ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ମୋଟରସାଇକେଲରେ ଜଣେ ବ୍ୟକ୍ତି ଉକ୍ତ ରାସ୍ତାରେ ଯାଉଥିବା ବେଳେ ଏକ ପିକଅପ୍ ଭ୍ୟାନ ତାଙ୍କୁ ପଛ ପଟୁ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ମୋଟରସାଇକେଲ ଆରୋହୀଙ୍କ ଜୀବନ ଚାଲିଯାଇଛି l ମୃତ ବ୍ୟକ୍ତି ଜଣକ ହେଲେ ବୁଢୀପଦର ଗ୍ରାମର ଭୋଜରାଜ ରଣା।
ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ମୋଟରସାଇକେଲକୁ ପିଟିଥିବା ପିକଅପ୍ ଭ୍ୟାନ୍ ପଛ ପଟେ ନମ୍ବର ନ ଥିବା ବେଳେ ଆଗ ପଟେ ନମ୍ବର ଥିବା ଦେଖାଯାଇଛି l ଭୋଜରାଜ ନିଜ ମଟର ସାଇକେଲରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟିଥିଲା l ତୁଷୁରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପିକଅପ ଭ୍ୟାନ୍କୁ ଜବତ କରିଛି l ପିକଅପ ଭ୍ୟାନ୍ର ଡ୍ରାଇଭର ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ତୁଷୁରା ଥାନା ଆଇଆଇସି ମନୋଜ ପ୍ରଧାନ କହିଛନ୍ତି।