ଏହି ଦେଶର ଲୋକେ ସବୁଠାରୁ ଖୁସି

ଓ୍ବାଶିଂଟନ, ୨୦ା୩: ବିଶ୍ୱର ସବୁଠାରୁ ଖସି ଦେଶର ତାଲିକା ପ୍ରକାଶ ପାଇଛି। ଏଥିରେ ଫିନ୍‌ଲାଣ୍ଡ ପୁଣି ଶୀର୍ଷରେ ରହିଛି। ଫିନ୍‌ଲାଣ୍ଡ ଗତ ୬ବର୍ଷରୁ ଲଗାତର ଏହି ତାଲିକାର ଶୀର୍ଷରେ ରହିଆସିଛି। ବିଶ୍ୱ ହାପିନେସ୍‌ ବାର୍ଷିକ ରିପୋର୍ଟରେ ଫିନ୍‌ଲାଣ୍ଡକୁ ସବୁଠୁ ସୁଖୀ ଦେଶ ଭାବେ ଦର୍ଶାଯାଇଛି। ମୁଣ୍ଡପିଛା ଜିଡିପି, ସାମାଜିକ ସମର୍ଥନ, ଉଦାରତା, ସୁସ୍ଥ ଜୀବନ, ସ୍ବାଧୀନତା ଓ ସର୍ବନିମ୍ନ ଦୁର୍ନୀତିକୁ ମାପଦଣ୍ଡ ଭାବେ ନେଇ ସୁଖୀ ରାଷ୍ଟ୍ର ଚୟନ କରାଯାଇଥାଏ। ବିଶ୍ୱ ହାପିନେସ୍‌ ଡେ’ ପାଳନ ଅବସରରେ ସୋମବାର ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ୧୨୫ତମ ସ୍ଥାନରେ ରହିଛି ଭାରତ। ୧୫୦ରୁ ଊର୍ଦ୍ଧ୍ୱ ଦେଶର ଲୋକଙ୍କଠାରୁ ସଂଗୃହୀତ ତଥ୍ୟ ଆଧାରରେ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟ୍‌ଓ୍ବର୍କ ପକ୍ଷରୁ ଉକ୍ତ ରିପୋର୍ଟ ପ୍ରକାଶ ପାଇଛି। ତେବେ ଶ୍ରେଷ୍ଠ ୨୦ ସୁଖୀ ଦେଶ ତାଲିକାରେ କୌଣସି ଏସିଆ ଦେଶ ସାମିଲ ନାହିଁ। ଶେଷ୍ଠ ୨୦ ଖୁସି ଦେଶ ତାଲିକାରେ ପ୍ରଥମରେ ଫିନ୍‌ଲାଣ୍ଡ୍‌, ଡେନ୍‌ମାର୍କ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆଇସ୍‌ଲାଣ୍ଡ ତୃତୀୟରେ, ଚତୁର୍ଥରେ ସ୍ବୀଡେନ ଏବଂ ପଞ୍ଚମରେ ନରଓ୍ବେ ରହିଛି। କୋଭିଡ୍‌-୧୯ ମହାମାରୀରେ ଉପରୋକ୍ତ ଦେଶଗୁଡ଼ିକରେ ଅନେକ ଲୋକଙ୍କ ଜୀବନ ଯାଇଥିଲେ ମଧ୍ୟ ଖୁସି କମିନାହିଁ। ଅନ୍ୟପକ୍ଷରେ ଭାରତ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି କରୁଥିଲେ ମଧ୍ୟ ଏହା ହାପିନେସ୍‌ ତାଲିକାରେ ନେପାଳ, ଚାଇନା, ବାଂଲାଦେଶ ଏବଂ ଶ୍ରୀଲଙ୍କା ତଳେ ରହିଛି। କୌତୂହଳର ବିଷୟ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସେମାନଙ୍କ ର଼୍ୟାଙ୍କିଙ୍ଗ ହ୍ରାସ ପାଇଥିଲେ ମଧ୍ୟ ଉଭୟ ଦେଶ ଭାରତଠାରୁ ଯଥେଷ୍ଟ ଉପରେ ରହିଛନ୍ତି। ରୁଷିଆ ହାପିନେସ୍‌ ତାଲିକାରେ ୭୨ତମ ସ୍ଥାନରେ ଥିବା ବେଳେ ୟୁକ୍ରେନ ୯୨ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri