Posted inଜାତୀୟ

ରାଜସ୍ଥାନ ରାଜନୀତିକୁ ନେଇ ମୁହଁ ଖୋଲିଲା ଭାଜପା

ନୂଆଦିଲ୍ଲୀ,୧୮।୭: ରାଜସ୍ଥାନ ରାଜନୀତିରେ ଏବେ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ପାର୍ଟି(ଭାଜପା)। ଶନିବାର ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି। ସେ କହିଛନ୍ତି କଂଗ୍ରେସର ଲଢେଇ ଏବେ ରାସ୍ତା ଉପରକୁ ଚାଲି ଆସିଛି। ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଯେଉଁ ଟଣାଓଟରା ଚାଲିଛି ପ୍ରଥମରୁ ହିଁ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଏହା ଥିଲା। ଫୋନ୍‌ ଟ୍ୟାପିଙ୍ଗକୁ ନେଇ ସମ୍ବିତ କିଛି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ବିପରିତ ପରିସ୍ଥିତିରେ ପଡି ଅସମ୍ବିଧାନିକ ରାସ୍ତା ଆପଣାଉ ନାହିଁ ତ? ରାଜସ୍ଥାନର ଯେ କୌଣସି ଦଳର ନେତାଙ୍କ ଫୋନ୍‌ ଟାପିଙ୍ଗ କରାଯାଉଛି କି? ଏସବୁ ପ୍ରଶ୍ନ ପରେ ସମ୍ବିତ ଫୋନ ଟାପ୍‌ ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି। ତେବେ ଏହି ମାମଲାକୁ ନେଇ ଯେଉଁ ଏଫ୍‌ଆଇଆର୍‌ ଦିଆଯାଇଛି ସେଥିରେ ତଥାକଥିତ ଶବ୍ଦ ବ୍ୟବାହାର କରାଯାଇଥିବା ବେଳେ କଂଗ୍ରେସ ଏହାକୁ ଅଶ୍ଳିଳ ବୋଲି କହୁଥିବା ସମ୍ବିତ କହିଛନ୍ତି। ଯଦି ଏହା ସତ ତେବେ କ’ଣ ସମସ୍ତଙ୍କର ଫୋନ ଟାପ୍‌ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ଥିବା ସଚିନ ପାଇଲଟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଟଣାଓଟରା ପରେ ପାଇଲଟ ତାଙ୍କ ପଦ ହରାଇଛନ୍ତି। ଏଥିରେ କେତେଜଣ କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ ଦାୟୀ କରୁଥିବା ବେଳେ ଏବେ ଏହି ମାମାଲା ଭିନ୍ନ ମୋଡ ନେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ, ୩୦-୮(ପି.ଟି.): ବିଭିନ୍ନ ହାଇକୋର୍ଟର ୪ ମୁଖ୍ୟ ବିଚାରପତିଙ୍କ ସୁପ୍ରିମକୋର୍ଟକୁ ପଦୋନ୍ନତି ନେଇ କେନ୍ଦ୍ର ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ସୁପ୍ରିମକୋର୍ଟର କଲେଜିୟମ ଏହାକୁ ଗୁରୁବାର ସ୍ବୀକୃତି...

ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ

ଚିତ୍ରଦୁର୍ଗ,୧୨।୮: କର୍ନାଟକର ଚିତ୍ରାଦୁର୍ଗ ଜିଲାର ବିଜୟପୁରରୁ ବାଙ୍ଗାଲୋର ଯାଉଥିବା ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅତି କମରେ ପାଞ୍ଚ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ...

ଜାମିଆ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ: ମଣ୍ଡି ହାଉସ୍‌ରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ମଙ୍ଗଳବାର ଜାମିଆ କୋର୍ଡିନେଶନ କମିଟିର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ...

ବାଲ୍ୟ ବିବାହ ବିଲ୍‌, ଗେହଲଟ୍‌ ସରକାରଙ୍କ ୟୁଟର୍ନ…

ଜୟପୁର,୧୨।୧୦: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ସରକାର ବାଲ୍ୟ ବିବାହ ରେଜିଷ୍ଟ୍ରେଶନ ବିଲ୍‌ ନେଇ ୟୁଟର୍ନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୌଣସି ସ୍ଥଳେ ବାଲ୍ୟ ବିବାହକୁ...

ଜେଲ୍‌ରେ ଥିବା ଆନ୍ଦୋଳନକାରୀଙ୍କୁ ମିଳିବ ୨ ହଜାର ଟଙ୍କା ସହାୟତା: ମିଳିତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ,୧୪।୨: ଜାନୁୟାରୀ ୨୬ରେ ଦିଲ୍ଲୀର ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଘଟଣାରେ କେତେକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି। ସେମାନଙ୍କ ଆର୍ଥିକ ସହାୟତା...

ପିଲାଙ୍କ ଭବିଷ୍ୟତ ସହ ଖେଳୁଛି କେନ୍ଦ୍ର

ନୂଆଦିଲ୍ଲୀ, ୯ା୬: ମେଡିକାଲ କଲେଜଗୁଡ଼ିକରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ୧୪୫୬ ସିଟ୍‌ ଫାଙ୍କା ପଡ଼ିଛି। ଏହାକୁ ନେଇ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ...

କରୋନା ଭାଙ୍ଗିଲା ରେକର୍ଡ: ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ଟପିଲା ୩ ଲକ୍ଷ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। କରୋନା ସଂକ୍ରମଣ ପୂର୍ବରୁ...

ହେଲିକପ୍ଟର ଦାନ କଲେ

ଅହମଦାବାଦ,୫।୨: ନିକଟରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ହରିକୃଷ୍ଣ ହୀରା କମ୍ପାନୀର ମାଲିକ ସାବଜି ଢୋଲକିଆ ୫୦ କୋଟି ଟଙ୍କାର ଏକ ନୂଆ ହେଲିକପ୍ଟର ସାମାଜିକ...

Advertisement
Archives

Model This Week