୨୦୪୭ ସୁଦ୍ଧା ୩୫୦ ବିଲିୟନ ଡଲାର ଫାର୍ମାସ୍ୟୁଟିକାଲ ରପ୍ତାନି ଆକଳନ

ଭୁବନେଶ୍ୱର,୧୦ା୨(ଅନୁରାଧା ମହାରଣା): ୨୦୨୩ରେ ଭାରତର ଫାର୍ମାସ୍ୟୁଟିକାଲ ରପ୍ତାନି ପରିମାଣ ପ୍ରାୟ ୨୭ ବିଲିୟନ ଡଲାର ଥିବାବେଳେ ୨୦୩୦ ସୁଦ୍ଧା ଏହା ୬୫ ବିଲିୟନ ଡଲାରରେ ବୃଦ୍ଧି ପାଇବ। ୨୦୪୭ ସୁଦ୍ଧା ୩୫୦ ବିଲିୟନ ଡଲାରରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି। ସର୍ବଭାରତୀୟ ସ୍ତରରେ ଜେନେରିକ ମେଡିସିନ୍‌ ଯୋଗାଣକାରୀ ଭାବେ ଭାରତ ପରିଚିତ। ବିଶ୍ୱସ୍ତରରେ ବିକ୍ରି ହେଉଥିବା ପ୍ରତି ପାଞ୍ଚଟି ଜେନେରିକ ମେଡିସିନ୍‌ ମଧ୍ୟରୁ ଗୋଟିଏ ଭାରତରେ ଉତ୍ପାଦିତ ହୁଏ। ରପ୍ତାନି ମୂଲ୍ୟ ଦୃଷ୍ଟିରୁ ଭାରତ ବର୍ତ୍ତମାନ ଏକାଦଶ ସ୍ଥାନରେ ରହିଛି। ଇଣ୍ଡିଆନ ଫାର୍ମାସ୍ୟୁଟିକାଲ ଆଲାଏନ୍ସ (ଆଇପିଏ), ଇଣ୍ଡିଆନ ଡ୍ରଗ ଉତ୍ପାଦକ ସଂଘ (ଆଇଡିଏମ୍‌ଏ) ଏବଂ ଫାର୍ମାକ୍ସିଲ ସହଯୋଗରେ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ରପ୍ତାନି ମୂଲ୍ୟରେ ୨୦୪୭ ସୁଦ୍ଧା ଭାରତ କିପରି ରପ୍ତାନି କ୍ଷେତ୍ରରେ ନୂତନତା ସୃଷ୍ଟି କରିପାରିବ ଏବଂ ବିଶେଷତଃ ଜେନେରିକ, ବାୟୋସିମିଲାର ଏବଂ ଅଭିନବ ଉତ୍ପାଦକୁ ଅନ୍ତର୍ଭୁକ୍ତ କରିବ। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ଦୀର୍ଘ ଦିନ ଧରି ବିଶ୍ୱର ଫାର୍ମାସି ଭାବେ ଉଭା ହୋଇଛି। ବର୍ତ୍ତମାନ ଆମେ ଭାରତ ପାଇଁ ଭାରତର ଏହି ପରିଚୟକୁ ‘ବିଶ୍ୱର ସ୍ବାସ୍ଥ୍ୟ ସୁରକ୍ଷା ସଂରକ୍ଷକ’ ଭାବେ ପ୍ରସ୍ତୁତ କରିବାକୁ ଚାହୁଁଛୁ। ଉଦ୍ଭାବନ ଓ ଅନୁସନ୍ଧାନକୁ ପ୍ରୋତ୍ସାହିତ କରି ନିରନ୍ତର ଲକ୍ଷ୍ୟ ହାସଲ କରିବାକୁ ସରକାର ଏହି ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଏକାଡେମୀ , ଶିଳ୍ପ ଏବଂ ସରକାରଙ୍କ ମଧ୍ୟରେ ସହଯୋଗକୁ ମଜଭୁତ କରି ଆମେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କ୍ଷେତ୍ର ଗଠନ କରିବା ଜାରି ରଖିବୁ, ଯାହା ସମଗ୍ର ବିଶ୍ୱରେ ସ୍ବାସ୍ଥ୍ୟସେବାରେ ଯୋଗଦାନ କରିବ। ୨୦୪୭ ସୁଦ୍ଧା ଭାରତର ଏପିଆଇ ରପ୍ତାନି ବଜାର ବର୍ତ୍ତମାନ ୫ ବିଲିୟନ ଡଲାରରୁ ୮୦-୯୦ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ବିଶ୍ୱର ବାୟୋସିମିଲାର୍‌ ବଜାରରେ ଭାରତୀୟ କମ୍ପାନୀଗୁଡିକର ୫%ରୁ କମ୍‌ ଅଂଶ ଅଛି । ଅନୁସନ୍ଧାନରେ ନିବେଶ ବୃଦ୍ଧି, ୪୦ରୁ ଅଧିକ ଉତ୍ପାଦର ବିସ୍ତାରିତ ପାଇପଲାଇନ ଏବଂ ପରବର୍ତ୍ତୀ ୩-୪ ବର୍ଷ ମଧ୍ୟରେ ଯୋଜନାବଦ୍ଧ କ୍ଷମତା ଯୋଗ ହେତୁ ଏହା ଅଗ୍ରଗତି ଦେଖାଉଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତୀୟ ବାୟୋସିମିଲାର ରପ୍ତାନି ବର୍ତ୍ତମାନ ୦.୮ ବିଲିୟନ ଡଲାରରେ ରହିଛି। ୨୦୩୦ ସୁଦ୍ଧା ଏହା ୫ ଗୁଣ ବୃଦ୍ଧି ହୋଇ ୪.୨ ବିଲିୟନ ଡଲାରରେ ପହଞ୍ଚିବ ଏବଂ ୨୦୪୭ ସୁଦ୍ଧା ରପ୍ତାନି ୩୦-୩୫ ବିଲିୟନ ଡଲାରରେ ପହଞ୍ଚିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri