Posted inଜାତୀୟ

ପିକେଙ୍କ ପରାମର୍ଶ, ବିରୋଧୀ ଦଳଙ୍କ ଭଳି ଆଚରଣ ଶିକ୍ଷାଲାଭ କରୁ କଂଗ୍ରେସ…

ନୂଆଦିଲ୍ଲୀ, ୧୨।୫ : ଭାରତୀୟ ରାଜନୀତିର ରଣନୀତିଜ୍ଞ ଭାବରେ ଜଣାଶୁଣା ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସକୁ ପରାମର୍ଶ ଦେଇଛନ୍ତି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ କଂଗ୍ରେସ ବିରୋଧୀ ଦଳ ଭଳି ଆଚରଣ ଶିକ୍ଷାଲାଭ କରିବା ଆବଶ୍ୟକ। ଇଣ୍ଡିଆନ ଏକ୍ସପ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରଶାନ୍ତ କିଶୋର କଂଗ୍ରେସ ଦଳ ସହ ହୋଇଥିବା ଆଲୋଚନା ଏବଂ କଂଗ୍ରେସକୁ କିପରି ପୁନର୍ଜୀବିତ କରାଯିବ ସେନେଇ ଏଭଳି କହିଛନ୍ତି।

କଂଗ୍ରେସ ଦଳର ନେତାମାନେ ଅନୁଭବ କରୁଛନ୍ତି ଯେ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବା ପରେ ଲୋକମାନେ କଂଗ୍ରେସକୁ ଭୋଟ ଦେବେ ଏବଂ ସେମାନେ ସରକାରଙ୍କ ନିକଟକୁ ଆସିବେ, ତେବେ ଏହି ଚିନ୍ତାଧାରା ଠିକ ନୁହେଁ। ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଛନ୍ତି ଯେ ଯଦି କୌଣସି ଦଳ ଭାବନ୍ତି ଯଦି ଭାଜପାକୁ ପରାସ୍ତ କରିହେବ ତେବେ ଭୁଲ ଅଟେ।

ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ଦଳ ଭାଜପା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମର୍ଥ ହେବେ ନାହିଁ। ଯଦି ବଳିଷ୍ଠ଼ ମିଳିତ ମଞ୍ଚ ଗଠନ କରି ଭାଜପାକୁ ଚ୍ୟାଲେଞ୍ଜ କରା ନଯାଏ, ତେବେ ଏହାକୁ ପରାଜିତ କରିବା ଲାଗି ଅଧିକ ସମୟ ଲାଗିବ।
କଂଗ୍ରେସ ଏହି ମାନସିକତାରୁ ବାହାରକୁ ଆସିବା ଆବଶ୍ୟକ ଯେ ସେମାନେ ଆଉ କ୍ଷମତାରେ ନାହାଁନ୍ତି। କଂଗ୍ରେସ ଉପରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଦଳ ଏପର୍ଯ୍ୟନ୍ତ କ୍ଷମତାରେ ନ ଥିବାରୁ ଏହି ମାନସିକତାରୁ ବାହାରି ଆସିବାକୁ ପଡ଼ିବ। ଉଦାହରଣ ସ୍ବରୂପ, ସେ କହିଛନ୍ତି, କ୍ଷମତାରେ ଥିବା ଏକ ଦଳ ବିରୋଧୀ ଦଳ ଅପେକ୍ଷା ଅଧିକ ମିଡିଆ କଭରେଜ ପାଇଥାଏ।

କଂଗ୍ରେସ ଏବେ ଯାହାବି କରୁଛି ତାହାର ଅଧିକ ମିଡ଼ିଆ କଭରେଜ୍‌ ମିଳି ପାରୁନାହିଁ। ଏହା ଏକ ଶାସକ ଦଳର ମାନସିକତାକୁ ପ୍ରତିଫଳିତ କରିଥାଏ, ଯାହା ଏପର୍ଯ୍ୟନ୍ତ ବିରୋଧୀ ଦଳ ହେବାର ସ୍ଥିତିକୁ ଆସିନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri