ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୬୦ ପଇସା ହ୍ରାସ ସହିତ ୭୭.୫୦ ସ୍ତରରେ ପହଞ୍ଚିଛି। ବୈଶ୍ୱିକ ବଜାରରେ ଆମେରିକୀୟ ଡଲାରରେ ବୃଦ୍ଧି ଦ୍ୱାରା ଏଭଳି ସ୍ଥିତି ଉପୁଜିଛି। ଇଣ୍ଟର୍‌ବ୍ୟାଙ୍କ୍‌ ଫରେନ୍‌ ଏକ୍ସଚେଞ୍ଜ ବଜାର ୭୭.୧୭ରେ ଖୋଲିଥିଲା ଏବଂ ଦିନର କାରବାର ସମୟରେ ୬୦ ପଇସା ହ୍ରାସ ପାଇ ୭୭.୫୦ ସ୍ତରରେ ପହଞ୍ଚିଥିଲା। ଦିନର ଟ୍ରେଡିଂ ସମୟ ମଧ୍ୟରେ ଭାରତୀୟ ମୁଦ୍ରା ସର୍ବକାଳୀନ ନିମ୍ନ ୭୭.୫୨ ସ୍ତରରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଗତ ସପ୍ତାହର ଶେଷ ଟ୍ରେଡିଂ ଦିନ ଅର୍ଥାତ୍‌ ଶୁକ୍ରବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ୫୫ ପଇସା ହ୍ରାସ ହୋଇ ୭୬.୯୦ରେ ବନ୍ଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ନିଯୁକ୍ତି ହ୍ରାସ ହୋଇନି: ସନ୍ତୋଷ ଗଙ୍ଗଓ୍ବାର

ନୂଆଦିଲ୍ଲୀ,୧୦-୧୨: ଦେଶରେ କୌଣସି ପ୍ରକାରର ନିଯୁକ୍ତି ହ୍ରାସ ହୋଇ ନ ଥିବା କେନ୍ଦ୍ର ସରକାର ସୋମବାର ପୁଣି ଥରେ କହିଛନ୍ତି। ନିଯୁକ୍ତି ହ୍ରାସ ହେବା ନେଇ...

ସକାଳ ୯ଟା ସୁଦ୍ଧା ପହଞ୍ଚିବାକୁ ପଡିବ କାର୍ଯ୍ୟାଳୟରେ

ଚଣ୍ଡିଗଡ଼,୨୧ ।୯: ପଞ୍ଜାବର ନୂଆ ସରକାର ତାଙ୍କ କାର୍ଯ୍ୟର ଦ୍ରୁତ ଅଗ୍ରଗତି ପାଇଁ ସମସ୍ତ ସରକାରୀ ଅଧିକାର ଓ କର୍ମଚାରୀଙ୍କୁ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ...

ପାର୍ଲାମେଣ୍ଟରେ ମହାରାଷ୍ଟ୍ର ତାତି: ହଟ୍ଟଗୋଳ ଯୋଗୁ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ,୨୬ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତିକୁ ନେଇ ସୋମବାର ପାର୍ଲାମେଣ୍ଟରେ ଜୋରଦାର ହଟ୍ଟଗୋଳ ହେବା ପରେ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଲୋକ ସଭାରେ...

ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା

ମୁମ୍ବାଇ,୧୭।୭-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ମୁମ୍ବାଇଲସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ରିପୋର୍ଟ...

ରାଜ୍ୟ ସଭା ଉପାଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଲେ ବିରୋଧୀ

ନୂଆଦିଲ୍ଲୀ,୨୦।୯: ରାଜ୍ୟ ସଭାରେ ଉତ୍ତେଜନା ମଧ୍ୟରେ ରବିବାର ଦୁଇଟି କୃଷି ବିଲ ପାରିତ ହୋଇଛି। ଏହାକୁ ବିରୋଧ କରି ବିରୋଧୀ ଏମ୍‌ପିମାନେ ରାଜ୍ୟ ସଭାର ଉପାଧ୍ୟକ୍ଷ...

ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ...

ସୋସିଆଲ ମିଡିଆରେ ଲାଗିପାରିବନି କଟକଣା

ନୂଆଦିଲ୍ଲୀ, ୧।୫: ଯଦି ନାଗରିକମାନେ ସେମାନଙ୍କ ଆପତ୍ତି ଅଭିଯୋଗକୁ ସୋସିଆଲ ମିଡିଆ ଜରିଆରେ ପରସ୍ପର ମଧ୍ୟରେ ଶେୟାର କରନ୍ତି, ତେବେ ଉକ୍ତ ସୂଚନା ଉପରେ କୌଣସି...

ଓ୍ବେସ୍କୋ, ସାଉଥ୍‌କୋର ପରିଚାଳନା ନେଲା ଟାଟା

ଭୁବନେଶ୍ୱର,: ଓ୍ବେସ୍କୋ ଏବଂ ସାଉଥ୍‌କୋର ପରିଚାଳନା ଏବଂ ଅପରେଶନ ଭାର ଟାଟା ପାଓ୍ବାର ହାତକୁ ଯାଇଛି। ଗୁରୁବାର ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ବିଧିବଧ ଭାବେ...

Advertisement
Archives

Model This Week