ସକାଳୁ ସକାଳୁ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଲୋକେ

ଖଜୁରୀପଡ଼ା, ୨୧।୩ (ବିଦୁର ବେହେରା): ଆସିଛି ଫଗୁଣ ମାସ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖାଯାଉଛି। ଏହି ମାସରେ ମହୁଲ ଗଛରେ ମହୁଲ ଫୁଲ ହୋଇ ଝଡି ପଡେ। ଏହି ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଆଦିବାସୀ ମନରେ ଆଗ୍ରହ ଦେଖା ଦେଇଛି।

କନ୍ଧମାଳ ଜିଲା ବନ ପାହାଡ ଘେରରେ ଅବସ୍ଥିତ ଥିବାରୁ ପ୍ରତ୍ୟେକ ବ୍ଲକରେ ବସବାସ କରୁଥିବା ଅଧିବାସୀମାନେ ମହୁଲ ଫୁଲ ସଂଗ୍ରହ କରିବାରେ ଏବେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଖଜୁରୀପଡ଼ା ବ୍ଳକ ଅଞ୍ଚଳରେ ବସବାସ କରୁଥିବା ଲୋକେ ମଧ୍ୟ ମହୁଲ ଫୁଲ ସଂଗ୍ରହ କରୁଛନ୍ତି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ମୁଖ୍ୟ ରୋଜଗାର ପନ୍ଥା ଜଙ୍ଗଲଜାତ ଦ୍ରବ୍ୟ ଓ ଚାଷ । ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରୁ ରୋଜଗାରର ମହୁଲ ଫୁଲ ହେଉଛି ଏକ ଉତ୍ସ I କନ୍ଧମାଳ ଜିଲାରେ ପ୍ରଚୁର ମହୁଲ ଗଛ ରହିଛି। ପ୍ରତିବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ମହୁଲ ଗଛଗୁଡିକରେ ଫୁଲ ଫୁଟି ତଳେ ଝଡି ପଡେ। ଏହି ମହୁଲ ଫୁଲ ଗୋଟାଇବା ପାଇଁ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହୋଇଥାନ୍ତି। ଗାଁ ଗାଁରେ ମହୁଲ ଫୁଲ ଗୋଟାଇବା ଦୃଶ୍ୟ ଦେଖିଲେ ଯେମିତି ଲାଗେ ତାଙ୍କ ମାନଙ୍କ ମଧ୍ୟରେ ମହୁଲ ଫୁଲ ଗୋଟାଇବାରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ସକାଳୁ ସକାଳୁ ଗ୍ରାମାଞ୍ଚଳର ଲୋକ ମାନେ ନିକଟରେ ଥିବା ଜଂଗଲଗୁଡିକରେ ମହୁଲ ଫୁଲ ଗୋଟାଇବା କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି।

ଆଦିବାସୀ ସଂପ୍ରଦାୟର ସହିତ ଅନ୍ୟ ସମ୍ପ୍ରଦାୟର ମହିଳା,ପୁରୁଷ ଏବଂ ପିଲାମାନେ ମଧ୍ୟ ହାତରେ ଭୁଗା, କୁଲା,ଝୁଡି , ଚାଙ୍ଗୁଡି ଧରି ଫୁଲ ସଂଗ୍ରହ କରନ୍ତି । ମହୁଲ ଫୁଲ ସଂଗ୍ରହ ଏଠିକାର ଲୋକମାନଙ୍କ ମନରେ ଖୁସି ଦେଉଥିବା ସହିତ ଏହାକୁ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରନ୍ତି।ସେଥିପାଇଁ ଏହି ଅଂଚଳର ଲୋକେ ପ୍ରତିବର୍ଷ ଏହି ସମୟକୁ ଅପେକ୍ଷା କରି ରହିଥାନ୍ତି। ଜଙ୍ଗଲ ଭିତରେ ହେଉ ବା ଗାଁ ପାଖରେ ଥିବା ମହୁଲ ଗଛଗୁଡିକରୁ ଫୁଲ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି। ରାତି ପାହିବା ମାତ୍ରେ ପିଲା ଠାରୁ ବୁଢା ଯାଏ ସମସ୍ତେ ହାତରେ ଚାଙ୍ଗୁଡି ଧରି ଗୋଟିଏ ଗଛରୁ ଅନ୍ୟ ଗଛକୁ ଯାଇ ମହୁଲ ଫୁଲ ସଂଗ୍ରହ କରନ୍ତି। ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ମହୁଲ ଗଛ ମୂଳରେ ଜଗି ରହି ମହୁଲ ଫୁଲକୁ ସଂଗ୍ରହ କରନ୍ତି। ଏଥିପାଇଁ ଦିନ ତମାମ ଗଛ ପାଖରେ ଜଗି ରହିବାକୁ ପଡ଼େ। ନ ହେଲେ ଏହି ମହୁଲ ଫୁଲ କୁ ସକାଳ ହୋଇଗଲେ ଛେଳି ଓ ଗାଈ ଖାଇ ଦିଅନ୍ତି ।ଯିଏ ଯେତେ ପାରିଲା ଫୁଲ ଗୋଟାଇ ଆଣନ୍ତି।

ମହୁଲ ଫୁଲ ଅର୍ଥକାରୀ ଜଂଗଲଜାତ ଦ୍ରବ୍ୟ ହୋଇଥିବାରୁ ଏଥିରୁ ବେଶ ଦିପଇସା ରୋଜଗାର କରନ୍ତି ଏଠିକାର ଲୋକମାନେ। ବହୁ ସମୟରେ ଭୋର ସକାଳୁ ମହୁଲ ଫୁଲ ଗୋଟାଇବାକୁ ଯାଉଥିବା ଲୋକେ ଭାଲୁ ହାବୁଡରେ ମଧ୍ୟ ପଡନ୍ତି।ତଥାପି ଲୋକେ ଏହି ଅଭ୍ୟାସକୁ ବନ୍ଦ କରନ୍ତି ନାହିଁ। ଭାଲୁର ମଧ୍ୟ ଏହି ଫୁଲ ପ୍ରତି ଆଗ୍ରହ ରହିଥାଏ।ମହୁଲ ଫୁଲର ମିଠା ବାସ୍ନା ତାକୁ ଗଛ ନିକଟକୁ ଟାଣି ଆଣିଥାଏ। ଏବେ ମହୁଲ ଫୁଲ ଏକ ବ୍ୟବସାୟର ପରିଣତ ହୋଇଛି। ବ୍ୟବସାୟୀମାନେ ଗୋଟାଳିଙ୍କଠାରୁ ଏହା ଶସ୍ତାରେ କିଣି ନେଇ ବାହାରେ ଏହାକୁ ଚଢା ଦରରେ ବିକ୍ରି କରିଥାନ୍ତି।ଏ ଥିରେ ବ୍ୟବସାୟୀମାନେ ଲାଭବାନ ହେଉଥିବାବେଳେ ମହୁଲ ଫୁଲ ସଂଗ୍ରହକାରୀମାନେ କ୍ଷତି ହୁଅନ୍ତି।

ମହୁଲ ଫୁଲକୁ ସଂଗ୍ରହ କରିବା ପରେ ବଡ଼ ବଡ଼ ପଥର ହେଉ ଅବା ଘର ଟିଣ ଉପରେ ଓ ଘର ବାହାରେ ଶୁଖାଇ ଥାଆନ୍ତି। ଶୁଖାଇବାର ୭ରୁ ୮ ଦିନ ପରେ ଏହାକୁ ସଫା କରି ବ୍ୟବସାୟଙ୍କ ପାଖକୁ ବିକ୍ରି ପାଇଁ ନିଆଯାଇଥାଏ। ବ୍ୟବସାୟୀ କିଲୋ ପିଛା ୩୦ ରୁ ୪୦ ଟଙ୍କା ମଧ୍ୟରେ ମହୁଲ ଫୁଲ ରଖନ୍ତି। ଦିନକୁ ଜଣେ ଲୋକ ୩ରୁ ୪ କିଲୋ ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ପରିଶ୍ରମ ଅନୁସାରେ ସଠିକ ପ୍ରାପ୍ୟ ମିଳେ ନାହିଁ। ଏଣୁ ମହୁଲ କିଲୋ ପ୍ରତି ୭୦ରୁ ୮୦ ଟଙ୍କା ହିସାବରେ ସରକାରୀ ମୂଲ୍ୟ ଧାର୍ଯ୍ୟ ହେଲେ କିଛି ପ୍ରାପ୍ୟ ମିଳି ପାରନ୍ତା ବୋଲି କବି କହଁର,ଦେବକୀ କହଁର ପ୍ରମୁଖ କହିଛନ୍ତି।

ତେବେ ପ୍ରତିବର୍ଷ ଆଦିବାସୀ ପରିବାର ଏହି ମହୁଲ ଫୁଲ ଗୋଟାଇ ୫ ହଜାରରୁ ୧୦ ହଜାର ଟଂକା ପର୍ଯ୍ୟନ୍ତ ରୋଜଗାର କରନ୍ତି । ଗାଈ ଏହି ମହୁଲ ଫୁଲ ଖାଇବା ଦ୍ବାରା ବହୁତ କ୍ଷୀର ଦିଏ ବୋଲି ଲୋକେ ବିଶ୍ୱାସ କରନ୍ତି । ତେଣୁ ବଳକା ମହୁଲ ଫୁଲକୁ ବିକ୍ରି ନକରି ଗାଈମାନଙ୍କୁ ଖାଇବାକୁ ଦିଆଯାଏ।ପ୍ରତ୍ୟେକ ଗାଁରେ ଏବେ ମହୁଲ ଫୁଲ ଆଦିବାସୀ ଲୋକଙ୍କ ଦାଣ୍ଡରେ ଶୁଖୁଥିବା ଦେଖିବାକୁ ମିଳେ।ତେବେ ବିଶେଷକରି ମହୁଲରୁ ମଦ ମଧ୍ୟ ତିଆରି ହୁଏ। କନ୍ଧମାଳ ଜିଲା ସଂସ୍କୃତି ପରମ୍ପରା ଅନୁଯାୟୀ ମହୁଲ ମଦ ପୂଜା ବିଧି କାର୍ଯ୍ୟରେ ଆବଶ୍ୟକ ପଡେ। ବେଳେବେଳେ ଏହାକୁ ଲୋକେ ପିଅନ୍ତି ଏବଂ ଚାଷ ବାସ କାମରେ ମଶଗୁଲ ହୋଇ କାମ କାର୍ଯ୍ୟ କରନ୍ତି। ମହୁଲ ଗଛରୁ ମହୁଲ ଫୁଲ ସଂଗ୍ରହ ପରେ ଏହି ଗଛରୁ ଯେଉଁ ଫଳ ସଂଗ୍ରହ ହୁଏ ତାକୁ ଗରା ବୋଲି ଲୋକେ କୁହନ୍ତି ।ଏହି ଗରାକୁ ଶୁଖାଇ ଏଥିରୁ ତେଲ ପ୍ରସ୍ତୁତ କରାଯାଏ । ସେହି ତେଲରେ ଗ୍ରାମାଞ୍ଚଳ ଲୋକେ ରୋଷେଇ ମଧ୍ୟ କରନ୍ତି। ତେଣୁ ମହୁଲ ଗଛ ଲୋକଙ୍କୁ ଏକ ପ୍ରକାର ରୋଜଗାର ଦିଏ ବୋଲି ଲୋକେ କୁହନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri