ନିବେଶକଙ୍କୁ ଠକୁଛନ୍ତି ପିଗ୍‌ ବଚରିଙ୍ଗ୍‌ ସ୍କାମର, ଜାଣନ୍ତୁ ଏହା କ’ଣ?

ଭୁବନେଶ୍ୱର,୨୩।୫ (ଅନୁରାଧା ମହାରଣା): ଷ୍ଟକ୍‌ ମାର୍କେଟରେ ପୁଞ୍ଜି ବିନିଯୋଗ କରିବା ଧାରା ବୃଦ୍ଧି ପାଉଥିବାବେଳେ ନୂତନ ପ୍ରକାର ଠକେଇ ଏବଂ ସ୍କାମ୍‌ ମଧ୍ୟ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହିପରି ଅନେକ ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ ଲୋକମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବ୍ୟବହାରକରି ବିପୁଳ ରିଟର୍ନ ଲୋଭ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଛନ୍ତି। ଏହି ପ୍ରକାର ଠକେଇକୁ ‘ପିଗ୍‌ ବଚରିଙ୍ଗ୍‌’ କୁହାଯାଉଛି। ଏହି ପ୍ରକାର ମାମଲା ଦ୍ରୁତଗତିରେ ବଢ଼ୁଥିବାବେଳେ ଶେୟାର ମାର୍କେଟରେ ଟଙ୍କା ବିନିଯୋଗକାରୀ ଏହାର ଶିକାର ହେଉଛନ୍ତି। ସାମାନ୍ୟ ଅସାବଧାନତା ଫଳରେ ନିବେଶକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ନିମିଷକରେ ଉଭାନ ହୋଇଯାଉଛି। କେବଳ ସାଧାରଣ ଲୋକ ନୁହନ୍ତି ବରଂ ଟେକ୍ନୋଲୋଜି ଏବଂ ବଜାର ନିବେଶ ସମ୍ପର୍କିତ ଗଭୀର ଜ୍ଞାନ ରଖୁଥିବା ଲୋକମାନେ ଏଥିରେ ଜଡ଼ିତ ଅଛନ୍ତି। ଅନେକ ସମୟରେ ଏକ ଅଜଣା ନମ୍ବରରୁ ଏକ ନୂତନ ହ୍ବାଟ୍ସ୍‌ଆପ୍‌ ଗ୍ରୁପ୍‌ ସହ ବ୍ୟକ୍ତି ଯୋଡ଼ିହୋଇଥା’ନ୍ତି। ଏହି ଗ୍ରୁପ୍‌ ଷ୍ଟକ୍‌ ମାର୍କେଟ କାରବାର ସହ ଜଡ଼ିତ ଥିବା ଭଳି ପ୍ରତୀୟମାନ ହୋଇଥାଏ। ମାତ୍ର ଏହା ହୋଇ ନ ଥାଏ। ବାସ୍ତବରେ ଏକ ବିଶାଳ ଡାଟାବେସ୍‌ ଡାର୍କ ୱେବ୍‌ରେ ବିକ୍ରି ହେଉଛି, ଯେଉଁଥିରେ କୋଟି କୋଟି ଲୋକଙ୍କ ସୂଚନା ଉପଲବ୍ଧ ହେଉଛି। ଏହି ସ୍କାମରମାନେ ଡାର୍କ ୱେବ୍‌ରୁ ତଥ୍ୟ କିଣନ୍ତି ଏବଂ ହ୍ବାଟ୍ସଆପ୍‌ କିମ୍ବା ଟେଲିଗ୍ରାମରେ ଏକ ଗୋଷ୍ଠୀ ବା ଗ୍ରୁପ୍‌ ସୃଷ୍ଟି କରି ଏଥିରେ ମିଳୁଥିବା ନମ୍ବରଗୁଡିକ ସାମିଲ କରିଥା’ନ୍ତି। ଏହି ଗୋଷ୍ଠୀରେ ତଥାକଥିତ ଷ୍ଟକ ମାର୍କେଟ ବିଶେଷଜ୍ଞ କିମ୍ବା ଷ୍ଟକ୍‌ ଗୁରୁ ମଧ୍ୟ ରହିଥାନ୍ତି। ସେହ ନକଲି ବିଶେଷଜ୍ଞଙ୍କ ନାମରେ ଗୋଷ୍ଠୀ ସଦସ୍ୟମାନଙ୍କୁ ଟିପ୍ସ ଦିଆଯାଏ। ସେହି ଟିପ୍ସଗୁଡ଼ିକ ଏପରି ଯେ ଲୋକମାନେ ମଧ୍ୟ ପ୍ରତାରିତ ହୁଅନ୍ତି। ଗ୍ରୁପ୍‌ରେ ବ୍ୟବସାୟିକ ଅଧ୍ୟୟନ ସାମଗ୍ରୀ ଇତ୍ୟାଦି ମଧ୍ୟ ଦିଆଯାଏ। ଅନେକ ଥର କିଛି ସବ୍‌ସ୍କ୍ରିପସନ ଚାର୍ଜ ମଧ୍ୟ ପଚରାଯାଏ। ଏପରି ଭାବେ ସ୍କାମରମାନେ ଗ୍ରୁପ୍‌ ସଦସ୍ୟଙ୍କ ବିଶ୍ୱାସଭାଜନ ହୋଇଥା’ନ୍ତି। ସ୍କାମରଙ୍କ ଦ୍ୱାରା ଏହିପରି ବ୍ୟକ୍ତିମାନେ ଗ୍ରୁପ୍‌ରେ ଯୋଡ଼ିହୋଇଥାନ୍ତି, ଯେଉଁମାନେ ଟିପ୍ସରେ ଉପକୃତ ହେବା ସହ ବିପୁଳ ଲାଭ ଉପାର୍ଜନ କରିଥିବା ଦର୍ଶାଇଥାନ୍ତି। ଏ ସମ୍ପର୍କିତ ନକଲି ସ୍କ୍ରିନ୍‌ସଟ୍‌ ମଧ୍ୟ ଶେୟାର କରିଥା’ନ୍ତି। ଏହିପରି ସ୍କାମରମାନେ ଫିସିଂ ୱେବ୍‌ସାଇଟ ଏବଂ ଆପ୍‌ର ସାହାଯ୍ୟ ନିଅନ୍ତି। ଏହି ଆପ୍‌ ଏବଂ ୱେବ୍‌ସାଇଟଗୁଡିକ କେବଳ ବାସ୍ତବ ଦେଖାଯାଏ ନାହିଁ ବରଂ ଏଥିରେ ଯୋଡ଼ିହେଉଥିବା ନିବେଶକାରୀ ଲାଭବାନ ହେଉଥିବା ପ୍ରତୀୟମାନ ହୁଏ। ପରବର୍ତ୍ତୀ ସମୟରେ ନିବେଶକ ଲକ୍ଷାଧିକ ଟଙ୍କା ବିନିଯୋଗ କରିବା ପରେ ସମସ୍ତ ଟଙ୍କା ସ୍କାମର ଠକି ନିଅନ୍ତି ଏବଂ ଆପ୍‌ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥାଏ।

ପିଗ୍‌ ବଚରିଙ୍ଗ୍‌ କ’ଣ?

ପିଗ୍‌ ବଚରିଙ୍ଗ୍‌ର ଅର୍ଥ ହେଉଛି ଘୁୁଷୁରି ହତ୍ୟା। ଘୁଷୁରିମାନଙ୍କୁ ମାଂସ ପାଇଁ ମାରିବା ପୂର୍ବରୁ ସେମାନଙ୍କୁ ପୂର୍ବରୁ ଖାଇବାକୁ ଦିଆଯାଏ ଏବଂ ହୃଷ୍ଟପୁଷ୍ଟ କରାଯାଏ। ସ୍କାମରମାନେ ମଧ୍ୟ ଏହି ସ୍କାମ୍‌ରେ ସମାନ କାର୍ଯ୍ୟ କରନ୍ତ। ସ୍କାମରମାନେ ବଚର ବା କଂସେଇ ଭାବରେ କାର୍ଯ୍ୟ କରନ୍ତି ଏବଂ ଘୁଷୁରି ବଦଳରେ ନିରୀହ ନିବେଶକମାନେ ଶିକାର ହୁଅନ୍ତି। ସ୍କାମର ପ୍ରଥମେ ନିବେଶକଙ୍କୁ ରୋଜଗାରର ପ୍ରତିଶ୍ରୁତି ଦେଇଥାଏ। ନିବେଶକମାନଙ୍କୁ ଆରମ୍ଭରେ କିଛି ଆକର୍ଷଣୀୟ ରିଟର୍ନ ଦିଆଯାଏ। ଏହା ନିବେଶକଙ୍କ ଲୋଭକୁ ବଢ଼ାଇଥାଏ ଏବଂ ସେ ନିଜ ବିନିଯୋଗ ଅଂଶ ବଢ଼ାଇଥାନ୍ତି। ପରିମାଣ ବଢ଼ିବା ମାତ୍ରେ ସ୍କାମର ଉକ୍ତ ଟଙ୍କାକୁ ଉଠାଇନେଇଥାଏ।

ପିଗ୍‌ ବଚରିଙ୍ଗ୍‌ ସ୍କାମ୍‌ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଅପ୍ରତ୍ୟାଶିତ ରିଟର୍ନ ଲୋଭରେ ପଡ଼ନ୍ତୁ ନାହିଁ। ହ୍ବାଟ୍ସଆପ୍‌ କିମ୍ବା ଟେଲିଗ୍ରାମରେ ଅଜଣା ଗ୍ରୁପ୍‌ରେ ମିଳୁଥିବା ଟିପ୍ସଠାରୁ ଦୂରରେ ରହିବା ଉଚିତ। କୌଣସି ସୋସିଆଲ ମିଡିଆ, ବାର୍ତ୍ତା କିମ୍ବା ଇମେଲ୍‌ ମାଧ୍ୟମରେ ଆସୁଥିବା ସନ୍ଦେହଜନକ ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ଉଚିତ ନୁହେଁ। କେବଳ ପରିଚିତ ବ୍ୟକ୍ତି କୌଣସି ଗ୍ରୁପ୍‌ରେ ଯୋଡ଼ିଲେ ଏହାର କାରଣ ଜାଣିବା ପରେ ହିଁ ଏଥିରେ ଯୋଡ଼ିହୁଅନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଜାଣିଥିବା ଭରସାଯୋଗ୍ୟ ବଜାର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଯଦି ଠକେଇର ଶିକାର ହେବାର ସାମାନ୍ୟତମ ସନ୍ଦେହ ହୁଏ ତେବେ ଗ୍ରୁପ୍‌ ବ୍ଲକ୍‌ କରିବା ଆବଶ୍ୟକ।
-ତ୍ରିନାଥ ଲେଙ୍କା, ଅର୍ଥନୀତି ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?