ଟ୍ରାଫିକ ସମସ୍ୟାରେ ଲୋକେ ଅତିଷ୍ଠ

ଯାଜପୁର,୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଦୁଇ ପ୍ରମୁଖ ସହର ଯାଜପୁର ଟାଉନ୍‌ ଏବଂ ବ୍ୟାସନଗରରେ ରୂପରେଖ ବଦଳିବାରେ ଲାଗିଛି। କିନ୍ତୁ ଏହି ଦୁଇ ସହରରେ ଟ୍ରାଫିକ ସମସ୍ୟା କିଛି ନୂଆ କଥା ନୁହେଁ। ପୌର ପରିଷଦ, ପ୍ରଶାସନ ଓ ପୋଲିସର ଉଦାସୀନତାରୁ ସହରଦ୍ୱୟର ସମସ୍ତ ରାସ୍ତା କଡ଼କୁ ବଡ଼ ବଡ଼ ଦୋକାନ ଓ ବ୍ୟବସାୟୀ ପ୍ରତିଷ୍ଠାନ ଜବରଦଖଲ କରିଛନ୍ତି। ସହରର ଅଣଓସରିଆ ରାସ୍ତା ସହ ବାଲି, ମୋରମ ଆଦି ଭାରିଯାନ ଚଳାଚଳ ସହରବାସୀ ତଥା ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ହୋଇଛି। ଐତିହାସିକ ତଥା ଅତି ପୁରାତନ ସହରଦ୍ୱୟ ହୋଇଥିଲେ ହେଁ ପୌରସଂସ୍ଥା ପକ୍ଷରୁ ଆବଶ୍ୟକ ଯୋଜନା ହୋଇ ନ ଥିବାରୁ ଏହାର ପରିଣାମ ଉଭୟ ସହରବାସୀଙ୍କ ପାଇଁ କାଳ ହେଉଛି।
ଜିଲାର କଳିଙ୍ଗନଗରରେ ନବେ ଦଶକ ପରେ ଶିଳ୍ପ ପ୍ରତିଷ୍ଠା ଆରମ୍ଭ ହୋଇଥିଲା। ସେହିଦିନଠାରୁ ବ୍ୟାସନଗରର ଆୟତନ ଓ ଲୋକ ସଂଖ୍ୟା ହୁହୁ ହୋଇ ବଢୁଛି। ଏହାବାଦ ଏକାଧିକ ଖଣି କମ୍ପାନୀ ଜିଲାର କାଳିଆପାଣି ଅଞ୍ଚଳରେ କ୍ରୋମାଇଟ ଉତ୍ତୋଳନ କରୁଛି। ଏବେ ସହରର ଲୋକସଂଖ୍ୟା ପ୍ରାୟ ଦୁଇ ଲକ୍ଷ ପାଖାପାଖି ହେଲାଣି। କ୍ରମଶଃ ଶ୍ରମ ଉପନିର୍ଦ୍ଦେଶାଳୟ, ଷ୍ଟେଟବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ, ଜିଲା ଶ୍ରମ ଅଧିକାରୀ, ଖଣି ଉପନିର୍ଦ୍ଦେଶକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ, ଓଏମ୍‌ସି, ଇଡ୍‌କୋ, ଉଠାଜଳସେଚନ ପ୍ରକଳ୍ପ, ବାଣିଜ୍ୟ କର, ଆୟ କର ଆଦି କାର୍ଯ୍ୟାଳୟ ଖୋଳିଛି । ଏଥିସହ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ବହୁ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଗଣେଶବଜାରଠାରୁ ବ୍ୟାସସରୋବର ଜଗନ୍ନାଥ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଏନ୍‌.ସି. ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ଶଶିଭୂଷଣ ନୋଡାଲ ସ୍କୁଲ, ସରସ୍ବତୀ ଶିଶୁ ମନ୍ଦିର, ଅରବିନ୍ଦ ଶିକ୍ଷା କେନ୍ଦ୍ର, ରିଟ ଇଣ୍ଟରନ୍ୟାଶନାଲ ସ୍କୁଲ ଆଦି ରହିଛି। ଏହି ରାସ୍ତାରେ ପୁଣି ଯାଜପୁର ରୋଡ୍‌ ସିଏଚ୍‌ସି ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ରହିଛି। ଏହି ରାସ୍ତା ଖରସ୍ରୋତା ଓ ବ୍ରାହ୍ମଣୀ ନଦୀକୁ ସଂଯୋଗ କରିଛି। ଫଳରେ ସେହି ନଦୀଗୁଡ଼ିକରୁ ଶତାଧିକ ଓଭରଲୋଡିଂ ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରକ ସ୍କୁଲ ଖୋଲିବା ଏବଂ ବନ୍ଦ ସମୟରେ ବି ଚଳାଚଳ କରୁଛି। ଏହି ସମୟରେ ଛାତ୍ରୀଛାତ୍ରଙ୍କ ଚଳାଚଳରେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି। ପୂର୍ବରୁ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଏକାଧିକ ଛାତ୍ରୀଛାତ୍ର ମୃତାହତ ହୋଇଥିବା ନଜିର ରହିଛି। ଏହାବାଦ୍‌ ବ୍ୟାସନଗର ପୌର ପରିଷଦର ଚୋର୍ଦ୍ଦାଛକ ନିକଟରେ ରହିଥିବା ନାମୀଦାମୀ ଶପିଂ ମଲ୍‌ ଏବଂ ଗୋପବନ୍ଧୁ ଛକଠାରୁ ବାଇପାସ୍‌ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପାର୍କିଂ ହେଉଛି। ଖୋଦ୍‌ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ସେହି ଦୋକାନଗୁଡ଼ିକୁ ଯାଉଛନ୍ତି, କିନ୍ତୁ କିଛି ପ୍ରତିକାର ନାହିଁ। ପରିସ୍ଥିତି ଏଭଳି ହେଲାଣି ଯେ, ଦଳା ଛକଠାରୁ ଗଣେଶ ବଜାର, ଚୋର୍ଦ୍ଦା ଛକ, ବାଇପାସ୍‌ ପ୍ରଭୃତି ମୁଖ୍ୟରାସ୍ତାରେ ସାମାନ୍ୟ କାରଣରୁ ଘଣ୍ଟା ଘଣ୍ଟା ଟ୍ରାଫିକ ଜାମ୍‌ ହେବା ସ୍ବାଭାବିକ ହୋଇଯାଇଛି। ଏବେ ଦୁର୍ଗାପୂଜା ଆସୁଥିବାବେଳେ ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ପ୍ରଶାସନ ପକ୍ଷରୁ ଏଯାଏ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ।
ଜିଲା ସଦର ମହକୁମା ଯାଜପୁର ଟାଉନ୍‌ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଏଠାରେ ମେଡିକାଲ କଲେଜ ନିର୍ମାଣ ସହ ପ୍ରମୁଖ ରାସ୍ତାଗୁଡିକର ଓସାରିଆ କାମ ହେଉଛି। ହେଲେ କାର୍ଯ୍ୟରେ ମନ୍ଥରତା କାରଣରୁ ଟ୍ରାଫିକ ସମସ୍ୟା ସହରବାସୀଙ୍କୁ ଅତିଷ୍ଠ କରିଛି। ମେଡିକାଲ ଛକ, ବିରଜା ମନ୍ଦିର ରାସ୍ତା, ଗରିଆପୁର ଛକ, ବସଷ୍ଟାଣ୍ଡ ପ୍ରଭୃତି ସ୍ଥାନରେ ସାମାନ୍ୟ କାରଣରୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖା ଦେଉଛି। ତେଣୁ ଦୁର୍ଗା ପୂଜା ପାଇଁ ଟ୍ରାଫିକ ସମସ୍ୟାର ସମାଧାନ କରିବାର ନିହାତି ଆବଶ୍ୟକ ହୋଇ ପଡିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri