ନିବେଶକଙ୍କୁ ଠକୁଛନ୍ତି ପିଗ୍‌ ବଚରିଙ୍ଗ୍‌ ସ୍କାମର, ଜାଣନ୍ତୁ ଏହା କ’ଣ?

ଭୁବନେଶ୍ୱର,୨୩।୫ (ଅନୁରାଧା ମହାରଣା): ଷ୍ଟକ୍‌ ମାର୍କେଟରେ ପୁଞ୍ଜି ବିନିଯୋଗ କରିବା ଧାରା ବୃଦ୍ଧି ପାଉଥିବାବେଳେ ନୂତନ ପ୍ରକାର ଠକେଇ ଏବଂ ସ୍କାମ୍‌ ମଧ୍ୟ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହିପରି ଅନେକ ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ ଲୋକମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବ୍ୟବହାରକରି ବିପୁଳ ରିଟର୍ନ ଲୋଭ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଛନ୍ତି। ଏହି ପ୍ରକାର ଠକେଇକୁ ‘ପିଗ୍‌ ବଚରିଙ୍ଗ୍‌’ କୁହାଯାଉଛି। ଏହି ପ୍ରକାର ମାମଲା ଦ୍ରୁତଗତିରେ ବଢ଼ୁଥିବାବେଳେ ଶେୟାର ମାର୍କେଟରେ ଟଙ୍କା ବିନିଯୋଗକାରୀ ଏହାର ଶିକାର ହେଉଛନ୍ତି। ସାମାନ୍ୟ ଅସାବଧାନତା ଫଳରେ ନିବେଶକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ନିମିଷକରେ ଉଭାନ ହୋଇଯାଉଛି। କେବଳ ସାଧାରଣ ଲୋକ ନୁହନ୍ତି ବରଂ ଟେକ୍ନୋଲୋଜି ଏବଂ ବଜାର ନିବେଶ ସମ୍ପର୍କିତ ଗଭୀର ଜ୍ଞାନ ରଖୁଥିବା ଲୋକମାନେ ଏଥିରେ ଜଡ଼ିତ ଅଛନ୍ତି। ଅନେକ ସମୟରେ ଏକ ଅଜଣା ନମ୍ବରରୁ ଏକ ନୂତନ ହ୍ବାଟ୍ସ୍‌ଆପ୍‌ ଗ୍ରୁପ୍‌ ସହ ବ୍ୟକ୍ତି ଯୋଡ଼ିହୋଇଥା’ନ୍ତି। ଏହି ଗ୍ରୁପ୍‌ ଷ୍ଟକ୍‌ ମାର୍କେଟ କାରବାର ସହ ଜଡ଼ିତ ଥିବା ଭଳି ପ୍ରତୀୟମାନ ହୋଇଥାଏ। ମାତ୍ର ଏହା ହୋଇ ନ ଥାଏ। ବାସ୍ତବରେ ଏକ ବିଶାଳ ଡାଟାବେସ୍‌ ଡାର୍କ ୱେବ୍‌ରେ ବିକ୍ରି ହେଉଛି, ଯେଉଁଥିରେ କୋଟି କୋଟି ଲୋକଙ୍କ ସୂଚନା ଉପଲବ୍ଧ ହେଉଛି। ଏହି ସ୍କାମରମାନେ ଡାର୍କ ୱେବ୍‌ରୁ ତଥ୍ୟ କିଣନ୍ତି ଏବଂ ହ୍ବାଟ୍ସଆପ୍‌ କିମ୍ବା ଟେଲିଗ୍ରାମରେ ଏକ ଗୋଷ୍ଠୀ ବା ଗ୍ରୁପ୍‌ ସୃଷ୍ଟି କରି ଏଥିରେ ମିଳୁଥିବା ନମ୍ବରଗୁଡିକ ସାମିଲ କରିଥା’ନ୍ତି। ଏହି ଗୋଷ୍ଠୀରେ ତଥାକଥିତ ଷ୍ଟକ ମାର୍କେଟ ବିଶେଷଜ୍ଞ କିମ୍ବା ଷ୍ଟକ୍‌ ଗୁରୁ ମଧ୍ୟ ରହିଥାନ୍ତି। ସେହ ନକଲି ବିଶେଷଜ୍ଞଙ୍କ ନାମରେ ଗୋଷ୍ଠୀ ସଦସ୍ୟମାନଙ୍କୁ ଟିପ୍ସ ଦିଆଯାଏ। ସେହି ଟିପ୍ସଗୁଡ଼ିକ ଏପରି ଯେ ଲୋକମାନେ ମଧ୍ୟ ପ୍ରତାରିତ ହୁଅନ୍ତି। ଗ୍ରୁପ୍‌ରେ ବ୍ୟବସାୟିକ ଅଧ୍ୟୟନ ସାମଗ୍ରୀ ଇତ୍ୟାଦି ମଧ୍ୟ ଦିଆଯାଏ। ଅନେକ ଥର କିଛି ସବ୍‌ସ୍କ୍ରିପସନ ଚାର୍ଜ ମଧ୍ୟ ପଚରାଯାଏ। ଏପରି ଭାବେ ସ୍କାମରମାନେ ଗ୍ରୁପ୍‌ ସଦସ୍ୟଙ୍କ ବିଶ୍ୱାସଭାଜନ ହୋଇଥା’ନ୍ତି। ସ୍କାମରଙ୍କ ଦ୍ୱାରା ଏହିପରି ବ୍ୟକ୍ତିମାନେ ଗ୍ରୁପ୍‌ରେ ଯୋଡ଼ିହୋଇଥାନ୍ତି, ଯେଉଁମାନେ ଟିପ୍ସରେ ଉପକୃତ ହେବା ସହ ବିପୁଳ ଲାଭ ଉପାର୍ଜନ କରିଥିବା ଦର୍ଶାଇଥାନ୍ତି। ଏ ସମ୍ପର୍କିତ ନକଲି ସ୍କ୍ରିନ୍‌ସଟ୍‌ ମଧ୍ୟ ଶେୟାର କରିଥା’ନ୍ତି। ଏହିପରି ସ୍କାମରମାନେ ଫିସିଂ ୱେବ୍‌ସାଇଟ ଏବଂ ଆପ୍‌ର ସାହାଯ୍ୟ ନିଅନ୍ତି। ଏହି ଆପ୍‌ ଏବଂ ୱେବ୍‌ସାଇଟଗୁଡିକ କେବଳ ବାସ୍ତବ ଦେଖାଯାଏ ନାହିଁ ବରଂ ଏଥିରେ ଯୋଡ଼ିହେଉଥିବା ନିବେଶକାରୀ ଲାଭବାନ ହେଉଥିବା ପ୍ରତୀୟମାନ ହୁଏ। ପରବର୍ତ୍ତୀ ସମୟରେ ନିବେଶକ ଲକ୍ଷାଧିକ ଟଙ୍କା ବିନିଯୋଗ କରିବା ପରେ ସମସ୍ତ ଟଙ୍କା ସ୍କାମର ଠକି ନିଅନ୍ତି ଏବଂ ଆପ୍‌ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥାଏ।

ପିଗ୍‌ ବଚରିଙ୍ଗ୍‌ କ’ଣ?

ପିଗ୍‌ ବଚରିଙ୍ଗ୍‌ର ଅର୍ଥ ହେଉଛି ଘୁୁଷୁରି ହତ୍ୟା। ଘୁଷୁରିମାନଙ୍କୁ ମାଂସ ପାଇଁ ମାରିବା ପୂର୍ବରୁ ସେମାନଙ୍କୁ ପୂର୍ବରୁ ଖାଇବାକୁ ଦିଆଯାଏ ଏବଂ ହୃଷ୍ଟପୁଷ୍ଟ କରାଯାଏ। ସ୍କାମରମାନେ ମଧ୍ୟ ଏହି ସ୍କାମ୍‌ରେ ସମାନ କାର୍ଯ୍ୟ କରନ୍ତ। ସ୍କାମରମାନେ ବଚର ବା କଂସେଇ ଭାବରେ କାର୍ଯ୍ୟ କରନ୍ତି ଏବଂ ଘୁଷୁରି ବଦଳରେ ନିରୀହ ନିବେଶକମାନେ ଶିକାର ହୁଅନ୍ତି। ସ୍କାମର ପ୍ରଥମେ ନିବେଶକଙ୍କୁ ରୋଜଗାରର ପ୍ରତିଶ୍ରୁତି ଦେଇଥାଏ। ନିବେଶକମାନଙ୍କୁ ଆରମ୍ଭରେ କିଛି ଆକର୍ଷଣୀୟ ରିଟର୍ନ ଦିଆଯାଏ। ଏହା ନିବେଶକଙ୍କ ଲୋଭକୁ ବଢ଼ାଇଥାଏ ଏବଂ ସେ ନିଜ ବିନିଯୋଗ ଅଂଶ ବଢ଼ାଇଥାନ୍ତି। ପରିମାଣ ବଢ଼ିବା ମାତ୍ରେ ସ୍କାମର ଉକ୍ତ ଟଙ୍କାକୁ ଉଠାଇନେଇଥାଏ।

ପିଗ୍‌ ବଚରିଙ୍ଗ୍‌ ସ୍କାମ୍‌ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଅପ୍ରତ୍ୟାଶିତ ରିଟର୍ନ ଲୋଭରେ ପଡ଼ନ୍ତୁ ନାହିଁ। ହ୍ବାଟ୍ସଆପ୍‌ କିମ୍ବା ଟେଲିଗ୍ରାମରେ ଅଜଣା ଗ୍ରୁପ୍‌ରେ ମିଳୁଥିବା ଟିପ୍ସଠାରୁ ଦୂରରେ ରହିବା ଉଚିତ। କୌଣସି ସୋସିଆଲ ମିଡିଆ, ବାର୍ତ୍ତା କିମ୍ବା ଇମେଲ୍‌ ମାଧ୍ୟମରେ ଆସୁଥିବା ସନ୍ଦେହଜନକ ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ଉଚିତ ନୁହେଁ। କେବଳ ପରିଚିତ ବ୍ୟକ୍ତି କୌଣସି ଗ୍ରୁପ୍‌ରେ ଯୋଡ଼ିଲେ ଏହାର କାରଣ ଜାଣିବା ପରେ ହିଁ ଏଥିରେ ଯୋଡ଼ିହୁଅନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଜାଣିଥିବା ଭରସାଯୋଗ୍ୟ ବଜାର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଯଦି ଠକେଇର ଶିକାର ହେବାର ସାମାନ୍ୟତମ ସନ୍ଦେହ ହୁଏ ତେବେ ଗ୍ରୁପ୍‌ ବ୍ଲକ୍‌ କରିବା ଆବଶ୍ୟକ।
-ତ୍ରିନାଥ ଲେଙ୍କା, ଅର୍ଥନୀତି ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ଭାରତୀୟ ରେଳପଥ

ଭୁବନେଶ୍ୱର, ୧୬।୬ (ଅନୁରାଧା ମହାରଣା): ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମ୍‌କା ବୁକ୍‌...

ବଜାରରେ ଅମୂଲର ନୂତନ ଉତ୍ପାଦ ସମ୍ଭାର

ଭୁବନେଶ୍ୱର,୧୬।୬ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାେକେଟିିଂ ଫେଡେରେଶନ ଲିମିଟେଡ୍‌ (ଜିସିଏମ୍‌ଏମ୍‌ଏଫ୍‌ ଲିମିଟେଡ୍‌) ର ଅଗ୍ରଣୀ ବ୍ରାଣ୍ଡ...

ବାପାଙ୍କ ପାଇଁ ୩୫% ପିଲା କରିଛନ୍ତି ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର,୧୬।୬(ଅନୁରାଧା ମହାରଣା): ବାପାମାନେ ପରିବାରର ମୂଳଦୁଆ ହୋଇଥିବାବେଳେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ଯଥା ସମ୍ଭବ ପ୍ରଚେଷ୍ଟା କରିଥା’ନ୍ତି। ପିଲାମାନେ ବର୍ତ୍ତମାନ ବାପାଙ୍କ ପ୍ରତି...

କର୍ମଚାରୀଙ୍କୁ ବଡ଼ ଝଟ୍‌କା, ଆଗୁଆ ଟଙ୍କା ଉଠାଣ ସୁବିଧା ବନ୍ଦ କଲା EPFO !

ନୂଆଦିଲ୍ଲୀ,୧୫।୬: ସମଗ୍ର ଦେଶରେ କରୋନା ମହାମାରୀ ସମୟରେ ଦିଆଯାଇଥିବା କୋଭିଡ୍‌ ଅଗ୍ରୀମ ଟଙ୍କା ଉଠାଇବା ସୁବିଧାକୁ ବର୍ତ୍ତମାନ ବନ୍ଦ କରିଛି ଇପିଏଫ୍‌ଓ। ଦେଶରେ ଏବେ କରୋନା...

ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ ମାନୁଆଲର ପ୍ରଥମ ସଂସ୍କରଣ

ଭୁବନେଶ୍ୱର,୧୫।୬: ଇଣ୍ଡିଆନ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଡେଭଲପମେଣ୍ଟ ଆସୋସିଏସନ (ଆଇଏସ୍‌ଏସ୍‌ଡିଏ)ର ବହୁ ପ୍ରତୀକ୍ଷିତ ତଥା ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ୍‌ ମାନୁଆଲର ପ୍ରଥମ ଭାରତୀୟ ସଂସ୍କରଣ ନିକଟରେ ଉନ୍ମୋଚିତ...

ଜେଇଇ ଆଡ୍‌ଭାନ୍ସଡ୍‌ରେ ଆକାଶର ବାଜିମାତ୍‌

ଭୁବନେଶ୍ୱର,୧୫।୬: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ (ଏଇଏସ୍‌ଏଲ୍‌)ର ଛାତ୍ରୀଛାତ୍ରମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମ ବା ଜେଇଇ ଆଡ୍‌ଭାନ୍ସଡ୍‌-୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ୍‌ କରିଛନ୍ତି।...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସ୍ଥିରତା ସପ୍ତାହ

ଭୁବନେଶ୍ୱର,୧୫।୬: ଆର୍ସଲରମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ର ଓଡ଼ିଶା ୟୁନିଟ୍‌ରେ ସ୍ଥିରତା ସପ୍ତାହ (ସଷ୍ଟେନାବିଲିଟି ଉଇକ୍‌) ପାଳିତ ହୋଇଯାଇଛି। ଏହି ଅବସରରେ ଜେନେରେଶନ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୧୩୦୦ ଜିଏସ୍‌

ଭୁବନେଶ୍ୱର,୧୫।୬ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ଦୁଇଚକିଆ ଯାନ ତଥା ଅନ୍ତଃରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ୍‌ ବିଏମ୍‌ଡବ୍ଲ୍ୟୁ (ବିଏମ୍‌ଡବ୍ଲ୍ୟୁ ମୋଟୋରାଡ୍‌ ଇଣ୍ଡିଆ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri