ଓଲଟିଲା ପିକ୍‌ଅପ୍‌, ୩୦ରୁ ଊର୍ଦ୍ଧ୍ୱ ଆହତ

କେନ୍ଦୁଝର,୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ନୟାକୋଟ ଥାନା ବାଂଶପାଳ ନିକଟରେ ଏକ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୩୦ରୁ ଊଦ୍ଧର୍‌ବ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆଜି ମଧ୍ୟାହ୍ନରେ ସେମାନେ ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳ ରଡ଼ା ଗ୍ରାମର ଲୋକମାନେ ବାଂଶପାଳ ବ୍ଲକ ତଳଯାଗର ଗାଁକୁ ଭୋଜି ଆସୁଥିଲେ। ବାଂଶପାଳ ଆଇଟିଆଇ ନିକଟରେ ହଠାତ୍‌ ପିକ୍‌ଅପ୍‌ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଗାଡ଼ିରେ ପ୍ରାୟ ୫୦ ଜଣ ମହିଳା ଓ ପୁରୁଷ ଥିଲେ। ସେମାନଙ୍କୁ ଉଦ୍ଧାର କରି ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ପୋଲିସ ଗାଡ଼ି ଜବତ କରି ଘଟଣାର ଅନୁଧ୍ୟାନ କରୁଛି।