ଓକାୟା ଇଭିକୁ ପର୍ଯ୍ୟାୟ ୨ପ୍ରମାଣପତ୍ର

ନୂଆଦିଲ୍ଲୀ,୩୧।୩:ଦେଶର ପ୍ରମୁଖ ୨ଚକିଆ ବୈଦ୍ୟୁତିକ ଯାନ ନିର୍ମାତା ‘ଓକାୟା ଇଲେକ୍ଟ୍ରିକ ଭେଇକିଲ(ଇଭି)ର ଏଆଇଏସ୍‌ ୧୫୬ ସଂଶୋଧନ ୩ୟ ପର୍ଯ୍ୟାୟର ୨ୟ ପ୍ରମାଣପତ୍ର ହାସଲ କରିଛି, ଯାହା ବୈଦ୍ୟୁତିକ ଯାନଗୁଡ଼ିକର ସୁରକ୍ଷା ତଥା ଡିଜାଇନ, ନିର୍ମାଣ ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରିଥାଏ। ବିଶେଷକରି ଏଆଇଏସ୍‌ ୧୫୬ ୩ପର୍ଯ୍ୟାୟର ୨ସାର୍ଟିଫିକେଟ୍‌ ସହିତ ଓକାୟା ଇଭି ବର୍ତ୍ତମାନ ୨ ଚକିଆ ସେଗ୍‌ମେଣ୍ଟରେ ପ୍ରଥମ ଇଭି ନିର୍ମାତାମାନଙ୍କ ମଧ୍ୟରୁ ଜଣେ ହୋଇପାରିଛି। ଏହା ନୂତନ ନିୟମ ସହିତ ସମ୍ପୂର୍ଣ୍ଣ ଅନୁପାଳନ ଆଡ଼କୁ ଦ୍ରୁତଗତିରେ ଅଗ୍ରସର ହେଉଛି। ଏ ସମ୍ପର୍କରେ ଓକାୟା ଇଲେକ୍ଟ୍ରିକ୍‌ ଭେଇକିଲ୍ସର ପରିଚାଳନା ନିର୍ଦ୍ଦେଶକ ଅନଶୁଲ ଗୁପ୍ତା କହିଛନ୍ତି, ଆମ ପାଇଁ ଗ୍ରାହକଙ୍କ ସୁରକ୍ଷା ହେଉଛି ମୂଳ ପ୍ରାଥମିକତା। ଏପରିକି ଏଆଇଏସ୍‌ ୧୫୬ ସଂଶୋଧନର ୩ୟ ପର୍ଯ୍ୟାୟର ୨ପ୍ରମାଣପତ୍ର ଗ୍ରହଣ କରିବା ଗ୍ରାହକମାନଙ୍କୁ ସୁରକ୍ଷିତ ଏବଂ ପ୍ରିମିୟମ ଇଲେକ୍ଟ୍ରିକ୍‌ ଯାନ ଯୋଗାଇବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମର ଯାନ ବିଭିନ୍ନ ଚାପ ସହ୍ୟ କରିପାରିବ କି ନାହିଁ ନିଶ୍ଚିତ କରିବାକୁ ପ୍ରମାଣୀକରଣ ପ୍ରକ୍ରିୟାରେ ବ୍ୟାପକ ପରୀକ୍ଷଣରେ ଅନ୍ତର୍ଭୁକ୍ତ ହୋଇଛି। ଆମେ ବିଶ୍ୱାସକରୁ ଯେ ଉକ୍ତ ପ୍ରମାଣପତ୍ର ଗ୍ରାହକଙ୍କ ଇଭି ଉପରେ ବିଶ୍ୱାସକୁ ତ୍ୱରାନ୍ବିତ କରିବା ସହ ସେମାନଙ୍କୁ ସେମାନଙ୍କର ସୁରକ୍ଷା ଏବଂ ନିର୍ଭର ଯୋଗ୍ୟତା ଉପରେ ସୁନିଶ୍ଚିତ କରିବ। ଏକ ସୁଗମ ତଥା ନିରାପଦ ଇଭି ମାଲିକାନା ଅଭିଜ୍ଞତା ପ୍ରଦାନ କରିବା ଏବଂ ଭାରତରେ ବୈଦ୍ୟୁତିକ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଉଦ୍ୟମରେ ସହଯୋଗ କରିବାକୁ ଆମେ ଅଭିନବ ବୈଷୟିକ ପ୍ରଗତି ଆଣିବା ଜାରି ରଖିବୁ।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri