ଚୋରା କାଠ ଚାଲାଣ, ପିକ୍‌ଅପ୍‌ ଜବତ

ମୋରଡ଼ା,୧୫ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ତଥା ବେତନଟୀ ରେଞ୍ଜର ବଡ଼ାମପୁର ଫରେଷ୍ଟ ଅଧୀନ ବଡ଼ାମପୁର – ଏକତାଳି ରାସ୍ତାରେ ଭୈରଙ୍ଗୀ ଗ୍ରାମ ନିକଟରୁ ଏକ କାଠଗଣ୍ଡି ଭର୍ତ୍ତି ପିକ୍‌ଅପ୍‌କୁ ଜବତ କରିଛି ବେତନଟୀ ବନବିଭାଗ। ଓଡି-୦୧- ଏକେ ୭୧୦୪ ନମ୍ବର ବିଶିଷ୍ଟ ଏହି ଗାଡ଼ିରେ ଆକାଶିଆ ଓ ନିମ୍ବ କାଠ ଚୋରା ଚାଲାଣ ହେଉଥିବା ବେଳେ ଉକ୍ତ ପିକ୍‌ଅପ୍‌କୁ ବନବିଭାଗ ଜବତ କରିଛି ବୋଲି ବେତନଟୀ ରେଞ୍ଜର ମନୁଓ୍ବାର ଖାଁ କହିଛନ୍ତି।

ପ୍ରତିଦିନ ବଡ଼ାମପୁର ଫରେଷ୍ଟ ଅଞ୍ଚଳରୁ ଚୋରା କାଠ ବସ୍ତା, ବାଲେଶ୍ୱର, ମୁକୁଳିଶି, ବାଲିଆପାଳ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇଆସୁଥିଲା। ଚୋରା ଚାଲାଣ ହେଉଥିବାର ଖବର ରେଞ୍ଜର ମନୁଓ୍ବାର ଖାଁଙ୍କୁ ମିଳିବାରୁ ସେ ସଦଳବଳ ଛକି ରହିଥିଲେ l ତେବେ ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇ ଯାଇଥିବା ବେଳେ କାଠ ଗାଡ଼ିକୁ ଜବତ କରାଯିବା ସହ ଏକ ମାମଲା ରୁଜୁ ହୋଇଛି l ରେଞ୍ଜର ଖାଁ ଓ ବଡ଼ମରାମ ଫରେଷ୍ଟର ଦୀପକ ପାତ୍ର ଓ ଅନ୍ୟ ଷ୍ଟାଫମାନେ ଉକ୍ତ ଚଢ଼ାଉରେ ସାମିଲ ଥିଲେ ଏବଂ ଜବତ କାଠର ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି l