Posted inଜାତୀୟ

ଜଳ ସଙ୍କଟରେ ଜୁଝୁଛନ୍ତି ଆଗ୍ରାବାସୀ: ୪ଟଙ୍କାରେ ମିଳୁଛି ବାଲଟିଏ ପାଣି

ଆଗ୍ରା,୨୯।୪: ଆଗ୍ରାରେ ଭୀଷଣ ଖରା ଯୋଗୁ ଲୋକେ ବେହାଲ ହୋଇପଡ଼ିଥିବା ବେଳେ   ଅନ୍ୟପଟେ ଜଳ ସଙ୍କଟ ମୁଣ୍ଡ ବଥାର କାରଣ ପାଲଟିଛି। ସହରର ବହୁ ଅଞ୍ଚଳରେ ଲୋକମାନେ ପାଣି ଟ୍ୟାଙ୍କରରୁ ପାଣି କିଣିବାକୁ ପଡ଼ୁଛି। ଗୋଟିଏ ବାଲଟି ପିଛା ୪ ଟଙ୍କା ନେଉଥିବା ବେଳେ ଗୋଟେ ଡ୍ରମ ପାଇଁ ୩୦ରୁ ୩୫ ଟଙ୍କା ନେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଯେଉଁଠାରେ ପାଣି ସପ୍ଲାଇ ହେଉଛି ସେଠାରେ ଖରାରେ ଲୋକମାନେ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ବେଳେ ବେଳେ ଟାଣ ଖରାରେ ଲମ୍ବା ଲାଇନ ଲଗାଇଥିଲେ ମଧ୍ୟ ପାଣି ମିଳିବା କଷ୍ଟକର ହୋଇପଡ଼ୁଛି। ଏମାନଙ୍କ ପାଇଁ କେବଳ ପାଣି ଟ୍ୟାଙ୍କର ହିଁ ଏବେ ସାହା ଭରଷା ହୋଇପଡ଼ିଛି। ହେଲେ ଏହାର ଭରପୁର ଫାଇଦା ଉଠାଉଛନ୍ତି ଟ୍ୟାଙ୍କର ମାଲିକ। ମନ ମୁତାବକ ପାଣି ଦେବା ସହ ମନ ଇଛା ସମୟରେ ଆସୁଥିବା ଅଭିଯୋଗ ହୋଇଛି। ଆଗ୍ରାର ଟେଡି ବଗିଆରେ ପାଇପ୍‌ ଲାଇନ ବିଛା ହେବାର ୧୦ ବର୍ଷ ପରେ ବି ଏବେ ପର୍ଯ୍ୟନ୍ତ ପାଣି ଆସିପାରି ନାହିଁ। ଏନେଇ ପ୍ରଶାସନ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ଲାଭ ମିଳୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଅପରପକ୍ଷରେ କିଛି କିଛି ସ୍ଥାନରେ ହ୍ୟାଣ୍ଡପମ୍ପ ଥିବା ବେଳେ ସେଗୁଡିକ ମଧ୍ୟ ଖରାପ ହୋଇଯାଇଛି। ଅନ୍ୟ ଋତୁରେ ଯେକୌଣସି ଭାବେ ଚଳିଯାଉଥିବା ବେଳେ କିନ୍ତୁ ଗ୍ରୀଷ୍ମ ଦିନେ ଗ୍ରାମବାସୀ ବହୁ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଜଳସେଚନ ବିଭାଗ  ନିଜ ସଫେଇରେ କହିଛନ୍ତି ଅନ୍ୟ ଏଜେନ୍ସି ଏହି ପାଇପ୍‌ ଲାଇନ ବିଛାଇଥିବା ବେଳେ ତାଙ୍କୁ ହସ୍ତାନ୍ତର କରିନାହିଁ। ଫଳରେ ଏହା କାର୍ଯ୍ୟକ୍ଷମ ହେବା ପାଇଁ ବିଳମ୍ବ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri