ଖଡ଼ିଆଳ,୫।୧୦.(ସୁଜିତ କୁମାର ପ୍ରଧାନ ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଘାଟିରେ ଭାରସାମ୍ୟ ହରାଇ ଓଳଟିପଡ଼ିଲା ପିକଅପ୍ ଭ୍ୟାନ। ଭ୍ୟାନରେ ଥିବା ୨୦ ଜଣଙ୍କ ମଧ୍ୟରୁ ୩ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରବିବାର ସକାଳେ କୋମନା ବ୍ଲକ ଲର୍କି ଗାଁର ୨୦ରୁ ଊର୍ଦ୍ଧ୍ୱ ଲୋକ ଏକ ପିକଅଫ ଭ୍ୟାନ ଗାଡ଼ିରେ ମାଁ ସୁନାଦେଈଙ୍କ ମନ୍ଦିରକୁ ପୁଜା ପାଇଁ ଯାଉଥିଲେ। ହେଲେ ସୁନାବେଡ଼ା ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡ଼ଥିଲା।


