ରାଜ୍ୟରେ ବେଲଗାମ ପେଟ୍ରୋଲ ଦର: ସବୁଠି ୧୦୦ ଟପିଛି

ଭୁବନେଶ୍ୱର,୫।୭: ଦିନକର ବିରତି ପରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ସାରା ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି। ସେହିଭଳି କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ୬ ଜିଲାରେ ଡିଜେଲ ଦର ମଧ୍ୟ ୧୦୦ ଟଙ୍କା ଟପିଛି। ରବିବାର ଜଗତ୍‌ସିଂହପୁରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଥିବାବେଳେ ମାଲକାନଗିରି ସର୍ବାଧିକ ୧୦୬ ଟଙ୍କାରେ ବିକ୍ରି ହେଉଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ମେ’ ୪ ପରଠାରୁ କ୍ରମାଗତ ଭାବେ ତୈଳ ଦର ବଢ଼ିଚାଲିଛି। ଗତ ୯ ସପ୍ତାହ ମଧ୍ୟରେ ପେଟ୍ରୋଲ ୩୪ ଥର ଏବଂ ଡିଜେଲ ୩୩ ଥର ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଉପରେ ୯.୧୮ ଟଙ୍କା ଏବଂ ଡିଜେଲରେ ୯.୪୧ ଟଙ୍କା ବୃଦ୍ଧି ଘଟିଲାଣି।
ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ୩୫ ଏବଂ ଡିଜେଲ ୨୦ ପଇସା ବଢିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୧୦୦.୩୦ ଟଙ୍କା ଏବଂ ଡିଜେଲ ୯୭.୩୯ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି। ସେହିଭଳି କଟକ ସହରରେ ପେଟ୍ରୋଲ ଲିଟର ପିଛା ୧୦୦.୬୩ ଟଙ୍କା ଏବଂ ଡିଜେଲ ୯୭.୭୦ ଟଙ୍କାରେ ପହଞ୍ଚତ୍ଛି।
ଅପରପକ୍ଷରେ ନୂଆଦିଲ୍ଲୀରେ ପେଟ୍ରୋଲ ୩୫ ଏବଂ ଡିଜେଲ ୧୮ ପଇସା ବଢ଼ିଥିବା ସୂଚନା ମିଳିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୯୯.୫୧ ଟଙ୍କା ଏବଂ ଡିଜେଲ ୮୯.୩୬ ଟଙ୍କାରେ ପହଞ୍ଚତ୍ଛି। ମେ’ ୪ ପରଠାରୁ ଦିଲ୍ଲୀରେ ପେଟ୍ରୋଲ ଉପରେ ୯.୧୧ ଟଙ୍କା ଏବଂ ଡିଜେଲ ୮.୬୩ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି। ଅନ୍ୟ ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୦୦.୪୪ ଟଙ୍କା, ୯୯.୪୫ ଟଙ୍କା ଏବଂ ୧୦୫.୫୮ ଟଙ୍କାରେ ବିକ୍ରି ହେଉଛି। ଏହି ସହରଗୁଡ଼ିକରେ ଡିଜେଲ ଦର ଯଥାକ୍ରମେ ୯୩.୯୧, ୯୨.୨୭ ଏବଂ ୯୬.୯୧ ଟଙ୍କାରେ ପହଞ୍ଚତ୍ଛି। ଦେଶରେ ସର୍ବାଧିକ ତୈଳ ଦର ରାଜସ୍ଥାନର ଗଙ୍ଗାନଗର ଅଞ୍ଚଳରେ ରହିଛି। ସେଠାରେ ପେଟ୍ରୋଲ ୧୧୧ ଟଙ୍କା ଏବଂ ଡିଜେଲ ୧୦୩ ଟଙ୍କାରେ ବିକ୍ରି କରାଯାଉଛି।
କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୩୨.୯୦ ଏବଂ ୩୧.୮୦ ଟଙ୍କା ଉପତ୍ାଦ ଶୁଳ୍କ ଆକାରରେ ନେଉଥିବା ବେଳେ ରାଜ୍ୟ ସରକାର ଯଥାକ୍ରମେ ୨୩.୪୮ ଏବଂ ୨୦.୮୫ ଟଙ୍କା ଭାଟ ଆକାରରେ ସଂଗ୍ରହ କରୁଛନ୍ତି। ତୈଳଦର ବୃଦ୍ଧିର ପ୍ରଭାବରେ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବଢ଼ିଚାଲିଛି, ଯାହାକୁ ଜନସାଧାରଣଙ୍କୁ ତଳିତଳାନ୍ତ କରିଦେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri