ପିଏଫ୍‌ଏଲ୍‌ର ଅଏଲ ପାମ୍‌ ମେଗା ପ୍ଲାଣ୍ଟେଶନ ଡ୍ରାଇଭ

ଭୁବନେଶ୍ୱର,୧୧।୮( ଅଭୟ ଦାଶ):ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌ (ପିଏଫ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ଅଭିଯାନ ‘ପାମ୍‌ ଅଏଲର ମେଗା ରୋପଣ କାର୍ଯ୍ୟକ୍ରମ’(ଅଏଲ ପାମ୍‌ ମେଗା ପ୍ଲାଣ୍ଟେଶନ ଡ୍ରାଇଭ)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଆସାମ ସରକାରଙ୍କ କୃଷି ବିଭାଗ ସହଯୋଗରେ ଆସାମର ତିନ୍‌ସୁକିଆ ଜିଲାରେ ଉକ୍ତ ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏଫ୍‌ଏଲ୍‌ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପତଞ୍ଜଳିର ପ୍ରମୁଖ ସ୍ବାମୀ ରାମଦେବଙ୍କ ସମେତ ଆସାମ ସରକାରଙ୍କ କୃଷିମନ୍ତ୍ରୀ, ବିଧାୟକ, ଏମ୍‌ପି ଓ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଏବଂ ପିଏଫ୍‌ଏଲ୍‌ର କର୍ମଚାରୀମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିବା ଜାତୀୟ ଖାଇବା ତେଲ ମିଶନ ପାମ୍‌ ଅଏଲ ଅଧୀନରେ ଜାତୀୟସ୍ତରୀୟ ମେଗା ପାମ୍‌ ଅଏଲ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୬୪ ହଜାର ହେକ୍ଟର ଜମିରେ ପାମ୍‌ ଅଏଲ ଚାରା ରୋପଣ କରାଯିବ। ସେହିଭଳି ଉକ୍ତ କାର୍ଯ୍ୟକ୍ରମରେ ୪୫୦୦ରୁ ଅଧିକ କୃଷକ ଅଂଶ ଗ୍ରହଣ କରିଥିଲେ। ଏପରିକି ରାଜ୍ୟର ୨୫ଟି ପ୍ରମୁଖ ସ୍ଥାନରେ ୨୮୦୦ ମଞ୍ଜି ବଣ୍ଟନ କରାଯାଇଥିଲା। ବିଶେଷକରି ରାଜ୍ୟର ପ୍ରତ୍ୟେକ ଆଶାୟୀ ଚାଷୀ ଆଗକୁ ଆସିବା ସହ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ସେହିପରି ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ଆସାମ ସରକାର ଓ ପିଏଫ୍‌ଏଲ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିିକ ବୁଝାମଣା ମଧ୍ୟ ହୋଇଛି। ସୂଚନାଯୋଗ୍ୟ, ଦେଶର ପ୍ରମୁଖ ରାଜ୍ୟ ଯଥା କର୍ନାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଏବଂ ନାଗାଲାଣ୍ଡରେ ପାମ୍‌ ଅଏଲ ରୋପଣ କରାଯାଉଛି। ଏହି ୬ ରାଜ୍ୟର ୧୩ ଜିଲା ଅନ୍ତର୍ଗତ ୧୪ ବ୍ଲକରେ ଉକ୍ତ ଚାଷ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri