କୋଟିଆ ସୀମାନ୍ତ ଗ୍ରାମରେ ଲୋକଙ୍କୁ କଲେ ଏକାଠି: ୧୨ଟି ଗ୍ରାମ ଆନ୍ଧ୍ର ରାଜ୍ୟର ଦାବି କରି…

ପଟ୍ଟାଙ୍ଗି,୨୮।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମରେ ଆନ୍ଧ୍ର ରାଜ୍ୟର ଜନସେନା ଦଳ ଗ୍ରାମବାସୀଙ୍କୁ ଏକାଠି କରି ବୈଠକ କରିଛନ୍ତି। ଏହି ମାଧ୍ୟମରେ ଓଡ଼ିଶାର ସୀମାନ୍ତ ଭିତରେ ଆନ୍ଧ୍ର ରାଜ୍ୟର ଗ୍ରାମ ଗୁଡିକ ଦୀର୍ଘବର୍ଷ ହେଲା ରହିଯାଇଛି । ଏହା ଆମ ରାଜ୍ୟର ଗ୍ରାମ ଗୁଡ଼ିକ ବୋଲି ଦୃଢକ୍ତି କରି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ନିମନ୍ତେ ଦାବି ଉଠାଇବୁ ବୋଲି ସୀମାନ୍ତବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଦୃଶ୍ୟ ଓଡ଼ିଶାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ଆନ୍ଧ୍ର ରାଜ୍ୟର ଉକ୍ତ ଦଳ ପ୍ରତିନିଧିମାନେ ଓଡ଼ିଶାର ଉପର ସେମ୍ବି ଗ୍ରାମରେ ଅନୁପ୍ରବେଶ କରି କୋଟିଆ ପଞ୍ଚାୟତର ୧୨ଟି ଗ୍ରାମର ମୁଖିଆ ଏବଂ ଉକ୍ତ ଗ୍ରାମବାସୀଙ୍କୁ ଏକାଠି କରିଛନ୍ତି। ସୀମା ବିବାଦ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଥିଲେ ମଧ୍ୟ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନେ କାହିଁକି ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପକ୍ଷେ କୋଟିଆ ପଞ୍ଚାୟତର ୧୨ଟି ଗ୍ରାମ ଦୀର୍ଘ ୬୦ବର୍ଷ ହେଲା ଓଡ଼ିଶା ସୀମା ଭିତରେ ରହିଯାଇଛି। ଯାହାକି ଉକ୍ତ ୧୨ଟି ଗ୍ରାମବାସୀ ଓଡିଶାରେ ରହିବାକୁ ଇଛା ପ୍ରକାଶ କରୁନାହାନ୍ତି । ଯାହାକୁ ନେଇ ଆମେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଦାବି କରି ଦୃଷ୍ଟି ଆକର୍ଷଣ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି ତେଲୁଗୁ ଭାଷାରେ ବୁଝାଇଥିଲେ ।
ପରେ ଉକ୍ତ ଦଳର ପ୍ରତିନିଧି ଦଳ ଉପର ସେମ୍ବି ଗ୍ରାମରେ ଶନିବାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନର ସହଯୋଗରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ପ୍ରାଥମିକ ବିଦ୍ୟୁତ୍‌ ସବ୍‌ ଷ୍ଟେଶନ ନିମନ୍ତେ ଭିତ୍ତି ପ୍ରସ୍ତର ପାଇଁ ଆୟୋଜିତ ହୋଇଥିବା  ଭଙ୍ଗାରୁଜା  ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ଫେରି ଯାଇଥିଲେ ।
 ସେପଟେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଗସ୍ତ ପୁର୍ବରୁ ହୋଇଥିବା ଭଙ୍ଗାରୁଜା ଦୃଶ୍ୟକୁନେଇ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଏହା ଆମ ପକ୍ଷରୁ ଆୟୋଜିତ କରା ଯାଇ ନ ଥିଲା । ଏହା ବିଦ୍ୟୁତ୍‌ ବିଭାଗର ବୋଲି କହି ନିଜ ମୁଣ୍ଡରୁ ଦୋଷ ହଟାଇ ଦେଇଛି।
Dharitri – Odisha’s No.1 Odia Daily