କମିପାରେ ପେଟ୍ରୋଲ-ଡିଜେଲ ଦର !, ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୬ : ପେଟ୍ରୋଲ-ଡିଜେଲ ଦର କମିପାରେ । ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯଦି ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ସ୍ଥିର ରହେ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ବିଚାର କରିବାକୁ ସ୍ଥିତିରେ କମ୍ପାନୀ ଗୁଡ଼ିକ ରହିବେ। ତୈଳ କମ୍ପାନୀଗୁଡିକର ଆଗାମୀ ତ୍ରୟ ମାସିକ ଫଳାଫଳ ଭଲ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ରାଜଧାନୀ ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ପେଟ୍ରୋଲ ଦର ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପୁରୀ କହିଛନ୍ତି ସେ ଏହି ପ୍ରସଙ୍ଗରେ କୌଣସି ଘୋଷଣା କରିବାର ସ୍ଥିତିରେ ନାହାଁନ୍ତି।

ଗତ ତ୍ରୟମାସିକରେ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଭଲ ପ୍ରଦର୍ଶନ କରିଥିବା ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ନିଶ୍ଚିତ କରିଥିଲେ ୨୨ ଏପ୍ରିଲରୁ ତୈଳ ମୂଲ୍ୟରେ କୌଣସି ବୃଦ୍ଧି ଘଟିବ ନାହିଁ।

ଗ୍ରାହକମାନେ କୌଣସି ସମସ୍ୟାର ସମ୍ମୁଖୀନ ନହେବାକୁ ସରକାର ଆହୁରି ସୁନିଶ୍ଚିତ କରିବେ ବୋଲି ସେ କହିଛନ୍ତି। ବିରୋଧୀ ରାବଡ଼ି ରାଜନୀତି କରୁଥିବା ଅଭିଯୋଗ କରି ପୁରୀ କହିଛନ୍ତି ସବୁକିଛି ମାଗଣା ପ୍ରଦାନ କରିବା ପ୍ରତ୍ରିଶ୍ରୁତି ଦେଡ଼ ହେବ ନାହିଁ। ଏହା ଦ୍ୱାରା ଲାଭଖୋର ରାଜନୀତି ବିପଜ୍ଜନକ ସ୍ତରରେ ପ୍ରବେଶ କରିବ।
ଦୀର୍ଘ ଦିନରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଭାରତୀୟ ତୈଳ କମ୍ପାନୀଗୁଡ଼ିକ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଦିଲ୍ଲୀ, ଗାଜିଆବାଦ, ଲକ୍ଷ୍ନୌ ସମେତ ଅନେକ ସ୍ଥାନରେ ଲିଟର ପିଛା ପେଟ୍ରୋଲ ୧୦୦ ଟଙ୍କାରୁ କମ ରହିଛି।

ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୬.୭୨ ଟଙ୍କା, ଡିଜେଲ ମୂଲ୍ୟ ୮୯.୬୨ ଟଙ୍କା। ବିହାରର ପାଟନାରେ ପେଟ୍ରୋଲ ୧୦୭.୨୪ ଟଙ୍କା ଏବଂ ଡିଜେଲ ୯୪.୦୪ ଟଙ୍କା ରହିଛି। ମହାରାଷ୍ଟ୍ରର ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ୯୪.୨୭ ଟଙ୍କାରେ ବିକ୍ରି ହେଉଛି। ଫରିଦାବାଦରେ ପେଟ୍ରୋଲ ୯୭.୪୯ ଟଙ୍କାରେ ଏବଂ ଡିଜେଲ ଲିଟର ପିଛା ୯୦.୩୫ଟଙ୍କାରେ ବିକ୍ରି ହେଉଛି। ଦିଲ୍ଲୀ ନିକଟ ଗାଜିଆବାଦରେ ଗୋଟିଏ ଲିଟର ପେଟ୍ରୋଲ ୯୬.୫୦ ଟଙ୍କା ଏବଂ ଡିଜେଲ ୮୯.୬୮ଟଙ୍କାରେ ଉପଲବ୍ଧ। ଏହା ବ୍ୟତୀତ ଅହମ୍ମଦାବାଦରେ ପେଟ୍ରୋଲର ମୂଲ୍ୟ ୯୬.୪୨ ଟଙ୍କା ଏବଂ ଡିଜେଲର ମୂଲ୍ୟ ୯୨.୧୭ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

ବିବାହ ପାଇଁ କଥା ଦେଇଥିବା ପ୍ରେମିକା ରଚିଲେ ହତ୍ୟା ଷଡ଼ଯନ୍ତ୍ର: ଭାବି ସ୍ବାମୀଙ୍କୁ…ପୂରା ଘଟଣା ଜାଣିଲେ ଥରିଉଠିବ ଛାତି

ପୁଣେ,୨୪ା୬: ପୁଣେର ଲୋହାଗଡ଼ ଦୁର୍ଗରେ ଗତ ୧୮ ତାରିଖରେ ୨୫ ବର୍ଷୀୟ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ବିଶାଲ ଅଗ୍ରଓ୍ବାଲଙ୍କର ମୃତ୍ୟୁ ଦୁର୍ଘଟଣାବଶତଃ ଖସିପଡ଼ି ହୋଇଥିଲା ବୋଲି…

ସବୁ ଜିଲାକୁ ଛୁଇଁଲା ମୌସୁମୀ: ଏହି ସବୁ ଜିଲାକୁ ପ୍ରବଳ ବର୍ଷା ଆଲର୍ଟ

ଭୁବନେଶ୍ୱର,୨୪ା୬(ବନ୍ଦନା ସେଠୀ): ରାଜ୍ୟର ଅବଶିଷ୍ଟ ଅଂଶକୁ ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ଥିତି ଅନୁକୂଳ ଥିବାରୁ ମଙ୍ଗଳବାର ସମସ୍ତ ଜିଲାକୁ ମୌସୁମୀ ପ୍ରବେଶ କରିଥିବା ଆଞ୍ଚଳିକ…

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri