂ କମିଟିର ସୁପାରିଶକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି। ଏହି ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଯେଉଁଥିରେ ନୂତନ ବେତନ ସଂକେତର କାର୍ଯ୍ୟକାରିତା ଏବଂ କର୍ମଚାରୀଙ୍କ ପେନସନ ସ୍କିମ ଅନ୍ତର୍ଗତ ସର୍ବନିମ୍ନ ପେନସନ ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରାଯାଇଛି।

ମାର୍ଚ୍ଚ ୨୦୨୧ରେ ସଂସଦର ଷ୍ଟାଣ୍ଡି କମିଟି ସର୍ବନିମ୍ନ ପେନସନ ରାଶି ୧,୦୦୦ ରୁ ୩,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଥିଲେ। ତେବେ ପେନସନଭୋଗୀମାନେ ଦାବି କରିଛନ୍ତି ଯେ, ପେନସନ ପରିମାଣକୁ ଅତି କମରେ ୯,୦୦୦ଟଙ୍କାକୁ ବୃଦ୍ଧି କରାଯିବା ଉଚିତ। ଏପରି ହେଲେ ଇପିଏସ୍‌-୯୫ ପେନସନଭୋଗୀମାନେ ଉପକୃତ ହୋଇପାରିବେ ବୋଲି ପେନସନଭୋଗୀମାନଙ୍କ ପକ୍ଷରୁ ଦାବି ହେଉଛି।

ଏନ୍ୟ ଏକ ପରାମର୍ଶରେ କୁହାଯାଇଛି ଯେ ଅବସର ପୂର୍ବରୁ କର୍ମଚାରୀଙ୍କ ଶେଷ ଦରମା ଅନୁଯାୟୀ ପେନସନ ସ୍ଥିର କରାଯିବା ଉଚିତ। ଏହି ପରାମର୍ଶକୁ ମଧ୍ୟ ହେବାକୁ ଥିବା ଶ୍ରମ ମନ୍ତ୍ରଣାଳୟର ବୈଠକରେ ବିଚାର କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri