ପେଟ୍ରୋଲ ଟାଙ୍କିର ମନିବ୍ୟାଗ

ମନିବ୍ୟାଗ ହେଉଛି ଅର୍ଥ ରଖିବାର ମୁଣା। ମନି ବ୍ୟାଗ୍‌ର ରଙ୍ଗ, ଦିଗ, ସାଙ୍କେତିକ ଚିହ୍ନ, ସ୍ବଚ୍ଛତା ଆଦିକୁ ବାସ୍ତୁବିଦ୍ୟାରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ବ୍ୟବସ୍ଥିତ ଓ ସଫା, ସୁନ୍ଦର ମନିବ୍ୟାଗ ହେଉଛି ସମ୍ମାନ, ଧନଧାନ୍ୟ ଓ ସକାରାମତ୍କ ଶକ୍ତିର ନିଦର୍ଶନ। ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କ କାନ୍ଧରେ ଝୁଲୁଥିବା ମନିବ୍ୟାଗ ଏହି ଆଲେଖ୍ୟର ପ୍ରସଙ୍ଗ। ଯେଉଁମାନେ ପେଟ୍ରୋଲ ଟାଙ୍କିକୁ ଯାଇ ଗାଡ଼ିରେ ପେଟ୍ରୋଲ ପକାଇଛନ୍ତି ସେମାନେ ଉଭୟ କର୍ମଚାରୀ ଓ ମନିବ୍ୟାଗ ସହିତ ପରିଚିତ। ଏହି ମନିବ୍ୟାଗ ଗାଡ଼ିରେ ପେଟ୍ରୋଲ ଭରୁଥିବା କର୍ମଚାରୀଙ୍କ କାନ୍ଧରେ ଝୁଲୁଥାଏ ଓ ଏହା ତାଙ୍କ ହାତ ପାହାନ୍ତାରେ ରହିଥାଏ। ସେଥିରେ ଟଙ୍କା ରଖିବା ଓ ଗ୍ରାହକଙ୍କୁ ଦେବା ସହଜ ହୋଇଥାଏ। ଅଧିକାଂଶ ସମୟରେ ଦେଖାଯାଏ ସେହି ବ୍ୟାଗ୍‌ର ଚେନ୍‌ କାମ କରୁ କି ନ କରୁ ଖୋଲା ରହିଥାଏ ଓ କର୍ମଚାରୀମାନେ ଗ୍ରାହକଙ୍କ ସାମ୍ନାରେ ଟଙ୍କା ଦେଣନେଣ କରନ୍ତି।
ଥରେ ରମେଶବାବୁ ନିଜ ସ୍କୁଟିଟି ନେଇ ପେଟ୍ରୋଲ ପକାଇବାକୁ ପେଟ୍ରୋଲ ଟାଙ୍କିକୁ ଗଲେ। କଥା ପ୍ରସଙ୍ଗରେ ପେଟ୍ରୋଲ ପକାଇବାକୁ ଆମେ ତେଲ ପକାଇବା କହୁ।
ତେବେ ରମେଶବାବୁ ଗାଡ଼ିରେ ତେଲ ପକାଇସାରିବା ପରେ ଦୁଇଟି ଖଡ଼ଖଡ଼ିଆ ଦୁଇଶହ ଟଙ୍କିଆ ନୋଟ ବଢ଼ାଇଦେଲେ ପେଟ୍ରୋଲ ପକାଇଥିବା କର୍ମଚାରୀଙ୍କୁୁ। ଯୁବ କର୍ମଚାରୀ ଜଣକ ଦେଖିବାକୁ ବେଶ୍‌ ହ୍ୟାଣ୍ଡସମ। ନିଜର ଶାର୍ଟ ପ୍ୟାଣ୍ଟ ଜୋତା ଟୋପି ମଧ୍ୟ ବେଶ୍‌ ପରିଷ୍କାର ରଖିଛନ୍ତି। ତେବେ ରମେଶବାବୁଙ୍କଠାରୁ ଉକ୍ତ ନୋଟ୍‌କୁ ହସହସ ମୁହଁରେ ସେ ଗ୍ରହଣ କରି ନିଜର କାନ୍ଧରେ ପଡ଼ିଥିବା ମନିବ୍ୟାଗରେ ରଖିଲେ। ମନିବ୍ୟାଗଟି ନୋଟ୍‌ ଓ କଏନରେ ଭାରାକ୍ରାନ୍ତ ହୋଇ ରହିଥାଏ। ରମେଶବାବୁ ନିରେଖି ଦେଖିଲେ ସେହି ମନିବ୍ୟାଗଟିକୁ। ବ୍ୟାଗଟି ପୂରାପୂରି କୋତରା ବା ମଇଳାପୂର୍ଣ୍ଣ। ପ୍ରତିଦିନର ବ୍ୟବହାରରେ ଧୂସର ବ୍ୟାଗଟି କଳା ପଡ଼ିଗଲାଣି। ଆଉ ସେହି ବ୍ୟାଗର ଚାରୋଟି ପକେଟ୍‌ର କୌଣସି ଚେନ୍‌ କାମ କରୁନାହିଁ। ଅର୍ଥାତ୍‌ ଚାରିମୁଣାଯାକ ଖୋଲା ପଡ଼ିଛି। ସବୁଦିନ ଓ ପ୍ରତି ମୁହୂର୍ତ୍ତରେ ବ୍ୟବହାର ଓ ହାତବାଜି ମୁଣାର ପ୍ରତିଟି ଧାର ଓ ଚାରିପାଖ କଳା ପଡ଼ିଯାଇଛି। କେଉଁଠି କେଉଁଠି ମୁଣା ସିଲେଇ ହୋଇଥିବା ଦେଖିବାକୁ ମିଳେ। ରମେଶବାବୁ ବ୍ୟାଗ ଆଡ଼କୁ ଲକ୍ଷ୍ୟକରି ଯୁବକଙ୍କୁ ବ୍ୟଙ୍ଗାମତ୍କ ଢଙ୍ଗରେ କହିଲେ, ଭାଇ ଇଏ ତୁମ ବ୍ୟାଗ ତୁମ ସହ ଜମାରୁ ମ୍ୟାଚ କରୁନି। ଯୁବକ ଜଣକ ମୁରୁକି ହସିଦେଲେ। ରମେଶବାବୁ ସେଠାରୁ ଚାଲିଗଲେ। ଯୁବକଜଣକ ରମେଶବାବୁଙ୍କ କଥାକୁ ଠଉରେଇ ପାରିଥିଲେ କି ନାହିଁ କହିହେବ ନାହିଁ। ଠିକ୍‌ ସାତଦିନ ପରେ ରମେଶବାବୁ ସହରର ଆର ମୁଣ୍ଡରେ ଥିବା ଅନ୍ୟ ଏକ ଟାଙ୍କିକୁ ତେଲ ପକାଇବାକୁ ଗଲେ। ସେଠାରେ ମଧ୍ୟ ସମାନ ଅବସ୍ଥା। ଗାଡ଼ିରେ ତେଲ ପକାଉଥିବା ଯୁବତୀଜଣକ ନିଜର ବେଶପୋଷାକକୁ ଯେତିକି ପରିଷ୍କାର ପରିଚ୍ଛନ୍ନ ଓ ସୁନ୍ଦର ରଖିଛନ୍ତି, ତାଙ୍କ କାନ୍ଧରେ ପଡ଼ିଥିବା ମନିବ୍ୟାଗ୍‌ର ଅବସ୍ଥା ସେତିକି ଅପରିଷ୍କାର ଓ ଚେନ୍‌ ଛିଡ଼ା। ବାସ୍ତବରେ ଏହି ମନିବ୍ୟାଗରେ ଦିନକୁ ଲକ୍ଷାଧିକ ଟଙ୍କା କାରବାର ହୁଏ। ଏ ଦୃଷ୍ଟିରୁ ବ୍ୟାଗର ଗୁରୁତ୍ୱ ଢେର ବେଶି। କିନ୍ତୁ ସେହି ବ୍ୟାଗର ଅବସ୍ଥା କହିଲେ ନ ସରେ।
ପୁନର୍ବାର ରମେଶବାବୁ ଯେତେବେଳେ ଦୁଇମାସ ପରେ ଗାଡ଼ିରେ ତେଲ ପକାଇବାକୁ ପ୍ରଥମ ପେଟ୍ରୋଲ ଟାଙ୍କିକୁ ଗଲେ ରମେଶବାବୁ ଦେଖିବାକୁ ପାଇଲେ ଯେ ସେହି ଯୁବ କର୍ମଚାରୀଜଣକ ଚାକିରି ଛାଡ଼ି ଚାଲିଯାଇଛନ୍ତି। ତାଙ୍କ ବଦଳରେ ସେଠାରେ ଆଉ ଜଣେ ଯୁବକ କାମ କରୁଛନ୍ତି। ତେଲ ପକାଇସାରି ଟଙ୍କା ଦେଲାବେଳେ ରମେଶବାବୁ ପୁଣି ସେହି ବ୍ୟାଗଟିକୁ ନିରୀକ୍ଷଣ କଲେ।
ପଚାରିଲେ ଆଛା ବାବୁ, ଏହି ବ୍ୟାଗ ବୋଧହୁଏ ତୁମ ପୂର୍ବରୁ କାମ କରୁଥିବା ଯୁବକ ଜଣକ ବ୍ୟବହାର କରୁଥିଲେ ? ଯୁବକଟି ହଁ କହିଲା। ରମେଶବାବୁ ନିଶ୍ଚିତ ହୋଇଗଲେ ଯେ ଯେତେ କର୍ମଚାରୀ ଆସନ୍ତୁ ବା ଯାଆନ୍ତୁ ପଛକେ ମନିବ୍ୟାଗ ବଦଳେ ନାହିଁ। ତେବେ ତାଙ୍କ ମତରେ ଅନ୍ତତଃ ପକ୍ଷେ ମନିବ୍ୟାଗର ମହତ୍ତ୍ୱ ଓ ଇଜତକୁ ସମ୍ମାନ ଦେବା କଥା। କାରଣ ଯେଉଁବ୍ୟାଗ ଦ୍ୱାରା ପେଟ୍ରୋଲ ଟାଙ୍କିର ଆର୍ଥତ୍କ ଦେଣ ନେଣ ହୁଏ ଯଦି ସେ ବ୍ୟାଗର ଏମିତି ଅବସ୍ଥା ରହିବ ତେବେ ସେଠାରେ ରହୁଥିବା ସମସ୍ତ ବ୍ୟକ୍ତିଙ୍କ ମାନସିକତା କିପରି ହୋଇଥିବ? ଏପ୍ରଶ୍ନ ରମେଶବାବୁଙ୍କ ମନକୁ ଆନ୍ଦୋଳିତ କରୁଥାଏ। ଏ ପ୍ରଶ୍ନ ମନକୁ ଆସିବା ସ୍ବାଭାବିକ କଥା। କାରଣ ସ୍ବଚ୍ଛତାର ପାରମ୍ପରିକ ରୂଢ଼ି ପରି ଆଧୁନିକତାର ସ୍ପର୍ଶରେ କୁହାଯାଇପାରେ ‘ଟାଙ୍କି ପରିମଳ ମନିବ୍ୟାଗରୁ’। ଏହି କଥା ରମେଶବାବୁ ସେହି ଟାଙ୍କିର ମାଲିକଙ୍କୁ କହିବାରୁ ମାଲିକ ଜଣକ କହିଲେ ଆପଣ ଡିଜିଟାଲ ପେମେଣ୍ଟ କାହିଁକି କରୁ ନାହାନ୍ତି ? ଏକଥା ଶୁଣି ରମେଶବାବୁ ଟିକେ ରହିଗଲେ ଆଉ ତାଙ୍କ ମନ ପରିବର୍ତ୍ତନ ହୋଇଗଲା। ମନିବ୍ୟାଗ ଅସ୍ବଚ୍ଛ ହୋଇପାରେ କିନ୍ତୁ ମାଲିକଙ୍କ ଏହି ବାର୍ତ୍ତା ଆର୍ଥିକ ସ୍ବଚ୍ଛତାର ବାର୍ତ୍ତା ବହନ କରେ। ରମେଶବାବୁ ନିଷ୍ପତ୍ତି କଲେ ଯେ ପରବର୍ତ୍ତୀ ସମୟରେ ଟାଙ୍କିରେ ତେଲପକାଇବା ବେଳେ ଏଥର ଡିଜିଟାଲ ପେମେଣ୍ଟ କରିବେ। ଆଉ ମନିବ୍ୟାଗକୁ ତାଙ୍କ ଟଙ୍କା ଯିବନି କି ସେଠାରୁ ଆସିବନି। ତଥାପି କୋଭିଡ୍‌ ଭଳି ଭୟଙ୍କର ସଂକ୍ରମଣର ବାହାକ ଏହି ମନିବ୍ୟାଗ ନ ହେବ ତା’ର ଗ୍ୟାରେଣ୍ଟି କିଏ ଦେବ ? ସେ ଯାହାହେଉନା କାହିଁକି ରମେଶବାବୁଙ୍କ ଏପରି ଚିନ୍ତା ବାସ୍ତବିକ ଚିନ୍ତାର ବିଷୟ। ସେ ପେଟ୍ରୋଲଟାଙ୍କିର ମନିବ୍ୟାଗ ହେଉ ବା ପିଲାଙ୍କ ସ୍କୁଲ ବ୍ୟାଗ, ବ୍ୟକ୍ତିଗତ ମନିପର୍ସ ହେଉ ବା ମହିଳାଙ୍କ ଭ୍ୟାନିଟି ବ୍ୟାଗ ଏ ସବୁର ଏକ ବ୍ୟବହାରିକ ସୀମା ବା ଭାଲିଡିଟି ବା ଏକ୍ସପାଏରି ରହିବା ଉଚିତ। ନଚେତ୍‌ ଏହି ବ୍ୟାଗ କେତେ ପୁରୁଷ ଯାଏ ଏହାର ବ୍ୟବହାର ହେଉଥିବ ତାହା କହିହେବ ନାହିଁ। ପ୍ରତିଦିନ ଶହଶହ ଗ୍ରାହକ ତେଲ ପକାଇବାକୁ ଟାଙ୍କିକୁ ଯାଆନ୍ତି। ଆଜି ମଧ୍ୟ ଅର୍ଦ୍ଧାଧିକ ଗ୍ରାହକ ନୋଟ, କଏନର ନଗଦ ବ୍ୟବହାର କରି ଗାଡ଼ିରେ ତେଲ ପକାନ୍ତି। ସେଥିପାଇଁ ତ ଏ ମନିବ୍ୟାଗ ଅଛି। ଏକ ରିସର୍ଚ୍ଚ ରିପୋର୍ଟରୁ ଜଣାଯାଏ ଯେ ଅଧିକ ବ୍ୟବହାର ହେଉଥିବା, ବିଭିନ୍ନ ସ୍ଥାନ ଓ ନିରନ୍ତର ହାତ ସଂସ୍ପର୍ଶରେ ଆସୁଥିବାରୁ ଏହି ବ୍ୟାଗ କୀଟାଣୁମୟ ହୋଇଥାଏ। ଏପରି ହ୍ୟାଣ୍ଡବ୍ୟାଗଗୁଡ଼ିକ ଖୁବ୍‌ କମ୍‌ ସଫା ବା ପରିଷ୍କାରପରିଚ୍ଛନ୍ନ କରାଯାଉଥିବାରୁ ସେଥିରେ ଏକ ଟଏଲେଟ ସିଟ୍‌ରେ ଥିବା ବ୍ୟାକ୍ଟେରିଆର ପରିମାଣଠାରୁ ୨୦ ଶତକଡ଼ା ଅଧିକ ରହିଥାନ୍ତି। ଯେପର୍ଯ୍ୟନ୍ତ ଅର୍ଥ ଦେଣନେଣ ସମ୍ପୂଣ୍ଣର୍ର୍ ଡିଜିଟାଇଜେଶନ ନ ହୋଇଛି ସେ ପର୍ଯ୍ୟନ୍ତ ଏହି ମନିବ୍ୟାଗ ରହିବ। ତେବେ କାର୍ଯ୍ୟ କରୁଥିବା ଯୁବତୀଯୁବକଙ୍କ କାନ୍ଧରେ ଏକ ସୁସ୍ଥ ମନିବ୍ୟାଗଟିଏ ଥିଲେ ଏହା କାମ କରିବାର ସ୍ପୃହାକୁ ଦ୍ୱିଗୁଣିତ କରିବ ଓ ଗ୍ରାହକ ନାକ ଟେକିବେ ନାହିଁ। ତେବେ ସକାରାମତ୍କ ଦୃଷ୍ଟିଭଙ୍ଗୀରେ କହିବାକୁ ଗଲେ ମନିବ୍ୟାଗ୍‌ର ଅବସ୍ଥା ଦେଖି ରମେଶବାବୁଙ୍କ ଭଳି ଅନେକ ବ୍ୟକ୍ତି ମନି ଡିଜିଟାଇଜେଶନ ପଦ୍ଧତିକୁ ଆପଣେଉ ନ ଥିବେ ବୋଲି କହିହେବ ନାହିଁ।

ଶୁଭନାରାୟଣ ଶତପଥୀ
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ: ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri