ପତଞ୍ଜଳି ଆୟୁର୍ବେଦକୁ ଅଧିଗ୍ରହଣ କରିବ ପିଏଫ୍‌ଏଲ୍‌

ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ପତଞ୍ଜଳି ଫୁଡ୍‌ ଲିମିଟେଡ୍‌(ପିଏଫଏଲ) ବୋର୍ଡ ଏହାର ପ୍ୟାରେଣ୍ଟ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ‘ହୋମ୍‌ ଆଣ୍ଡ ପର୍ସନାଲ କେୟାର’ ବ୍ୟବସାୟ କ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ବ୍ୟବସାୟ କିଣିବା ପାଇଁ ପତଞ୍ଜଳି ଫୁଡ୍ସ ଲମ୍ପସମ ମୂଲ୍ୟ ନିର୍ଦ୍ଧାରଣ ପାଇଁ ୧,୧୦୦ କୋଟି ଟଙ୍କା ଖର୍ଚ୍ଚ କରିବ। ପତଞ୍ଜଳି ଫୁଡସ୍‌ ଅଗ୍ରଣୀ ଏଫ୍‌ଏମସିଜି କମ୍ପାନୀ ହେବା ଲକ୍ଷ୍ୟରେ ଏହି ଅଧିଗ୍ରହଣ କରୁଛି। ପତଞ୍ଜଳି ଆୟୁର୍ବେଦ ଲିମିଟେଡ (ପାଲ)ର ହୋମ ଆଣ୍ଡ ପର୍ସନାଲ କେୟାର ବ୍ୟବସାୟରେ ଭାରତର ଏଫ୍‌ଏମସିଜି ସ୍ପେସରେ ଏକ ଦୃଢ଼ ବ୍ରାଣ୍ଡ ଇକ୍ୱିଟି ଅଛି। ଏହା ବ୍ୟତୀତ ସମଗ୍ର ଦେଶରେ ଏହାର ଏକ ବିଶ୍ୱସ୍ତ ଉପଭୋକ୍ତା ଆଧାର ଅଛି। ସୋମବାର କାରବାର ଶେଷ ହେବା ପରେ ପତଞ୍ଜଳି ଫୁଡ୍‌ସ ଲିମିଟେଡର ଶେୟାର ୭.୪୫% ବୃଦ୍ଧି ସହିତ ୧,୭୧୦ ଟଙ୍କା ବନ୍ଦ ହୋଇଯାଇଥିଲା। ଏହା ସହିତ କମ୍ପାନୀର ମାର୍କେଟ କ୍ୟାପ ୫୮.୫୪ ହଜାର କୋଟି ଟଙ୍କା ହୋଇଛି। ଗତ ଏକ ବର୍ଷ ମଧ୍ୟରେ କମ୍ପାନୀର ଶେୟାରଗୁଡିକ ଏହାର ନିବେଶକମାନଙ୍କୁ ୪୩.୪୯% ରିଟର୍ନ ଦେଇଛି। ପତଞ୍ଜଳି ଫୁଡ୍‌ସ୍‌ କହିଛି ଯେ, କମ୍ପାନୀ ଏବଂ ପତଞ୍ଜଳି ଆୟୁର୍ବେଦ ୩% କାରବାର ଭିତ୍ତିକ ଶୁଳ୍କ ତଥା ଅନ୍ୟାନ୍ୟ ସର୍ତ୍ତାବଳୀ ପାଇଁ ୨୦ ବର୍ଷର ଲାଇସେନ୍ସ ଚୁକ୍ତିରେ ସହମତ ହୋଇଛନ୍ତି। ଏହି ଅଧିଗ୍ରହଣ ପତଞ୍ଜଳି ବ୍ରାଣ୍ଡର ଏଫ୍‌ଏମସିଜି ଉତ୍ପାଦ ପୋର୍ଟଫୋଲିଓର ଏକୀକରଣକୁ ତ୍ୱରାନ୍ବିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri