ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ମାଳିପୁଟ ପଞ୍ଚାୟତ ଏରାସାନ୍ତାଗୁଡା, ଶିଶାଗୁଡା ଏବଂ ମାଲକାରବନ୍ଧ ପ୍ରମୁଖ ଗ୍ରାମରେ ପହଞ୍ଚି ଲୋକଙ୍କୁ ବଞ୍ଚିବାର ଅଧିକାର ସମ୍ପର୍କରେ ଆହ୍ବାନ ଦେଇ ଲୋକଙ୍କୁ ସଚେତନତା କରାଇଥିଲା।

ମିଳିଥିବା ସୂଚନା ମୁତାବକ, ଲୋକ ଅଧିକାର ଯାତ୍ରା ଗତ ୨୫ ତାରିଖରୁ କଟକ ଜିଲା ସତ୍ୟଭାମାପୁର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୀଠରୁ ବାହାରି ଛତିଆ ହୋଇ କଳିଙ୍ଗନଗରରେ ପହଞ୍ଚି ଥିଲା। ସେଠାରୁ ବାହାରି ଭଦ୍ରକ, ବାଲେଶ୍ବର, ବାରିପଦା, କେଉଁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, କଳାହାଣ୍ଡିରେ ପହଞ୍ଚି ଲୋକଙ୍କୁ ସଚେତନ କରାଯାଇଥିଲା।

ଲୋକ ଅଧିକାର ଯାତ୍ରା ୧୧ଦିନରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର ମାଳିପୁଟ ପଞ୍ଚାୟତ ଏରାସାନ୍ତାଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ଏକାଠି କରି ଜଳ, ଜଙ୍ଗଲ ଅଧିକାର ଉପରେ ସଚେତନ କରାଯାଇଥିଲା।

ଏହି ଅବସରରେ ସ୍ଥାନୀୟ ଜନସାଧାରଣ ଅଧିକାର ଯାତ୍ରାରେ ସାମିଲ ହୋଇଥିବା ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ସଂଯୋଜକ ଡାକ୍ତର ବିଶ୍ୱଜିତ୍‌, ସମାଜବାଦୀ ନେତା କଲ୍ୟାଣ ଆନନ୍ଦ, ନେତା ନାଚିକା ଲିଙ୍ଗା, ବିଜୟ ସିଙ୍କୁ, ସୁକାନ୍ତ ପ୍ରଧାନ, ଲକ୍ଷ୍ମଣ ନାୟକ, କିଶୋର ସାହୁ, ସୁରେନ୍ଦ୍ର ଭୂୟେ, ବିରଞ୍ଚି ମହାକୁଡ ପ୍ରମୁଖଙ୍କୁ ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ ସଭାପତି ରବି ଖରା, ଭଗବାନ ଗଲରୀ, ନୁଆଗାଁ ସରପଞ୍ଚ ସୁବାଷ ଖରା, ମାଳିପୁଟ ସରପଞ୍ଚ ସୋମନାଥ ଗୁଣ୍ଠା, ପଟ୍ଟାଙ୍ଗି ସରପଞ୍ଚ ଆଲମେ ଫୁଲ ସ୍ବାଗତ ଜଣାଇଥିଲେ।

ପରବର୍ତ୍ତୀ ସମୟରେ ଯାତ୍ରାର ସଦସ୍ୟ ବ୍ଲକର ସଦର ପଞ୍ଚାୟତ ଶିଶାଗୁଡା ଗ୍ରାମରେ ପହଞ୍ଚି ନିଜର ଅଧିକାର ସମ୍ପର୍କରେ ବୁଝାଇ ସେଠାରୁ ବାହାରି ପୁଣି ମାଳିପୁଟ ପଞ୍ଚାୟତ ମାଲକାରବନ୍ଧ ଗ୍ରାମରେ ଆୟୋଜିତ ସଭାରେ ଯୋଗଦେଇ ଉପସ୍ଥିତ ଗ୍ରାମବାସୀଙ୍କୁ ବିଭିନ୍ନ କମ୍ପାନୀ ଦ୍ୱାରା ଚାଲିଥିବା ଚକ୍ରାନ୍ତକୁ ବିରୋଧ କରି ନିଜ ହକ ପାଇଁ ଲଢେଇ ଜାରି ରଖିବା ପାଇଁ ପରିବେଶବିତ୍‌ ସାମନ୍ତରାୟ ଆହ୍ବାନ ଦେଇ ଗତ ୧୫ ବର୍ଷ ଧରି ଖଣି ଖନନ ନାମରେ ଗୋଟିଏ ପରେ ଗୋଟିଏ ଜଙ୍ଗଲ ନଷ୍ଟ କରି ଦିଆଯାଉଛି।

ଏହାଦ୍ୱାରା ଲୋକେ ଜୀବନ, ଜୀବିକା ହରାଇବା ସହ ପରିବେଶକୁ ଧ୍ୱଂସ କରାଯାଉଛି ଏହା ବିକାଶ ନାଁରେ ବିନାଶ ଚାଲିଛି। କିନ୍ତୁ ଦୁଃଖର ବିଷୟ ରାଜ୍ୟରେ ରାଜନୀତି ଦଳଗୁଡିକ ଏଥିପ୍ରତି ଚିନ୍ତା କରୁ ନ ଥିବା ବେଳେ ଭୋଟ ପାଇ କ୍ଷମତାରେ ବସିଥିବା ନେତାମାନେ ମଧ୍ୟ ଏଥିରେ କୈଣସି ଇଛାଶକ୍ତି ନ ଦେଖାଇବା ଦୁର୍ଭାଗ୍ୟର ବିଷୟ ବୋଲି ଅଭିଭାଷଣରେ ଲୋକଙ୍କୁ ବୁଝାଇଥିଲେ ।

ଏପରିକି ପଞ୍ଚବଟ ମାଳି ଖଣି ନ ସରିବା ଯାଏଁ ଅନ୍ୟ ବକ୍ସାଇଟ ଖଣି ଖୋଳିବା ଆବଶ୍ୟକ ନାହିଁ । ଏଥିରେ ସରକାର ଲୋକଙ୍କ ସମସ୍ୟାକୁ ନ ବୁଝି କାହିଁକି କମ୍ପାନୀଙ୍କ ପ୍ରତି ଅନୁକମ୍ପା ଦେଖାଉଛି ବୋଲି ପ୍ରଶ୍ନ ଉଠାଇ ଏହି ଯାତ୍ରା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ଏବଂ ୨୯ ମାର୍ଚ୍ଚ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ରାଜ୍ୟର ସମସ୍ତ ଖଣି ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତଙ୍କୁ ନେଇ ସମାବେଶ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ପ୍ରକାଶ କରିଥିଲେ।

ଲୋକ ଅଧିକାର ଯାତ୍ରାରେ ବାଲଡା ନାଗେଶ୍ୱରୀର ଅଜୟ ମୁଦୁଲି, ବିଜୟ ମୁଦୁଲି, ମାଳି ପର୍ବତ ସୁରକ୍ଷା ସମିତି ସଭାପତି ବିଜୟ ଖିଲ, ନିରଞ୍ଜନ ଖିଲ, କୋରାପୁଟିଆ ଜନ ସୁରକ୍ଷା ସମିତି ଦାସି ନନ୍ଦିବାଲି ପ୍ରମୁଖ ଉପସ୍ଥିତ ରହିଥିଲେ। ପରେ ଯାତ୍ରା ସଦସ୍ୟ ମାଲକାରବନ୍ଧ ଗ୍ରାମରୁ ବାହାରି ନନ୍ଦପୁର ବ୍ଲକ ବାଲଡା ନାଗେଶ୍ୱରୀର ଗୁମ୍ଫା ଅଭିମୁଖେ ବାହାରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri