Posted inଫୁରସତ

ଫଟୋଗ୍ରାଫର ନିଜ ଘରକୁ ଏଭଳି କଲେ ଡିଜାଇନ: ଯାହାକୁ ଦେଖିଲେ ଲାଖିଯିବ ଆଖି

ସବୁ ମଣିଷ ଭିତରେ କିଛି ନା କିଛି କଳା ରହିଥାଏ। କିଏ ଭଲ ଡ୍ୟାନ୍ସ କରେ ତ, କିଏ ଭଲ ଗୀତ ଗାଇପାରେ, ଭଲ ଚିତ୍ରଟିଏ ଆଙ୍କିପାରେ ତ ଆଉ କିଏ ଭଲ ଫଟୋଗ୍ରାଫି କରିପାରେ। ସମସ୍ତଙ୍କୁ ଭଗବାନ ଭିନ୍ନ ରୂପେ ତିଆରି କରିଛନ୍ତି। ଅନେକ ଥର ନିଜର ଭଲ ଗୁଣ ପାଇଁ ଲୋକମାନେ ଚର୍ଚ୍ଚାକୁ ଆସିଥାନ୍ତି। ବେଳେବେଳେ ଏହି କଳା ସେମାନଙ୍କୁ ଏଭଳି ପ୍ରଭାବିତ କରିଥାଏ ଯେ, ଲୋକେ ଏହାକୁ ପାଗଳାମିର ଆଖ୍ୟା ଦେଇଥାନ୍ତି। କିଛି ଏଭଳି କଳା ଦେଖିବାକୁ ମିଳିଛି ଜଣେ ଫଟୋଗ୍ରାଫରଙ୍କ ମଧ୍ୟରେ। ସେ ଫଟୋଗ୍ରାଫି ପ୍ରତି ଏତେ ପ୍ରଭାବିତ ହୋଇଛନ୍ତି ଯେ, ନିଜ ଘରକୁ କ୍ୟାମେରା ଷ୍ଟାଇଲ୍‌ରେ ନିର୍ମାଣ କରିଛନ୍ତି। କେବଳ ସେତିକି ନୁହେଁ କ୍ୟାମେରା ନାଁ ଅନୁସାରେ ସେ ନିଜ ପିଲାଙ୍କ ନାମ ମଧ୍ୟ ରଖିଛନ୍ତି।

ସୂଚନାଯୋଗ୍ୟ, କର୍ନାଟକ ବେଲଗାମରେ ରହୁଥିବା ରବି ହୋଙ୍ଗଲ ପେଶାରେ ଜଣେ ଫଟୋଗ୍ରାଫର। ଛୁଆ ବେଳୁ ଫଟୋଗ୍ରାଫିରେ ରବିଙ୍କ ରୁଚି ରହିଥିବା ବେଳେ ବୟସ ବଢ଼ିବା ସହ ଏଥିପ୍ରତି ତାଙ୍କର ଆଗ୍ରହ ମଧ୍ୟ ବଢ଼ିବାକୁ ଲାଗିଥିଲା। ଏପରିକି ନିଜ ଘରକୁ କ୍ୟାମେରା ଷ୍ଟାଇଲ୍‌ରେ ମଧ୍ୟ ଡିଜାଇନ୍‌ କରିଛନ୍ତି। ଦୂରରୁ ଏହି ଘରକୁ ଦେଖିଲେ, ସତେ ଯେପରି ଲାଗୁଛି ଏକ କ୍ୟାମେରା ଛିଡା ହୋଇଛି। ଆଉ ଏହି ଘରର ନାଁ ମଧ୍ୟ ସେ କ୍ଲିକ୍‌ ରଖିଛନ୍ତି। କେବଳ ସେତିକିରେ ତାଙ୍କର ପାଗଳାମି ଶେଷ ହୋଇନି। ତାଙ୍କ ପିଲାଙ୍କ ନାଁ ଶୁଶିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ରବିଙ୍କ ୩ଟି ସନ୍ତାନ ଥିବା ବେଳେ ସେମାନଙ୍କ ନାମ କ୍ୟାମେରା ଅନୁସାରେ Epson, Canon ଓ Nikon ରଖିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରବିଙ୍କ ଏହି ଘର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଲୋକମାନେ ଏହାକୁ ତାଙ୍କର ପାଗଳାମି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri