କଳା ଧୂଆଁରେ ଲୋକେ ଅତିଷ୍ଠ

ଧାମନଗର,୨୪।୫(ଡି.ଏନ.ଏ.) ଭଦ୍ରକ ଜିଲା ଧାମନଗର ବଜାର ଅଞ୍ଚଳରେ ଦିନକୁ ଦିନ କଳା ଧୂଆଁ ଯୋଗୁ ଲୋକେ ଅତିଷ୍ଠ ହୋଇପଡ଼ୁଛନ୍ତି। ଏଥିପ୍ରତି ପ୍ରଶାସନ କିମ୍ବା ପରିବେଶ ବିଭାଗ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଏହି କଳା ଧୂଆଁର କାରଣ କବାଡ଼ିଆ ଦୋକାନ। ଧାମନଗର ଓ ଆଖପାଖ ଅଞ୍ଚଳରେ ବେଆଇନ ଭାବେ କବାଡ଼ିଆ ଦୋକାନ ଗଢ଼ି ଉଠିଛି।ଏହାକୁ ରୋକିବା ଦିଗରେ ପ୍ରଶାସନ ପଦକ୍ଷେପ ନେଉନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଧାମନଗର ଏନ୍‌ଏସିର ହବିବନଗର ଅଞ୍ଚଳରେ ଏକାଧିକ କବାଡ଼ିଆ ଦୋକାନ ଗଢ଼ି ଉଠିଛି। ବିଭିନ୍ନ ଚୋରି ସାମଗ୍ରୀ କିଣି ରାତାରାତି ଗାଏବ୍‌ କରିଦିଆଯାଉଛି। ଏମିତିକି ବିଭିନ୍ନ ଚୋରି ଟ୍ରକ୍‌, ବସ୍‌ ଓ ଅନ୍ୟାନ୍ୟ ମେଶିନାରୀ ଯନ୍ତ୍ରାଂଶ ଏଠାକୁ ଅଣାଯାଇ ଗ୍ୟାସ୍‌ କଟର ସାହାଯ୍ୟରେ କାଟି ବିକ୍ରି କରିଦିଆଯାଉଛି। କବାଡ଼ିଆ ସାମଗ୍ରୀ ମଧ୍ୟରୁ ରବର ଓ ପ୍ଲାଷ୍ଟିକ ସାମଗ୍ରୀକୁ ବିଭିନ୍ନ ସ୍ଥାନରେ ପୋଡ଼ାଯାଇ ଲୁହା ସବୁ ବାହାର କରାଯାଉଛି। ଏହି ପୋଡ଼ା ଯୋଗୁ ବାହାରୁଥିବା କଳା ଧୂଅଁାରେ ଧାମନଗର ଅଞ୍ଚଳ ମେଘାଚ୍ଛନ ଆକାଶ ଭଳି ଦେଖାଯିବା ସହ ଗଛ ପତ୍ର ସବୁ କଳା ଦେଖାଯାଉଛି। ଏପରିକି ଏହି କଳା ଧୂଅଁା ଯୋଗୁ ଲୋକେ ବିଭିନ୍ନ ରୋଗ ଓ ଚର୍ମ ରୋଗରେ ଆକ୍ରାନ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଧାମନଗର ସମେତ ଦୋବଲ, ଖଡ଼ିପଦା, ପନ୍ଦରବାଟିଆ, ଧୂଷୁରୀ, ଜାହାଙ୍ଗିର ରୋଡ୍‌, ମୁଲ୍ଲଣାସାହି, ପଠାଣ ମହଲା, ଧାମନଗର ଛକ ପ୍ରମୁଖ ଅଞ୍ଚଳରେ କବାଡ଼ିଆ ଦୋକାନ ସବୁ ଖୋଲାଯାଇ କିଣାବିକା ଚାଲିଛି। ସେହିପରି ହବିବନଗର ଅଞ୍ଚଳ ରାସ୍ତାରେ ଟ୍ରକ୍‌ଗୁଡ଼ିକ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଠିଆ କରି ଲୋଡ୍‌ ଅନଲୋଡ୍‌ ମଧ୍ୟ କରାଯାଉଛି। କେହି ପ୍ରତିବାଦ କଲେ ଓଲଟି ନାଲି ଆଖିର ଶିକାର ହେବାକୁ ପଡୁଛି। ପ୍ରଶାସନ ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି। କିଛିଦିନ ତଳେ ଧାମନଗର ବିଇଓ ଅଫିସ, ମିଶନ ଶକ୍ତି ଅଫିସ, ଏନ୍‌ଏସି ଅଫିସ, ଆଧାର କେନ୍ଦ୍ର, ଧାମନଗର ପ୍ରେସ୍‌ କ୍ଲବ ତାଲା ଭାଙ୍ଗି ଚୋରମାନେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରିନେଇଥିଲେ। ଏହି ଚୋରି ଘଟଣାରେ କେତେଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଧାମନଗର ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ କହିଛନ୍ତି। ସେ କହିଛନ୍ତି ଯେ, ଅଭିଯୋଗ ଆସିଲେ ଚଢ଼ାଉ କରାଯାଇ ଚୋରି ଜିନିଷ ଜବତ କରାଯାଉଛି। ତେବେ କବାଡ଼ିଆ ଦୋକାନୀମାନେ ଭଙ୍ଗା ସାମଗ୍ରୀ କିଣିବା ଉପରେ ସେମାନେ ରୋକ୍‌ ଲଗାଇ ପାରିବେ ନାହିଁ। ଏହାବ୍ୟତୀତ କବାଡ଼ିଆ ସାମଗ୍ରୀ ପୋଡ଼ା ଯୋଗୁ କଳାଧୂଆଁ ପରିବେଶ ନଷ୍ଟ ହେବା ଘଟଣାରେ ବିଭାଗ ଯାହା ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ତେବେ ପରିବେଶ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri