ଭଞ୍ଜନଗର,୧୦।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନଏସଏସ) ପୁରୁଷ ଶାଖା (୧) ଓ ମହିଳା ଶାଖା ପରାମର୍ଶଦାତା କମିଟି ବୈଠକ ମଙ୍ଗଳବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାପତିତ୍ୱ କରି ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ଏବଂ ବର୍ଷ ତମାମ କିଭଳି କାର୍ଯ୍ୟକ୍ରମ ହେବ ସେନେଇ କହିଥିଲେ। ଚଳିତବର୍ଷ ବିଶେଷ କରି ଚାରା ରୋପଣ, ସରକାରୀ ଯୋଜନା ଉପରେ ସଚେତନତା କରିବା, ରକ୍ତଦାନ ଶିବିର ପ୍ରମୁଖ କାର୍ଯ୍ୟକ୍ରମ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ସପ୍ତାହ ବ୍ୟାପି ହେବାକୁ ଥିବା ଚାରା ରୋପଣ ଉତ୍ସବ କିଭଳି ସଫଳ ହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ପୁରୁଷ ଶାଖା ଯୋଜନା ଅଧିକାରୀ ସସ୍ମିତା ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ।
କମିଟିର ଅନ୍ୟ ସଭ୍ୟ ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରାଧ୍ୟାପକ ବିଭାସ ଦାସ, ଅଫିସର ସଭ୍ୟ ଭାବେ ସେଣ୍ଟ୍ରାଲ ରେଞ୍ଜର ପୃଥିବୀରାଜ ପ୍ରଧାନ, ପୁର୍ବତନ ଏନ ଏସ ଏସ ସଂଯୋଜକ ସନାତନ ବେହେରା, ସ୍ବେଚ୍ଛାସେବୀ ଅନୁଷ୍ଠାନ ସଭ୍ୟ ପ୍ରଶାନ୍ତ କୁମାର ରାଉତ, ମହିଳା ଶାଖାର ସହ ସଂଯୋଜିକା ଯୋତ୍ସନା ରାଣୀ ଦାସ, ପୁରୁଷ ଶାଖା ସହ ସଂଯୋଜକ ବୁଦ୍ଧିବନ୍ତ ବରିହା, ପୁରୁଷ ଶାଖା ଛାତ୍ର ପ୍ରତିନିଧି ଦୀପକ ସେଠୀ, ପ୍ରଦ୍ୟୁମ୍ନ ପୋଲାଇ, ମହିଳା ଶାଖା ସଭ୍ୟା ଛାତ୍ରୀ ସୁକନ୍ୟା ପ୍ରଧାନ, ଶତାବ୍ଦୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ରଖିଥିଲେ। ପୁରୁଷ ଶାଖା ସଂଯୋଜକ ବି ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।


