୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ ଅନ୍ତର୍ଗତ ୨୧ଟି ଗ୍ରାମର ଲୋକମାନେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରକୁ ଭୋଟ ଦେଉଛନ୍ତି। ୨୦୨୧ରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ସମୟରେ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକ ଯେଭଳି ବିରୋଧ କରୁଥିଲେ, ସେହି ବିରୋଧ ଏବେ ନୀରବି ଯାଇଥିବାରୁ ଆନ୍ଧ୍ର ଏଠାରେ ନିର୍ବାଚନ କରାଇ ତା’ର ଉପସ୍ଥିତି ଦର୍ଶାଉଛି।
କୋଟିଆ ପଞ୍ଚାୟତ ଅଧୀନରେ ଥିବା ତଳ ଗଞ୍ଜେଇ ପଦର, ଫଗୁଣସିନେରୀ ଏବଂ ଫାଟୁସିନେରୀ ଆଦି ତିନୋଟି ଗ୍ରାମକୁ ପଡ଼ୋଶୀ ଆନ୍ଧ୍ର ନିଜ ପଞ୍ଚାୟତ ଭାବେ ଦର୍ଶାଇ ୨୦୨୧ ଫେବୃଆରୀ ୨ତାରିଖରେ ପଞ୍ଚାୟତ ନିର୍ବାଚନ କରିଥିଲା। ଏପରି କି ସେହି ବର୍ଷ ମାର୍ଚ୍ଚ ୮ ତାରିଖରେ ଜିଲା ପରିଷଦ ନିର୍ବାଚନ କରିଥିଲା। ସେତେବେଳେ କୋରାପୁଟ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏବଂ ୩ ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଏବଂ ଭାଜପାର ନେତା ଏବଂ କର୍ମୀମାନେ ବିରୋଧ କରିଥିଲେ। ଜିଲାରୁ ଆରମ୍ଭ କରି ରାଜ୍ୟସ୍ତରରେ ଏହି ବିରୋଧ ଚହଳ ପକାଇଥିଲା। ହେଲେ କୋଟିଆର ସୀମାନ୍ତ ୨୧ଖଣ୍ଡ ଗ୍ରାମବାସୀ ଆନ୍ଧ୍ର ସପକ୍ଷରେ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଏବେ ସେହି ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ପକ୍ଷରୁ ପୁଣି ଥରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ହେଲେ ଏହାକୁ ରୋକିବାକୁ କୋରାପୁଟ ଜିଲା ପ୍ରଶାସନ କିମ୍ବା ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କୌଣସି ବିରୋଧ ଦେଖିବାକୁ ମିଳୁନାହିଁ। ଫଳରେ ୨୧ଖଣ୍ଡ ସୀମାନ୍ତ ଗ୍ରାମର ପ୍ରାୟ ୨,୫୦୦ ଭୋଟର ଉଭୟ ରାଜ୍ୟକୁ ଭୋଟ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପାଖରେ ଉଭୟ ରାଜ୍ୟର ଭୋଟ ପରିଚୟ ପତ୍ର, ରାଶନ କାର୍ଡ ଏବଂ ପେନ୍‌ଶନ କାର୍ଡ ମଧ୍ୟ ରହିଛି। ଆନ୍ଧ୍ରର ଆରକୁ ଲୋକ ସଭା ସଂସଦୀୟ କ୍ଷେତ୍ର ଏବଂ ସାଲୁର ବିଧାନସଭା ନିର୍ବାଚନମଣ୍ଡଳୀରେ କୋଟିଆ ପଞ୍ଚାୟତର ୨୧ଟି ସୀମାନ୍ତ ଗ୍ରାମର ଭୋଟର ତାଲିକା ରହିଛି। ଏଠାରେ ଆସନ୍ତା ମେ ୧୩ ତାରିଖରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାର ନିର୍ବାଚନ ଅନୁଷ୍ଠିତ ହେବ। ଉକ୍ତ ଗ୍ରାମବାସୀଙ୍କ କହିବା ହେଲା ପଡ଼ୋଶୀ ଆନ୍ଧ୍ର ସରକାର ସେମାନଙ୍କ ସହ ସବୁବେଳେ ମିଶିକି ରହିଥିବାବେଳେ ପ୍ରତ୍ୟେକ ସରକାରୀ ସହାୟତା ଯୋଗାଇ ସେମାନଙ୍କ ଦୁଃଖ ଦୂର କରିବାରେ ମୁଖ୍ୟ ଭୂମିକା ନେଇଛି। ଯେଉଁଥିପାଇଁ କି ଆନ୍ଧ୍ର ପାଇଁ ସେମାନେ ଅନେକ ଉନ୍ନୟନମୂଳକ କାର୍ଯ୍ୟରେ ଉପକୃତ ହୋଇପାରିଛନ୍ତି। ଦେଶର ନାଗରିକ ଭାବେ ମତଦାନ ସାବ୍ୟସ୍ତ କରିବାର ସମସ୍ତଙ୍କ ଅଧିକାର ରହିଛି। ସେହିପରି ଓଡ଼ିଶା ସରକାର ମଧ୍ୟ ସେମାନଙ୍କ ଗ୍ରାମରେ ଅନେକ କିଛି ଉନ୍ନତି କରିଛନ୍ତି। ତେଣୁ ନିର୍ବାଚନ ସମୟରେ ପ୍ରଥମେ ଓଡ଼ିଶାର ବୁଥ୍‌ରେ ଭୋଟ ଦେବା ପରେ ଆନ୍ଧ୍ର ମତଦାନ କେନ୍ଦ୍ରରେ ପହଞ୍ଚତ୍ ଭୋଟ୍‌ ଦେବେ ବୋଲି ଗ୍ରାମବାସୀ ମତପ୍ରକାଶ କରୁଛନ୍ତି।
ଇତିମଧ୍ୟରେ ଆନ୍ଧ୍ରର ଦୁଇ ଦଳ ଓ୍ବାଇଏସ୍‌ଆର କଂଗ୍ରେସ ଏବଂ ତେଲ୍‌ଗୁ ଦେଶମ ପାର୍ଟିର ବିଧାୟକ ପ୍ରାର୍ଥୀ କୋଟିଆ ପଞ୍ଚାୟତର ସୀମାନ୍ତ ଉପର ଗଞ୍ଜେଇ ପଦର, ଉପରସେମ୍ବି, ତଳସେମ୍ବି, ଧୂଳିପଦର ଆଦି ଗ୍ରାମରେ ଦୁଇଥର ପହଞ୍ଚତ୍ ନିଜ ସପକ୍ଷରେ ଭୋଟ ଭିକ୍ଷା କରିସାରିଲେଣି। ହେଲେ ଓଡ଼ିଶାର କୌଣସି ଦଳୀୟ ପ୍ରାର୍ଥୀ ଏଯାବତ୍‌ ନିର୍ବାଚନ ପ୍ରଚାର ବା ଭୋଟ ଭିକ୍ଷା କରିବାକୁ ପହଞ୍ଚତ୍ ନାହାନ୍ତି। ଏଥିରୁ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକର କୋଟିଆ ପ୍ରତି କେତେ ଆନ୍ତରିକତା ରହିଛି, ତାହା ଏଥିରୁ ସ୍ପଷ୍ଟ ବାରିହୋଇପଡ଼ୁଛି ବୋଲି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ଯେଉଁସବୁ ରାଜନେତା ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ସମୟରେ ବିରୋଧ କରି ନିଜର ପତିଆରା ଦେଖାଇଥିଲେ ସେମାନଙ୍କ ମଧ୍ୟରୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେଡି ବିଧାୟକ ପ୍ରୀତମ ପାଢ଼ୀ ପ୍ରମୁଖଙ୍କୁ ଫୋନ ଯୋଗେ ମତାମତ ଲୋଡ଼ାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। କଂଗ୍ରେସର ରାଜ୍ୟ ଆଦିବାସୀ ସେଲ୍‌ ସଭାପତି ଜୟରାମ ପାଙ୍ଗିଙ୍କ କହିବା ହେଲା କୋଟିଆର ୨୧ ସୀମାନ୍ତ ଗ୍ରାମରେ ଆନ୍ଧ୍ରର ନିର୍ବାଚନକୁ ଆମେ ସବୁବେଳେ ବିରୋଧ କରିଆସୁଛୁ। ହେଲେ ଆନ୍ଧ୍ର ଏହା ଶୁଣୁନାହିଁ। ଏଥିପାଇଁ ସମସ୍ତ ରାଜନେତା ମୁହଁ ଖୋଲିବାର ଆବଶ୍ୟକତା ରହିଛି ବୋଲି ପାଙ୍ଗୀ କହିଛନ୍ତି। ସୂଚନାଥାଉକି. ୧୯୭୪ ମସିହାରୁ କୋଟିଆ ପଞ୍ଚାୟତବାସୀ ଉଭୟ ଓଡିଶା ଏବଂ ଆନ୍ଧ୍ରକୁ ନିର୍ବାଚନ ସମୟରେ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri