ସମ୍ପର୍କରେ ଠକୁଥିବା ସାଥୀଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହାନ୍ତି ଅଧିକାଂଶ ଭାରତୀୟ..

ସମୟ ସହ ଡେଟିଂ ଏବଂ ସାଥୀଙ୍କୁ ନେଇ ଲୋକଙ୍କ ପସନ୍ଦ ବଦଳିଥାଏ। ଏହା ଜାଣିବା ପାଇଁ ଏକ୍ସଟ୍ରା ମାରିଟାଲ ଡେଟିଂ ଆପ୍‌ ‘ଗ୍ଲିଡେନ୍‌’ ନିକଟରେ ଭାରତୀୟମାନଙ୍କ ଉପରେ ଏକ ସର୍ଭେ କରିଥିଲା। ଏହି ରିପୋର୍ଟରେ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି।
ଏହି ଡେଟିଂ ଆପ୍‌ ୩୪ରୁ ୪୯ ବର୍ଷ ବୟସର ୧୦୦୦ ଜଣଙ୍କ ଉପରେ ସର୍ଭେ କରିଥିଲା। ଏହି ସର୍ଭେରେ ବମ୍ବେ, ଦିଲ୍ଲୀ, ଏନ୍‌ସିଆର୍‌, ଚେନ୍ନାଇ, ବାଙ୍ଗାଲୋର, ପୁଣେ ଏବଂ ହାଇଦ୍ରାବାଦର ଲୋକମାନେ ଭାଗ ନେଇଥିଲେ।

ସର୍ଭେରେ ସାମିଲ ୭୨% ଲୋକ କୋଭିଡ-୧୯ କଟକଣା ଉଠିବା ପରେ ନିଜ ପାର୍ଟନରଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେହିଭଳି ସର୍ଭେରେ ସାମିଲ ଆଉ କିଛି ଲୋକ ଅବିଶ୍ୱାସକୁ ଅପରାଧ ବୋଲି କହିଛନ୍ତି। ଏଣୁ ବିଶ୍ୱାସଘାତକ ସାଜିଥିବା ସାଥୀଙ୍କୁ କ୍ଷମା କରାଯାଇପାରିବ ନାହିଁ କହିଛନ୍ତି। ଅପରପକ୍ଷେ ବିଶ୍ୱାସଘାତକତା ମିଳିବା ପରେ ସାଥୀଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ମଧ୍ୟ କିଛି ବ୍ୟକ୍ତି ସମ୍ମତି ପ୍ରଦାନ କରିଛନ୍ତି।

ମୋଟାମୋଟି ଭାବେ ଦେଖିବାକୁ ଗଲେ ୩୬.୯ ପ୍ରତିଶତ ଲୋକ ବିଶ୍ୱାସଘାତକତା ମିଳିବା ପରେ ମଧ୍ୟ ସାଥୀଙ୍କୁ କ୍ଷମା କରିବାକୁ ପ୍ରସ୍ତୁତ ଥିଲେ। ହେଲେ ୪୦.୧% ଲୋକ ତାଙ୍କ ଭବିଷ୍ୟତ ବିଶ୍ୱାସଘାତକତା ଦେବାର କାରଣ ଉପରେ ନିର୍ଭର କରେ ବୋଲି କହୁଥିଲେ। ୨୩% ଲୋକ ଧୋକା ଖାଇବା ପରେ ସମ୍ପର୍କ ତୁଟାଇଦେବାକୁ ଚାହିଁଥିଲେ।

ଆଜିକାଲିର ଲୋକମାନେ ନିଜର ସମ୍ପର୍କ ଏବଂ ଜୀବନକୁ ନେଇ ଅଧିକ ବ୍ୟବହାରିକ ହୋଇଯାଇଛନ୍ତି। ଜୀବନସାଥୀ ସହ ମତାନ୍ତର ହେବା ପରେ ସମ୍ପର୍କ ଖଟା ହୋଇଯିବା କାରଣରୁ ଲୋକମାନେ ସେଥିରୁ ନ ବାହାରି, ବାହାରେ ଅନ୍ୟ ସମ୍ପର୍କ ଖୋଜୁଛନ୍ତି। କାରଣ ସର୍ଭେରେ ସାମିଲ ୪୮.୧% ଲୋକ ଗୋଟିଏ ସମୟରେ ଦୁଇଜଣଙ୍କୁ ଭଲପାଇପାରିବେ ବୋଲି କହିଥିଲେ। ୪୪.୫% ଲୋକ ଏଭଳି କରିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri