ଜୀବନ ନେଲା ସାରଳା ବସ୍, ସଡ଼କ ଦୁର୍ଘଟଣାରେ ସାମ୍ବାଦିକାଙ୍କ ମୃତ୍ୟୁ

ପୁରୀ,୬ା୧: ପିପିଲିରେ ଆଜି ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ମହିଳା ସାମ୍ବାଦିକାଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମହିଳା ସାମ୍ବାଦିକା ଜଣକ ସ୍କୁଟି ଯୋଗେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ପୁରୀ- ଭୁବନେଶ୍ବର ମଙ୍ଗଳପୁର ଛକ ନିକଟରେ ସାରଳା ନାମକ ଏକ ବସ୍ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଦେଇ ବସଟି ସ୍କୁଟିକୁ କିଛି ଦୂର ଘୋଷାଡ଼ି ନେଇଥିଲା ।  ସ୍କୁଟିରେ ଦୁଇଜଣ ବସିଥିବା ବେଳେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ଗୁରୁତରଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ହସ୍ପିଟାଲ ନେଉଥିବା ବେଳେ ରାସ୍ତାରେ ଆଖି ବୁଜିଥିଲେ ।  ମହିଳା ସାମ୍ବାଦିକା ଜଣକ ଭୁବନେଶ୍ବରରେ ଏକ ଘରୋଇ ନ୍ୟୁଜ ଚ୍ୟାନେଲରେ କାମ କରୁଥିବା ସୂଚନା ରହିଛି  । ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡ୍ରାଇଭର ଏବଂ ହେଲପରଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

 

Dharitri – Odisha’s No.1 Odia Daily