ଆହୁରି ଖସିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୧୮।୧୧: ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାର ଉତ୍ପାଦ ଟିକସ କମ୍‌ କରିଛନ୍ତି। ଏହା ପରେ ରାଜ୍ୟଗୁଡ଼ିକ ମଧ୍ୟ କିଛି କିଛି ପରିମାଣରେ ଭାଟ୍‌ କମାଇଛନ୍ତି। ଫଳରେ ତେଲ ଦର କିଛି ପରିମାଣରେ କମିଛି। ତେବେ ଆଗାମୀ କିଛି ଦିନରେ ତେଲ ଦର ପୁଣି କମିବା ନେଇ ଆକଳନ କରାଯାଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ବ୍ରେଣ୍ଟ ଅଶୋଧିତ ତେଲ ବର୍ତ୍ତମାନ ୮୦ ଡଲାରରୁ ନିମ୍ନକୁ ଖସିଛି। ଅକ୍ଟୋବର ଆରମ୍ଭରେ ଏହା ୮୦ ଡଲାରରୁ ନିମ୍ନରେ ରହିଥିବା ବେଳେ ଏହି ମାସ ଶେଷ ବେଳେ ପ୍ରାୟ ୮୬ ଡଲାର ଛୁଇଁଥିଲା। ବର୍ତ୍ତମାନ ଅଶୋଧିତ ତେଲ ଦର କମୁଥିବାରୁ ଆଗାମୀ ଦିନରେ ତେଲ ଦର ହ୍ରାସ ହୋଇପାରେ ବୋଲି ବଜାର ବିଶେଷଜ୍ଞ ଆଶାବାଦୀ ରହିଛନ୍ତି। କେଡିଆ କମୋଡିଟିର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି, ଡିସେମ୍ବର ବେଳକୁ ଅଶୋଧିତ ତେଲ ଉତ୍ପାଦନ ବୃଦ୍ଧି କରିବା ଲାଗି ଓପେକ୍‌ ପ୍ଲସ୍‌ ଦେଶଗୁଡ଼ିକ କହିଛନ୍ତି। ଅଗଷ୍ଟ ପରଠାରୁ ପ୍ରତିଦିନ ୪ ଲକ୍ଷ ବ୍ୟାରେଲ ଅତିରିକ୍ତ ତେଲ ଉତ୍ପାଦନ କରିବା ଲାଗି ଦେଶଗୁଡ଼ିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ତେଲ ଉତ୍ପାଦନ ବୃଦ୍ଧି ଧାରା ଜାରି ରଖିବା ଲାଗି ଦେଶ ସମୂହ ନିଷ୍ପତ୍ତି ନେଇଛନ୍ତି। ତେବେ ଅଶୋଧିତ ତେଲ ୭୫ ଡଲାର ପର୍ଯ୍ୟନ୍ତ ଖସିବା ନେଇ ମଧ୍ୟ କିଛି ବିଶେଷଜ୍ଞ ଆକଳନ କରିଛନ୍ତି।
ଅଶୋଧିତ ତେଲ ଦର କମିଲେ ଏହାର ଲାଭ ତେଲ କମ୍ପାନୀଗୁଡ଼ିକ ସାଧାରଣ ଲୋକଙ୍କୁ ପ୍ରଦାନ କରିବେ। ତେବେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ପ୍ରାୟ ୨ରୁ ୩ ଟଙ୍କା ହ୍ରାସ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଜିଏସ୍‌ଟି ସଂଗ୍ରହ ଅଭିବୃଦ୍ଧି ହାର ୪୭%

କଟକ,୩ା୩: ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍‌ଟି ଅଭିବୃଦ୍ଧି ହାର ସର୍ବାଧିକ ରହିଛି। ଚଳିତ ବର୍ଷ ଫେବୃୟାରୀରେ ରାଜ୍ୟର ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୪୧୦୧.୦୯ କୋଟି...

ଭାରତ ମସଲା ପକ୍ଷରୁ ରିଲିଫ ବଣ୍ଟନ

କଟକ,୨୭।୪: କୋଭିଡ୍‌ ଲକ୍‌ଡାଉନ ସମୟରେ ଭାରତ ମସଲା ପକ୍ଷରୁ କଟକଠାରେ ରିଲିଫ ବଣ୍ଟନ କରାଯାଇଛି। କମ୍ପାନୀ ପକ୍ଷରୁ ଧବେଳଶ୍ୱରଗଡାଠାରେ ଥିବା ବସ୍ତିରେ ପ୍ରାୟ ୧୦୦ ପରିବାରକୁ...

ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନର ପରିଣାମ;ପାକିସ୍ତାନରେ ଟମାଟୋ କିଲୋ ୩୦୦ ଛୁଇଁଲା

ଇସ୍‌ଲାମାବାଦ୍‌,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରାଯିବା ପ୍ରତିବାଦରେ ଭାରତ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ପରିଣାମ ସ୍ବରୂପ ଏବେ ଭାରତରୁ...

୧୬.୬% ଖସିଯିବ ରାଜ୍ୟ ଜିଡିପି

ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ମହାମାରୀ ସାରା ବିଶ୍ୱ ଲାଗି ସଙ୍କଟ ଭାବେ ଉଭାହୋଇଛି। ଏହା କେବଳ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିନାହିଁ ବରଂ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ...

ବିଦେଶରୁ ଫେରୁଥିବା ନାଗରିକଙ୍କ ପାଇଁ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୪।୬: ବନ୍ଦେ ଭାରତ ମିଶନରେ ବିଦେଶରୁ ଭାରତ ଫେରୁଥିବା ଲୋକଙ୍କୁ ଦେଶ ମଧ୍ୟରେ ରୋଜଗାର ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି। କେନ୍ଦ୍ର କୌଶଳ ବିକାଶ ଏବଂ...

ଅଟୋ ପିଏଲ୍‌ଆଇ ସ୍କିମ୍‌ରେ ୨୦ ମନୋନୀତ

ନୂଆଦିଲ୍ଲୀ,୧୧।୨: ଚଳିତ ବଜେଟରେ କେନ୍ଦ୍ର ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ମେକ୍‌ ଇନ୍‌ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଯୋଜନାରେ ସ୍ବଦେଶୀ...

୨୦୨୦ରେ ଆସୁଛି ଫେସ୍‌ବୁକ୍‌ର କ୍ରିପ୍ଟୋକରେନ୍ସି ‘ଲିବ୍ରା’

ନୂଆଦିଲ୍ଲୀ,୧୮-୬: ସୋସିଆଲ ମିଡିଆ ଓ୍ବେବସାଇଟ ଫେସ୍‌ବୁକ୍‌ ୨୦୨୦ରେ ନିଜସ୍ବ କ୍ରିପ୍ଟୋକରେନ୍ସି ‘ଲିବ୍ରା’ ଲଞ୍ଚ କରିବାକୁ ଯାଉଛି ବୋଲି ମଙ୍ଗଳବାର ଘୋଷଣା କରିଛି। ସ୍ମାର୍ଟ ଡିଭାଇସ୍‌ ଜରିଆରେ...

ଲକ୍‌ଡାଉନ ବିରୋଧୀ ଲଢେଇ; କମ୍ପାନୀ କର୍ମଚାରୀଙ୍କ ୩ ମାସର ବେତନ ଦେବ ଡେନ୍‌ମାର୍କ

ନୂଆଦିଲ୍ଲୀ,୩୦। ୩: କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହୋଇଛି। ଏଭଳି ସମୟରେ କମ୍ପାନୀଗୁଡିକ ଚାପରେ ରହିବା ଫଳରେ...

Advertisement
Archives

Model This Week