Posted inଜାତୀୟ

ଠାକରେ ଯୁଗ ଶେଷ କରିବାକୁ ଫନ୍ଦି : ଶିବସେନାକୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରିବାକୁ ଶିନ୍ଦେଙ୍କ ଉପରେ ଚାପ!…

ମୁମ୍ବାଇ,୨୧।୨ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ ବର୍ତ୍ତମାନ କେନ୍ଦ୍ରର ଚାପ ବଢ଼ିବାରେ ଲାଗିଛି। କେନ୍ଦ୍ର କ୍ୟାବିନେଟରେ ଶିବସେନାକୁ ସାମିଲ କରିବା ଲାଗି ଏହି ଚାପ ପଡ଼ିବାରେ ଲାଗିଛି। ଆସନ୍ତା ବର୍ଷ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ମଧ୍ୟରେ ଆଲୋଚନା ହେଉଛି ଯେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଶିବସେନା ସ୍ଥାନ ପାଇଲେ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ସୁଗମ ହେବ।

ଉଦ୍ଧବ ଠାକରେଙ୍କୁ ଦୁର୍ବଳ କରିବା ପାଇଁ ଏଭଳି କରାଯାଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଶିନ୍ଦେ ଦଳ ଆନୁଷ୍ଠାନିକ ଭାବରେ ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନ ପାଇବା ପରେ ଏବେ ଦଳକୁ କେନ୍ଦ୍ର ମୁହାଁ କରାଇବାର ଯୋଜନା କରାଯାଉଛି।

ଆସନ୍ତା ବର୍ଷ ମହାରାଷ୍ଟ୍ରରେ ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ଯଦି ମହାରାଷ୍ଟ୍ରରେ ଶିନ୍ଦେ ଦଳର ପରିଚୟ ପ୍ରତିଷ୍ଠା ହେବ ତେବେ ଆସନ୍ତା ବର୍ଷ ପୁନର୍ବାର କ୍ଷମତାକୁ ଫେରିବ। ତେବେ ଏନେଇ ଶିବସେନାକୁ ଯଥାଶୀଘ୍ର କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବାକୁ ପଡ଼ିବ।

ଏ ସମ୍ପର୍କରେ କେବଳ ଦଳ ମଧ୍ୟରେ ନିରନ୍ତର ଆଲୋଚନା ହୋଇନାହିଁ, ଦଳର ଏକ ପ୍ରତିନିଧୀ ମଧ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଦଳ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହରେ ମହାରାଷ୍ଟ୍ର ଆସିଥିବା ବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି।

ତେବେ ଶିବସେନା ସହ ଜଡିତ ବରିଷ୍ଠ ନେତାଙ୍କ ଅନୁସାରେ କେନ୍ଦ୍ର କ୍ୟାବିନେଟରେ ଦଳର ଯୋଗଦାନକୁ ନେଇ କୌଣସି କଳ୍ପନା ଜଳ୍ପନା ନାହିଁ। ସେମାନେ କହିଛନ୍ତି ଯେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବା ମାତ୍ରେ ଶିବସେନା ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବ। ମହାରାଷ୍ଟ୍ରର ରାଜନୈତିକ ବିଶ୍ଳେଷକ ହିମାଂଶୁ ଶିତୋଲେ କହିଛନ୍ତି ଯେ ନିର୍ବାଚନ ପାଖେଇ ଆସୁଥିବାରୁ ଶିବସେନା ଚାପରେ ରହିଛି।

ସେ କହିଛନ୍ତି ଯେ ଏହି ଚାପ କେବଳ ଯେ ଶିବସେନା ସ୍ବୀକୃତି ଅବା ନିର୍ବାଚନ ଚିହ୍ନ କିମ୍ବା କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇବା ନୁହେଁ। ଚାପ ହେଉଛି ୨୦୨୪ ବିଧାନସଭା ନିର୍ବାଚନରେ ଶିନ୍ଦେଙ୍କ ଦଳ ଶିବସେନାକୁ ପାଇବା ପରେ ଉଦ୍ଧବ ଠାକରେଙ୍କ ଦଳ ସହିତ ପ୍ରକୃତ ପରୀକ୍ଷା ସିଧାସଳଖ ହେବାକୁ ଯାଉଛି। ଏହି କାରଣରୁ କେବଳ ଶିବସେନା ନୁହେଁ ବରଂ ଭାଜପା ମଧ୍ୟ ମହାରାଷ୍ଟ୍ରର ସମସ୍ତ ରାଜନୈତିକ ସମୀକରଣକୁ ପ୍ରତ୍ୟେକ ଦୃଷ୍ଟିକୋଣରୁ ଆଗକୁ ବଢ଼ାଇବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri