ବାଙ୍କେଶ୍ବରୀଙ୍କ ଦର୍ଶନ କରି ଫେରିବାବେଳେ ଅଘଟଣ: ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ, ୨୫ରୁ ଅଧିକ ଆହତ

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ନିକଟ ବାଙ୍କେଶ୍ୱରୀ ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ପିକଅପ୍‌ ଭ୍ୟାନ ଓଲଟି ପଡିଛି। ଫଳରେ ୨୫ରୁ ଉଦ୍ଧର୍‌ବ ମହିଳା ପୁରୁଷ ଓ ଶିଶୁ ଆହାତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହାତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୧୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବି. ତୁରୁବୁଡ଼ି ଗ୍ରାମ ନିକଟ କେରାଣ୍ଡି ମାଳ ପର୍ବତ ଶିଖରରେ ଥିବା ମା’ ବାଙ୍କେଶ୍ୱରୀ ଶକ୍ତି ପୀଠରେ ଦର୍ଶନ ସାରି ମଣ୍ଡନ ଭୋଜି ଖାଇ ସାନଖେମୁଣ୍ଡି ବ୍ଲକ ଖଣ୍ଡଦୋଳି ଗ୍ରାମର ୨୫ରୁ ଉଦ୍ଧର୍‌ବ ମହିଳା ପୁରୁଷ ଏବଂ ଶିଶୁ ଫେରୁଥିବା ବେଳେ ଚାଳକଙ୍କ ଅସାବଧାନତା କାରଣରୁ ଭ୍ୟାନଟି ଓଲଟି ପଡ଼ିଥିଲା। ଖବରପାଇ ବି. ତୁରୁବୁଡ଼ି ପଞ୍ଚାୟତ ସରପଞ୍ଚ ବି .ଲିଙ୍ଗରାଜ ଦୋରା ଏବଂ ବହୁ ସଂଖ୍ୟକ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଆହାତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri