ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଉପସ୍ଥିତିରେ ସାର ବସ୍ତା ବୋହିନେଲେ ଚାଷୀ। ମଉଳାଭଣଜା ସେବା ସମବାୟ ସମିତିରୁ ସାର ବସ୍ତା ବୋହିନେଇଥିବା ଦେଖିବାକୁ ମିଳିଛି। ସମବାୟ ସଂପାଦକଙ୍କୁ ଘେରି ସାର ବସ୍ତା ବୋହିନେଇଥିବା କୁହାଯାଉଛି।
ପ୍ରଥମେ ସାର ମିଳୁ ନଥିବାରୁ NH ଅବରୋଧ କରିଥିଲେ ଶତାଧିକ ଚାଷୀ ଦିଗପହଣ୍ଡି-ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ଅବରୋଧକରି ମଉଳାଭଣଜାରେ ଆନ୍ଦୋଳନ ଜାରି ରଖିଥିଲେ। ଏନଏଚ ୩୨୬ ଅବରୋଧ ଗାଡ଼ି ମୋଟର ଅଟକି ରହିଛି। ଚପାଉତ୍ତେଜନା ମଧ୍ୟ ଲାଗି ରହିଛି।