Posted inଜାତୀୟ

ପାଇଲଟ୍‌ଙ୍କ ଅସଫଳ ଆକ୍ରମଣ: ଶକ୍ତି ପରୀକ୍ଷା ଲାଗି ଅମଙ୍ଗ ଭାଜପା

ଜୟପୁର, ୧୪।୭: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ଯୁବନେତା ସଚିନ୍‌ ପାଇଲଟ୍‌ଙ୍କୁ ଏବେ ଦଳର ସମସ୍ତ ପଦବୀରୁ ହଟାଇ ଦିଆଯାଇଛି। ବିଦ୍ରୋହୀ ନେତା ସଚିନ୍‌ଙ୍କ ସମର୍ଥନରେ ୨୨ ବିଧାୟକ ରହିଥିବା କୁହାଯାଉଛି। ତେବେ ସେଥିମଧ୍ୟରୁ ୧୦ଜଣ ବିଧାୟକ ଭାଜପା ଶିବିରରେ ଯୋଗଦେବାକୁ ଚାହୁଁ ନାହାଁନ୍ତି। ମୂଳରୁ କଂଗ୍ରେସ ସପକ୍ଷରେ ରହି ଶେଷ ରାଜନୈତିକ ଜୀବନରେ ଭାଜପା ଶିବିରକୁ ଯିବାକୁ ସେମାନେ ନାପସନ୍ଦ କରୁଛନ୍ତି। ଫଳରେ ଭାଜପାର ଅପରେଶନ୍‌ ଲୋଟସ୍‌ ଫିକା ପଡ଼ିଯାଇଛି। ଅପରପକ୍ଷରେ ବୁଝି ବିଚାରି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ପାଇଲଟ୍‌ଙ୍କ ଆକ୍ରମଣ ଅସଫଳ ହୋଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ସଚିନ୍‌ଙ୍କ ପାଖରେ କମ୍‌ ସଂଖ୍ୟକ ବିଧାୟକ ଥିବାରୁ ଭାଜପା ବିଧାନସଭାରେ ଶକ୍ତି ପରୀକ୍ଷା ଲାଗି ଅମଙ୍ଗ ହେଉଛି। ରାଜ୍ୟର ରାଜନୈତିକ ସ୍ଥିତି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖାଯାଇଥିବା ଭାଜପା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଧାମ ମନ୍ଦିର କୋଭିଡ୍‌ ହଟ୍‌ସ୍ପଟ୍‌

ଲକ୍ଷ୍ନୌ,୧୮।୩(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ପ୍ରତାପଗଡ଼ ନିକଟରେ ଥିବା ଗୁରୁଧାମ ମନ୍ଦିର କୋଭିଡ୍‌ ହଟ୍‌ସ୍ପଟରେ ପରିଣତ ହୋଇଛି। ସେଠାରେ ଅନୁଷ୍ଠିତ ହୋଇଥିବା ୩ ଦିନିଆ ଧର୍ମସଭାକୁ ଆସିଥିବା ଅନେକ...

ସ୍ତ୍ରୀ ଝଗଡ଼ା କରିବାରୁ ଶିଶୁପୁତ୍ରର ମୁଣ୍ଡ କାନ୍ଥରେ ପିଟିଦେଲେ

ନୂଆଦିଲ୍ଲୀ,୮।୧୨: ସ୍ତ୍ରୀ ସହ ଝଗଡ଼ ହେବାରୁ ମଦ ନିଶାରେ ଥିବା ୨୬ ବର୍ଷୀୟ ଯୁବକ ୩ ମାସର ଶିଶୁ ପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା...

ଶନିବାର ୩ କୋଭିଡ ଭାକ୍ସିନ କେନ୍ଦ୍ର ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୩ଟି ଭାକ୍ସିନ ବିକାଶ କେନ୍ଦ୍ରକୁ ଗସ୍ତ କରିବେ। ଏହି ସମୟରେ ସେ ପୁନେ, ଅହମ୍ମଦାବାଦ ଓ ହାଇଦ୍ରାବାଦ...

ଦିଲ୍ଲୀରେ ୧୧୯ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ଦିଲ୍ଲୀରେ ଶୀତ ଦୀର୍ଘ ୧୧୯ ବର୍ଷର ରେକର୍ଡ ଭାଙ୍ଗିଛି। ସୋମବାରକୁ ଡିସେମ୍ବରର ସର୍ବାଧିକ ଥଣ୍ଡାଦିନ ବିବେଚିତ କରାଯାଇଛି। ସୋମବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ଥିଲା...

କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚିନ୍ତାରେ ବିଶ୍ୱ

କେପ୍‌ଟାଉନ/ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ବୈଜ୍ଞାନିକମାନେ କରିଛନ୍ତି ଯେ,...

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଘେରିଲା ଭାଜପା

ନୂଆଦିଲ୍ଲୀ,୭।୨: ଜିଏସଟି ମାମଲାରେ  ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ (ଓଏସଡି) ଗୋପାଳ...

ଭୋଟରଙ୍କୁ ମମତାଙ୍କ ନିବେଦନ: ମୁଁ ନ ଜିତିଲେ, ଆଉ କେହି ହୋଇଯିବେ ମୁଖ୍ୟମନ୍ତ୍ରୀ

କୋଲକାତା,୨୩।୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଚାର ବେବେଳେ ଲୋକଙ୍କୁ ସେ ବିଭିନ୍ନ ପ୍ରତିଶ୍ରୁତିମାନ ଦେଉଛନ୍ତି। ପ୍ରଚାର...

ଦିଲ୍ଲୀରେ ହାଇ ଅଲର୍ଟ: ଘରଘର ବୁଲି ୭୦୦୦ ବ୍ରିଟେନ୍‌ ଫେରନ୍ତାଙ୍କର ହେବ ଯାଞ୍ଚ୍‌

ନୂଆଦିଲ୍ଲୀ,୨୩।୧୨: ବ୍ରିଟେନ୍‌ରେ କରୋନା ଭୂତାଣୁର ନୂଆ ରୂପ ଏବେ ମାରାତ୍ମକ ସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ...

Advertisement
Archives

Model This Week