ପୁଣି ପୀୟୂଷଙ୍କ ପାଇଁ ବଢ଼ିଲା ଅଡୁଆ: ଆଉ ଛଢ଼ିବେନି ମଞ୍ଚକୁ, ବଢ଼ିଲା …

ଭୁବନେଶ୍ୱର,୧୦।୧: ଯାତ୍ରା ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି। ମଞ୍ଚ ବାରଣ ନେଇ ଭୁବନେଶ୍ବର କୋର୍ଟ ଅର୍ଡର କପ ମିଳିଛିି। ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ଅର୍ଡର କପି ମିଳିଥିବା ଜଣାପଡ଼ିଛି। ଆସନ୍ତା ୧୨ ତାରିଖରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଏ ନେଇ ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ ସୂଚନା ଦେଇଛନ୍ତି।

ପୂର୍ବରୁ ଗତ ୬ ମାସ ପରେ ଯାତ୍ରା ମଞ୍ଚକୁ ଚଢ଼ିଥିଲେ ପୀୟୂଷ। କହିଥିଲେ ଯାତ୍ରା ମଞ୍ଚରୁ ଦୂରେଇ ପାରିବେନି। ନ୍ୟାୟ ପାଳିକା ଉପରେ ବିଶ୍ୱାସ ଅଛି, ଧର୍ମର ଜୟ ହେବ।
ନୋଟିସ ପାଇ ନାହିଁ, ନୋଟିସ ପାଇଁ ଅପେକ୍ଷା କରିଛି ନୋଟିସ ନପାଇବା ପର୍ଯ୍ୟନ୍ତ ମୁଁ ମଞ୍ଚ ଚଢିବି। ଛୋଟିଆ କଥାର ସମାଧାନ ହୋଇ ଗଲେ ଭଲ ହୁଅନ୍ତା କାହା ପାଇଁ ବିବାଦ ମୋ ପାଇଁ ବିପଦ ପାଲଟିଛି। ୨ ବର୍ଷ ପାଇଁ ଯେଉଁ ଏଗ୍ରିମେଣ୍ଟ ଥିଲା ସାର୍ବଜନୀନ ହେବା ଦରକାର।

Dharitri – Odisha’s No.1 Odia Daily

Share