ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଫୁର୍ଲିଝରଣ ଜଳପ୍ରପାତକୁ ୨ ଦିନ ପାଇଁ ବନ୍ଦ କରିଦିଆଯାଇଛି। ଲଗାଣ ବର୍ଷା ଯୋଗୁ ପ୍ରବଳ ଜଳ ପ୍ରବାହିତ ହେଉଛି।
ଯାହାଫଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨ ଦିନ ପାଇଁ ଏହି ଜଳପ୍ରପାତ ବନ୍ଦ ରହିବ। ଏ ନେଇ ସ୍ଥାନୀୟ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।