Posted inଫୁରସତ

ଫଟୋଗ୍ରାଫର ନିଜ ଘରକୁ ଏଭଳି କଲେ ଡିଜାଇନ: ଯାହାକୁ ଦେଖିଲେ ଲାଖିଯିବ ଆଖି

ସବୁ ମଣିଷ ଭିତରେ କିଛି ନା କିଛି କଳା ରହିଥାଏ। କିଏ ଭଲ ଡ୍ୟାନ୍ସ କରେ ତ, କିଏ ଭଲ ଗୀତ ଗାଇପାରେ, ଭଲ ଚିତ୍ରଟିଏ ଆଙ୍କିପାରେ ତ ଆଉ କିଏ ଭଲ ଫଟୋଗ୍ରାଫି କରିପାରେ। ସମସ୍ତଙ୍କୁ ଭଗବାନ ଭିନ୍ନ ରୂପେ ତିଆରି କରିଛନ୍ତି। ଅନେକ ଥର ନିଜର ଭଲ ଗୁଣ ପାଇଁ ଲୋକମାନେ ଚର୍ଚ୍ଚାକୁ ଆସିଥାନ୍ତି। ବେଳେବେଳେ ଏହି କଳା ସେମାନଙ୍କୁ ଏଭଳି ପ୍ରଭାବିତ କରିଥାଏ ଯେ, ଲୋକେ ଏହାକୁ ପାଗଳାମିର ଆଖ୍ୟା ଦେଇଥାନ୍ତି। କିଛି ଏଭଳି କଳା ଦେଖିବାକୁ ମିଳିଛି ଜଣେ ଫଟୋଗ୍ରାଫରଙ୍କ ମଧ୍ୟରେ। ସେ ଫଟୋଗ୍ରାଫି ପ୍ରତି ଏତେ ପ୍ରଭାବିତ ହୋଇଛନ୍ତି ଯେ, ନିଜ ଘରକୁ କ୍ୟାମେରା ଷ୍ଟାଇଲ୍‌ରେ ନିର୍ମାଣ କରିଛନ୍ତି। କେବଳ ସେତିକି ନୁହେଁ କ୍ୟାମେରା ନାଁ ଅନୁସାରେ ସେ ନିଜ ପିଲାଙ୍କ ନାମ ମଧ୍ୟ ରଖିଛନ୍ତି।

ସୂଚନାଯୋଗ୍ୟ, କର୍ନାଟକ ବେଲଗାମରେ ରହୁଥିବା ରବି ହୋଙ୍ଗଲ ପେଶାରେ ଜଣେ ଫଟୋଗ୍ରାଫର। ଛୁଆ ବେଳୁ ଫଟୋଗ୍ରାଫିରେ ରବିଙ୍କ ରୁଚି ରହିଥିବା ବେଳେ ବୟସ ବଢ଼ିବା ସହ ଏଥିପ୍ରତି ତାଙ୍କର ଆଗ୍ରହ ମଧ୍ୟ ବଢ଼ିବାକୁ ଲାଗିଥିଲା। ଏପରିକି ନିଜ ଘରକୁ କ୍ୟାମେରା ଷ୍ଟାଇଲ୍‌ରେ ମଧ୍ୟ ଡିଜାଇନ୍‌ କରିଛନ୍ତି। ଦୂରରୁ ଏହି ଘରକୁ ଦେଖିଲେ, ସତେ ଯେପରି ଲାଗୁଛି ଏକ କ୍ୟାମେରା ଛିଡା ହୋଇଛି। ଆଉ ଏହି ଘରର ନାଁ ମଧ୍ୟ ସେ କ୍ଲିକ୍‌ ରଖିଛନ୍ତି। କେବଳ ସେତିକିରେ ତାଙ୍କର ପାଗଳାମି ଶେଷ ହୋଇନି। ତାଙ୍କ ପିଲାଙ୍କ ନାଁ ଶୁଶିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ରବିଙ୍କ ୩ଟି ସନ୍ତାନ ଥିବା ବେଳେ ସେମାନଙ୍କ ନାମ କ୍ୟାମେରା ଅନୁସାରେ Epson, Canon ଓ Nikon ରଖିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରବିଙ୍କ ଏହି ଘର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଲୋକମାନେ ଏହାକୁ ତାଙ୍କର ପାଗଳାମି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri