ମାଟି ଉପରେ ଦିଶୁଛି ପାଣି ପାଇପ୍‌

ଯାଜପୁର,୧୩ା୪(ହର୍ଷବର୍ଦ୍ଧନ ବେହେରା): ବ୍ରାହ୍ମଣୀ ନଦୀରୁ ଯାଜପୁର ଜିଲାର ସୁକିନ୍ଦା ଖଣି ଅଞ୍ଚଳର ୫୨ ଗ୍ରାମକୁ ପାଇପ୍‌ ଯୋଗେ ଜଳଯୋଗାଣ ଲକ୍ଷ୍ୟ ପଥଚ୍ୟୁତ ହୋଇଛି। ଏହା ଦ୍ୱିତୀୟ ପ୍ରକଳ୍ପ ଭାବେ ଓଏମ୍‌ବିଏଡିସିି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରୁ ୧୦୧.୨୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ (ଏନ୍‌ସିସି)କୁ ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା ପ୍ରଦର୍ଶନ ଏହାର ପ୍ରମୁଖ କାରଣ ହୋଇଛି। ଏହାର ସୁଯୋଗରେ ଏନସିସି କେତେକ ପେଟି କଣ୍ଟ୍ରାକ୍ଟରଙ୍କ ଜରିଆରେ ଅତି ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରି ଏବଂ ଆବଶ୍ୟକ ଗାତ ନ ଖୋଳି ପାଇପ୍‌ ବିଛାଯାଇଛି। ତେଣୁ ଏହାର ସ୍ଥାୟିତ୍ୱ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। କିନ୍ତୁ ଏହାକୁ ବିଭାଗୀୟ ଅଧିକାରୀମାନେ ସନ୍ତୋଷଯୋଗ୍ୟ କାର୍ଯ୍ୟ ବୋଲି ଦର୍ଶାଇଥିବାରୁ ଠିକାସଂସ୍ଥାକୁ ବିଲ୍‌ ପୈଠ ହୋଇଛି। ଏଥିରେ ବିପୁଳ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ସନ୍ଦେହ ହେଉଛି। ଏହିମର୍ମରେ ସୁକିନ୍ଦାଗଡ଼ ପଞ୍ଚାୟତବାସୀଙ୍କ ପକ୍ଷରୁ ଓଏମ୍‌ବିଏଡିସିର ସିଇଓ, ଯାଜପୁର ଜିଲାପାଳଙ୍କ ସହ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ଶାହା କମିଶନଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଖଣିଜ ପଦାର୍ଥ ଲୁଟିଥିବା ଲିଜଧାରୀଙ୍କଠାରୁ କ୍ଷତିପୁରଣ ବାବଦକୁ ୧୮ ହଜାର କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥରେ ଓଏମ୍‌ବିଏଡିସି ଗଠିତ ହୋଇଥିଲା। ଓଏମବିଏଡିସି ଅର୍ଥକୁ ବୋର୍ଡ ଅଫ୍‌ ଡାଇରେକ୍ଟର ଏବଂ ଓଭରସାଇଟ୍‌ ଅଥରିଟିଙ୍କ ଅନୁମୋଦନ ନେଇ ୭ଟି କ୍ଷେତ୍ରରେ ବ୍ୟୟ କରାଯିବା ପାଇଁ ସ୍ଥିର କରାଯିବା ପରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହିକ୍ରମରେ ଯାଜପୁର ଜିଲା ଖଣି ପ୍ରଭାବିତ ସୁକିନ୍ଦା ଅଞ୍ଚଳରେ ୩ଟି ପ୍ରକଳ୍ପ ପାଇଁ ୨୩୫.୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କାଳିଆପାଣି ଓ ଖଣି ପ୍ରଭାବିତ ୨୪ଟି ଗ୍ରାମ ପାଇଁ ସୁକିନ୍ଦା-୧ ପ୍ରକଳ୍ପରେ ୭୯.୮୫ କୋଟି, ୧୯ ଗ୍ରାମ ପାଇଁ ସୁକିନ୍ଦା-୨ ପ୍ରକଳ୍ପରେ ୫୪.୮୧ ଏବଂ ୫୨ ଗ୍ରାମଗୁଡ଼ିକ ପାଇଁ ସୁକିନ୍ଦା-୩ ପ୍ରକଳ୍ପରେ ୧୦୧.୮୧ କୋଟି ବ୍ୟୟଅଟକଳ ହୋଇଥିଲା। ପ୍ରଥମ ଏବଂ ଦ୍ୱିତୀୟ ପ୍ରକଳ୍ପ ଶେଷ ହୋଇ ନିର୍ଦ୍ଧାରିତ ଗ୍ରାମଗୁଡ଼ିକୁ ପାଇପ୍‌ ଯୋଗେ ଶୁଦ୍ଧ ଜଳ ଯୋଗାଇ ଦିଆଯାଉଛି ବୋଲି ବିଭାଗ ପକ୍ଷରୁ ଦାବି କରାଯାଇଛି। ତୃତୀୟ ପ୍ରକଳ୍ପ ପ୍ରାୟ ଶେଷ ଅବସ୍ଥାରେ ରହିଛି। କିନ୍ତୁ ବାସ୍ତବରେ ନିର୍ଦ୍ଧାରିତ ଗ୍ରାମଗୁଡ଼ିକୁ ଏଯାଏ ଜଳଯୋଗାଣ ହୋଇ ପାରି ନଥିବା ମତପ୍ରକାଶ ପାଇଛି। ଏନ୍‌ସିସି ଠିକାସଂସ୍ଥା ପକ୍ଷରୁ ନିମ୍ନମାନର କାର୍ଯ୍ୟ ଏହାର ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଇଛି।
ଲୋକାୟୁକ୍ତରେ ଗ୍ରାମବାସୀ କରିଥିବା ଅଭିଯୋଗ ଅନୁସାରେ ଏଚ୍‌ଡିପି ପାଇପ୍‌ ୯୦ ଏମ୍‌ଏମ୍‌ ଓ ୧୧୦ ଏମ୍‌ଏମ୍‌ ମାଟି ତଳେ ପୋତାଯାଇଛି। ୧ ମିଟର ମାଟି ତଳେ ଏହା ପୋତା ହେବା ସ୍ଥଳେ ବିଭିନ୍ନ ସ୍ଥାନରେ ୧ ଫୁଟ ତଳେ ପାଇପ୍‌ ପୋତି ନିଆଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ବାହାରକୁ ପାଇପ୍‌ ଦିଶୁଛି। କିନ୍ତୁ ୧ ମିଟର ତଳେ ପାଇପ୍‌ ପୋତାଯାଇଛି ବୋଲି ସରକାରଙ୍କୁ ରିପୋର୍ଟ ଦେଇ ବିପୁଳ କୋଟି ଟଙ୍କା ବିଲ୍‌ ଉଠାଯାଇଛି। ଏହା ପୂର୍ବରୁ ପ୍ରଥମ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ଉପରେ ବିଭାଗୀୟ ଯନ୍ତ୍ରୀ ପ୍ରାଧିକରଣ ପକ୍ଷରୁ ନିରୀକ୍ଷଣ କରାଯାଇଥିଲା। ନିରୀକ୍ଷଣ ବେଳେ ଆବଶ୍ୟକଠାରୁ କମ ଗାତ ଖୋଳି ପାଇପ୍‌ ବିଛା, ପାଟନାଠାରେ ନିର୍ମାଣାଧୀନ ଇଏସଆର ସ୍ତମ୍ଭରେ ସିଧା(ଭର୍ଟିକାଲ) ଭାବେ ନିର୍ମାଣ ନ ହେବା ଇତ୍ୟାଦି ଦେଖିବାକୁ ମିଳିଥିଲା। ଏହାପରେ ଇଞ୍ଜିନିୟର୍ସ ଅଥରିଟିର ରିପୋର୍ଟକୁ ଭିତ୍ତିକରି ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ ତାଙ୍କ ପତ୍ରସଂଖ୍ୟା ୭୨୨୮/୨୮ା୮ା୨୦୨୯ରେ କଟକ ଆରଡବ୍ଲ୍ୟୁଏସ୍‌ଏସ୍‌ ସର୍କିଲ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ପ୍ରକଳ୍ପ ଅଞ୍ଚଳ ବୁଲି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏହି ପ୍ରକଳ୍ପର ବିଭିନ୍ନ କଂକ୍ରିଟ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଷ୍ଟିଲ ସାମଗ୍ରୀର ଗୁଣାବତ୍ତା ଉପରେ ଯନ୍ତ୍ରୀ ପ୍ରାଧିକରଣର ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ ପକ୍ଷରୁ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଷ୍ଟିଲ ସାମଗ୍ରୀ ବ୍ୟବହାର ଅନୁପଯୋଗୀ ବୋଲି ଅଥରିଟି ଜାଣିବାକୁ ପାଇଁ ବିଭାଗକୁ ସୂଚିତ କରିଥିଲା। ଏହି ରିପୋର୍ଟ ଆଧାରରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ-ଚିଫ୍‌ ତାଙ୍କ ପତ୍ର ସଂଖ୍ୟା ୬୦୩୩/୧୫ା୭ା୨୦୨୯ରେ ସମ୍ପୃକ୍ତ କମ୍ପାନୀରୁ କିଣାଯାଇଥିବା ସମସ୍ତ ଷ୍ଟିଲ ସାମଗ୍ରୀକୁ ହଟାଇ ଦେବାକୁ ଠିକାସଂସ୍ଥା ଏନସିସିର ସିନିୟର ମେନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କେତେକ ବିଭାଗୀୟ ଅଧିକାରୀଙ୍କୁ ହାତ କରି ଏହି ବିପଦରୁ ମୁକୁଳିବାରେ ଏନସିସି ସଫଳ ହୋଇ ପାରିଥିଲା। ଏବେ ପୁଣି ଗ୍ରାମବାସୀଙ୍କ ପକ୍ଷରୁ ଅନୁରୂପ ଅଭିଯୋଗ ହୋଇଛି। ଠିକାସଂସ୍ଥା ଏନ୍‌ସିସି ଓ ବିଭାଗୀୟ ସମ୍ପୃକ୍ତ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରାରେ ଏଭଳି ନିମ୍ନମାନର କାମ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଅମଳେନ୍ଦୁ ବେହୁରା, ସତ୍ୟଜିତ ଦାସ, ତୁଷାର ରଞ୍ଜନ ଦାସ, ହମିଦ ଖାନ୍‌, କ୍ଷୀରୋଦ ନାୟକ, ସୁଶାନ୍ତ କୁମାର ମହାନ୍ତ ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ୨ ଦିନ ତଳେ ତଦନ୍ତରେ ଆସିଥିବା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଚିଫ ଇଞ୍ଜିନିୟର ମୋତିଲାଲ ତିଓ୍ବାରୀ କହିଥିଲେ, ତଦନ୍ତ ରିପୋର୍ଟ ଆସିବା ପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ତେବେ ଏହି ପ୍ରକଳ୍ପ ଆରମ୍ଭ ସମୟରେ ଚିଫ୍‌ ଇଞ୍ଜିନିୟର ତିଓ୍ବାରି ଚଣ୍ଡିଖୋଲ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ଥିଲେ। ତେଣୁ ଉକ୍ତ ତଦନ୍ତ ରିପୋର୍ଟ କେତେ ନିରପେକ୍ଷ ହେବ ତାହା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri