ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର

ବ୍ରହ୍ମପୁର,୨।୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ ସୋମବାର ଜିଲା ଦୌରାଜଜ୍‌ ଅଶାନ୍ତ କୁମାର ଦାସଙ୍କ କୋର୍ଟରେ ହାଜର ହୋଇଛନ୍ତି।

ପୂର୍ବରୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ଏହି ମାମଲାର କମିଟିମେଣ୍ଟ ହୋଇ ମାମଲାଟି ଜିଲା କୋର୍ଟକୁ ଆସିଥିଲା । ସୋମବାର ସମସ୍ତ ଅଭିଯୁକ୍ତ ଜିଲା କୋର୍ଟରେ ହାଜର ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା । ସେହି କ୍ରମରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବିକ୍ରମଙ୍କ ସମେତ ୧୪ ଅଭିଯୁକ୍ତ ଏବଂ ଫୁଲବାଣୀ ଜେଲରେ ଥିବା ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ କଡା ସୁରକ୍ଷାରେ କୋର୍ଟରେ ହାଜର କରାଯାଇଥିଲା।

ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ବିଜେଡି ନେତା ମଦନ ଦଳାଇ ଅସୁସ୍ଥ ଥିବାରୁ କୋର୍ଟରେ ସେ ହାଜର ହୋଇ ପାରି ନ ଥିଲେ। ତେଣୁ ଆସନ୍ତା ୬ ତାରିଖରେ ପୁଣି ଥରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ପାଇଁ ଜିଲା ଜଜ୍‌ ଦିନ ଧାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପୀତବାସଙ୍କୁ ଗତ ଅକ୍ଟୋବର ୬ ତାରିଖ ରାତିରେ ବୈକୁଣ୍ଠନଗର ଛକଠାରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ପୂର୍ବତନ ବିଧାୟକ ବିକ୍ରମ, ପୂର୍ବତନ ମେୟର ପିଣ୍ଟୁ, ବିଜେଡି ନେତା ମଦନ, ବିଜେଡି କର୍ପୋରେଟର ମଳୟ ବିଷୋୟୀ, ଶୂନ୍ୟଚନ୍ଦ୍ର ଦାଶ, ସୁନୀଲ ହୋତା, ଉମା ବିଷୋୟୀ, କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, କୁନ୍ଦ କୁମାର, ଶିଶୁପାଳ କୁମାର ପାଶ୍ବାନ, ଯୋଗୀ ରାଉତ, ରାଜେନ୍ଦ୍ର ସାହୁ, କାଳୁଚରଣ ଭୂୟାଁଙ୍କୁ ମିଶାଇ ମୋଟ ୧୬ ଜଣଙ୍କୁ ଗିରଫ କରିଥିଲା ।

ପୂର୍ବରୁ ଏହି ମାମଲାର ଅଭିଯୁକ୍ତମାନେ କୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ତାହା ଖାରଜ ହୋଇସାରିଛି । ଆଗାମୀ ଦିନରେ ଏଡିଜେ-୩ କୋର୍ଟରେ ଏହି ମାମଲାର ବିଚାର ହେବ ବୋଲି ଓକିଲ ପଟ୍ଟନାୟକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ଡ୍ରେନ୍‌ କବଳରେ ଶିଶୁ: ବାରମ୍ବାର ପଡ଼ିଲା ପରେ ବି…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡନଂ ପାଞ୍ଚ ତ୍ରିବେଣୀ ମଠ ଛକ ସାହିଠାରେ ଜଣେ ଶିଶୁ ଖେଳୁଥିବା ବେଳେ ହଟାତ ମୁକୁଳା ଡ୍ରେନରେ ପଡି…

ରେଷ୍ଟୁରାଣ୍ଟରେ ବିକୁଥିଲେ ମଦ: ଧରାପଡ଼ିଲେ ୩ ମାଲିକ

ଭୁବନେଶ୍ୱର,୨।୨: ଅବକାରୀ ବିଭାଗ ପକ୍ଷରୁ ସୋମବାର ରାଜଧାନୀରେ ବଡ଼ ଧରଣର ଚଢାଉ କରାଯାଇଛି। ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ସୋମବାର ୩ଜଣ ରେଷ୍ଟୁରାଣ୍ଟ ମାଲିକଙ୍କୁ…

ନିର୍ବାଚନ କମିଶନଙ୍କୁ ମମତାଙ୍କ ଚେତାବନୀ: ଦିଲ୍ଲୀରେ ହେବ SIR ଲଢେଇ

ନୂଆଦିଲ୍ଲୀ,୨।୨: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ କଡା ଚେତାବନୀ ଦେଇଛନ୍ତି ମମତା ବାନାର୍ଜୀ। ସେ ଅଭିଯୋଗ କରିଛନ୍ତି ଯେ, ସ୍ପେଶାଲ ଇନଟେନସିଭ ରିଭିଜନ୍ (SIR)…

ଯଦି ପାକିସ୍ତାନ ଫାଇନାଲକୁ ଯାଏ, ତେବେ ଭାରତ ସହ ଖେଳିବ ନା ନାହିଁ: ହୋଇଗଲା ବଡ଼ ନିଷ୍ପତ୍ତି

ଇସଲାମାବାଦ୍‌,୨।୨: ପାକିସ୍ତାନ ୨୦୨୬ ଟି-୨୦ ବିଶ୍ୱକପରେ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ…

ଭାରତର ବଜେଟ୍‌ ଯୋଗୁ କେଉଁ ଦେଶକୁ ବଡ଼ କ୍ଷତି, କାହାକୁ ମିଳିଲା ଫାଇଦା, ଜାଣନ୍ତୁ …

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ କେନ୍ଦ୍ର ବଜେଟ ୨୦୨୬-୨୭ ଉପସ୍ଥାପନ କରିଥିଲେ। ଘରୋଇ ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ ରହିଥିଲେ ମଧ୍ୟ, ବଜେଟ ଭାରତର…

ଲଦାଖକୁ ନେପାଳ, ବାଂଲାଦେଶ କରିବାକୁ ଚାହୁଁଥିଲେ ୱାଙ୍ଗଚୁକ!

ନୂଆଦିଲ୍ଲୀ,୨।୨: ଲଦାଖର ବିଶିଷ୍ଟ ସାମାଜିକ କର୍ମୀ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଅଟକ ରଖିବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସୋମବାର ଏହି…

ସମ୍ବଲପୁର ତହସିଲ ଦୁଇ ଭାଗ: ନିଯୁକ୍ତି ହେବେ ଅନେକ ଅମିନ-ଆରଆଇ କହିଲେ…

ସମ୍ବଲପୁର, ୨।୨(ପ୍ରମୋଦ ବହିଦାର): ସମ୍ବଲପୁରର ରାଜସ୍ବ ବିଭାଗ ଓ ବିକାଶମୂଳକ କାର୍ଯ୍ୟକୁ ନେଇ ସୋମବାର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ, ପ୍ରତି ୧୦ ସେକେଣ୍ଡରେ ହେବ ଏତେ କ୍ଷତି , ଜାଣିଲେ…

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ଟି-୨୦ ବିଶ୍ୱକପରେ ସେମାନଙ୍କର କ୍ରିକେଟ ଦଳ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri