ଅକ୍ଟୋବର ୧ରୁ ଫିଜିକ୍ସ ୱାଲାର ସ୍କଲାରଶିପ ପରୀକ୍ଷା

ଭୁବନେଶ୍ୱର,୪।୮: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ (କୋଚିଂ ସେଣ୍ଟର) ଫିଜିକ୍ସ ୱାଲାର ସର୍ବବୃହତ୍‌ ସ୍କଲାରଶିପ ପରୀକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୧ରୁ ଫିଜିକ୍ସ ୱାଲା ନ୍ୟାଶନାଲ ସ୍କଲାରଶିପ୍‌ କମ (କମନ) ଆଡମିସନ୍‌ ଟେଷ୍ଟ-୨୦୨୪ର ୩ୟ ସଂସ୍କରଣର ଶୁଭାରମ୍ଭ କରାଯାଇଛି। ଏପରିକି ନିଟ୍‌-ୟୁଜି ଏବଂ ଆଇଆଇଟି-ଜେଇଇ ପରୀକ୍ଷାରେ ଉତ୍କର୍ଷ ହାସଲ କରିବାକୁ ଚାହୁଁଥିବା ଆଶାୟୀ ଛାତ୍ରୀଛାତ୍ରଙ୍କ ଆର୍ଥତ୍କ ସ୍ଥିତି ନିର୍ବିଶେଷରେ ଉଚ୍ଚଗୁଣାତ୍ମକ ଶିକ୍ଷା ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିଭଳି ଫିଜିକ୍ସ ୱାଲା ନ୍ୟାଶନାଲ ସ୍କଲାରଶିପ୍‌ କମ୍‌(କମନ) ଆଡମିସନ୍‌ ଟେଷ୍ଟ-୨୦୨୪ ପାଇଁ ପଞ୍ଜୀକରଣ ବର୍ତ୍ତମାନ ଖୋଲା ରହିଛି। ଏପରିକି ଦେଶର କୋଣ ଅନୁକୋଣର ଛାତ୍ରୀଛାତ୍ରମାନଙ୍କୁ ଏହି ବୃତ୍ତି ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଛି।

ସେହିପରି ଏହି ପରୀକ୍ଷା ୨୦୨୪ ଅକ୍ଟୋବର ୧ରୁ ୧୫ ପର୍ଯ୍ୟନ୍ତ ଅନ୍‌ଲାଇନରେ ଅନୁଷ୍ଠିତ ହେବ ଏବଂ ୨୦୨୪ ଅକ୍ଟୋବର ୬ ଏବଂ ୧୩ରେ ଅଫ୍‌ଲାଇନ ପରୀକ୍ଷା ଅନୁଷ୍ଠାନର ମନୋନୀତ କେନ୍ଦ୍ରରେ ଆୟୋଜିତ ହେବ ବୋଲି କୁହାଯାଇଛି। ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ବିକଳ୍ପରେ ଏହି ବୃତ୍ତି ପରୀକ୍ଷା ହେଉଥିବାରୁ ଏହା ସବୁ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ହେଉଛି।

ଅପରପକ୍ଷରେ ପିସିଏମ୍‌-ପିସିବି ଗ୍ରୁପ୍‌ ସମେତ ୬ ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଖୋଲା ରହିଛି, ଯାହା ବ୍ୟାପକ ଅନ୍ତର୍ଭୁକ୍ତୀକରଣକୁ ସୁନିଶ୍ଚିତ କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,କୌଣସି ପରୀକ୍ଷା ପଞ୍ଜୀକରଣ ଶୁଳ୍କ ନାହିଁ, ଯାହା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଆର୍ଥତ୍କ ପ୍ରତିବନ୍ଧକ ଦୂର କରୁଛି। ଉଲ୍ଲେଖଯୋଗ୍ୟ, ଫିଜିକ୍ସ ୱାଲା ନ୍ୟାଶନାଲ ସ୍କଲାରଶିପ୍‌ କମ୍‌ (କମନ) ଆଡମିସନ୍‌ ଟେଷ୍ଟର ଫଳାଫଳ ୨୦୨୪ ନଭେମ୍ବରରେ ପ୍ରକାଶ ପାଇବ।ଆକାଂକ୍ଷାରେ ବାଧା ସୃଷ୍ଟି କରିବ ନାହିଁ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?