ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି। ବର୍ତ୍ତମାନ ସେ ଭିମ୍‌ସାରର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ଭିମ୍‌ସାର ଶିଶୁରୋଗ ବିଭାଗ ପ୍ରଥମ ବର୍ଷର ପିଜି ଛାତ୍ରୀ

ଛାତ୍ରୀ ଜଣକ ନିଶାବଟିକା ଖାଇ ଦେଇଥିଲେ। ଇମରଜେନ୍ସି ଡ୍ୟୁଟି ଓ ଅନ୍ୟାନ୍ୟ କାର୍ଯ୍ୟକୁ ନେଇ ସେ ମାନସିକ ଚାପରେ ଥିଲେ। ଏହାସାଙ୍ଗକୁ ବିଭାଗୀୟ ମୁଖ୍ୟଙ୍କ ମାନସିକ ନିର୍ଯାତନାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ଜୋର୍‌ ଧରିଛି।

ଏନେଇ ଭିମ୍‌ସାରର ଅଧୀକ୍ଷକ ତଥା ଭାରପ୍ରାପ୍ତ ନିର୍ଦ୍ଦେଶକ ଡା. ଲାଲମୋହନ ନାୟକ କହିଛନ୍ତି, ଛାତ୍ରୀଜଣଙ୍କ ସୁସ୍ଥ ହେବା ପରେ ତାଙ୍କୁ ପଚରାଉଚରା କରାଯିବ। ଅଭିଯୋଗର ସତ୍ୟାସତ୍ୟ ଅନୁସାରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାୟ ମାସେ ତଳେ ସେ ଶିଶୁରୋଗ ବିଭାଗରେ ଯୋଗଦେଇଥିଲେ। ଛାତ୍ରୀଙ୍କ ସ୍ବାମୀ ମଧ୍ୟ ଜଣେ ଡାକ୍ତର ଏବଂ ସେ କଟକ ଏସ୍‌ସିବିରେ ନ୍ୟୁରୋ ସର୍ଜରିରେ ପିଜି କରୁଛନ୍ତି।

Share