କେସିଙ୍ଗା,୨୭।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଟୋଲଗେଟ୍ ଛକ ନିକଟ ରାସ୍ତାରେ ୪ ଜଣ ସୋମବାର ରାତିରେ ଲୋକଙ୍କଠାରୁ ଲୁଟ୍ କରୁଥିଲେ। ପଲମ ଫାଣ୍ଡି ଅଧିକାରୀ ପାଟ୍ରୋଲିଂ କରୁଥିବା ସମୟରେ ଏହି ଖବର ଜାଣିବାକୁ ପାଇଥିଲେ। ପରେ କେସିଙ୍ଗା ପୋଲିସକୁ ପଲମ ଫାଣ୍ଡି ଅଧିକାରୀ ଖବର ଦେଇଥିଲେ। ପଲମ ଫାଣ୍ଡି ଓ କେସିଙ୍ଗା ପୋଲିସର ମିଳିତ ଉଦ୍ୟମରେ ଡକାୟତି କରୁଥିବା ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା। ୪ ଜଣ ଅଭିଯୁକ୍ତମାନେ ଏକ ସ୍କର୍ପିଓ ଗାଡି (ନ. ଓ ୦୮ସି ୭୨୦୯ )ବ୍ୟବହାର କରୁଥିଲେ। ଉକ୍ତ ଗାଡ଼ି ସହ ବ୍ୟବହାର କରୁଥିବା ଠେଙ୍ଗା ଓ ମୋବାଇଲ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏମ.ରାମ ପୁର ଥାନା ଅଧୀନ ଅଇଲାପାଲି ଗ୍ରାମର ଆଶିଷ ମାଝୀ (୨୪), ଝଳିଆଗଭା ଗ୍ରାମର ନରେଶ ହରିଜନ(୨୫), ଗୋପାଳ ହରିଜନ(୨୪), ଏବଂ କୁଶୁର୍ଲା ଗ୍ରାମର ଅଜିତ ସାହୁ (୨୬)। ସମସ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। କେସିଙ୍ଗା ଥାନାରେ କେସ ନଂ ୨୧/୨୬ରେ ମାମଲା ରୁଜୁ କରାଯାଇଛି।