Posted inଜାତୀୟ

୧୬ ପିଲା ଜନ୍ମ ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କାହିଁକି

ଚେନ୍ନାଇ,୨୧ା୧୦: ଦକ୍ଷିଣ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ କହିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଏଥିରେ ଆଉ ପାଦେ ଆଗେଇଯାଇ ଦକ୍ଷିଣ ଭାରତୀୟମାନେ ୧୬ ପିଲା ଜନ୍ମ କରିବା ପାଇଁ ସୋମବାର ପରାମର୍ଶ ଦେଇଛନ୍ତି। ତାଙ୍କର ଏଭଳି ପ୍ରସ୍ତାବ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଷ୍ଟାଲିନ୍‌ ଅଧିକ ପିଲା ଜନ୍ମ କରିବା ପାଇଁ ପରାମର୍ଶ ଦେବା ପଛରେ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ଜଡ଼ିତ ରହିଛି। ୨୦୨୯ ନିର୍ବାଚନ ପୂର୍ବରୁ ସଂସଦୀୟ କ୍ଷେତ୍ରଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ହେବାକୁ ଯାଉଛି। ଲୋକସଂଖ୍ୟା ସ୍ତର ଆଧାରରେ ବିଭିନ୍ନ ରାଜ୍ୟକୁ ଆସନ ଆବଣ୍ଟନ କରାଯିବ। ତେବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ ଖୁବ୍‌ କମ୍‌ ଆସନ ମଞ୍ଜୁର ହେବା ସମ୍ଭାବନା ରହିଥିବାରୁ କେନ୍ଦ୍ରରେ ସରକାର ଗଢ଼ିବାରେ ଉକ୍ତ ଅଞ୍ଚଳର ରାଜନୈତିକ ଦଳଗୁଡ଼ିକୁ କମ୍‌ ଗୁରୁତ୍ୱ ଦିଆଯିବ। ଏହି ସମସ୍ୟାର ସମାଧାନ ପାଇଁ ଦକ୍ଷିଣ ଭାରତର ଲୋକମାନେ ଅଧିକ ସନ୍ତାନ ଜନ୍ମ କରିବା ଆବଶ୍ୟକ ବୋଲି ଷ୍ଟାଲିନ୍‌ କହିଛନ୍ତି।
ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଏକ ହିନ୍ଦୁ ଗଣବିବାହ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଡିଏମ୍‌କେ ନେତା କହିଥିଲେ, ପରିବାରର ଗୁରୁଜନମାନେ ନବବିବାହିତ ଦମ୍ପତିଙ୍କୁ ୧୬ ସନ୍ତାନର ଧନ ଆଶୀର୍ବାଦ ଦେବା ତାଙ୍କ ରାଜ୍ୟରେ ଏକ ପରମ୍ପରା ରହିଆସିଛି। ତେବେ ଏହି ଆଶୀର୍ବାଦର ଅର୍ଥ ନୁହେଁ ଯେ ଆପଣମାନେ ୧୬ ସନ୍ତାନ ଜନ୍ମ କରିବା ଉଚିତ। କିନ୍ତୁ ବର୍ତ୍ତମାନ ସେଭଳି ସ୍ଥିତି ସୃଷ୍ଟି ହୋଇଛି ଯେ ଲୋକେ ଭାବିଲେଣି ଛୋଟ ଓ ସମୃଦ୍ଧ ପରିବାର ନୁହେଁ, ୧୬ ସନ୍ତାନ ଜନ୍ମ କରିବା ଆବଶ୍ୟକ ହୋଇପାରେ। ଏଥିସହିତ ପିଲାମାନଙ୍କ ନାଁ ତାମିଲ ଭାଷାରେ ରଖିବାକୁ ଷ୍ଟାଲିନ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ଅଣହିନ୍ଦୀଭାଷୀଙ୍କ ଉପରେ ଲଦିଦେବାକୁ ଉଦ୍ୟମ କରୁଥିବାରୁ ଏହାର ମୁକାବିଲା ପାଇଁ ଷ୍ଟାଲିନ୍‌ ଏଭଳି କହିଛନ୍ତି।
ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ବେଳେ ଲୋକ ସଭା ନିର୍ବାଚନ ମଣ୍ଡଳୀ ସଂଖ୍ୟା ୫୪୩ରୁ ୭୫୩କୁ ବୃଦ୍ଧି କରାଯିବାକୁ ଉଦ୍ୟମ ହେବ। ଏହାକୁ ନେଇ ତାମିଲନାଡୁ ସମେତ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଚିନ୍ତାବ୍ୟକ୍ତ କରିଆସୁଛନ୍ତି। ସର୍ବବୃହତ୍‌ ରାଜ୍ୟ ଉତ୍ତରପ୍ରଦେଶରେ ଲୋକ ସଭା ଆସନ ସଂଖ୍ୟା ୮୦ ରହିଥିବାବେଳେ ଏହାକୁ ୧୨୬କୁ ବଢ଼ାଇବା ଯୋଜନା ରହିଛି, ଅର୍ଥାତ୍‌ ୫୭.୫ ପ୍ରତିଶତ ବୃଦ୍ଧି ପାଇବ। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରୁ କେବଳ କର୍ନାଟକର ଆସନ ସଂଖ୍ୟା ୨୮ରୁ ୩୬କୁ ବୃଦ୍ଧି ପାଇପାରେ। ଅନ୍ୟପକ୍ଷରେ ତାମିଲନାଡୁର ଲୋକ ସଭା ଆସନ ସଂଖ୍ୟା ୩୯ରୁ ୪୧କୁ ବୃଦ୍ଧି ପାଇପାରେ, ଯାହା ୫ ପ୍ରତିଶତ ଅଧିକ। ସେହିପରି ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ଆସନ ସଂଖ୍ୟା ୩ଟି ଲେଖାଏ ବଢ଼ିପାରେ। କେରଳରେ ଜନସଂଖ୍ୟା ସର୍ବାଧିକ ନିୟନ୍ତ୍ରଣରେ ରହିଥିବାରୁ ସେଠାରେ ଆସନ ସଂଖ୍ୟା ଗୋଟିଏ କମିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri