ଭାଷା ଆଇନ ସମ୍ପର୍କରେ ଅବଗତ ନୁହନ୍ତି ଲୋକେ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ସରକାରୀ କାର୍ଯ୍ୟରେ ଏପର୍ଯ୍ୟନ୍ତ ଓଡ଼ିଆ ଭାଷାର ସମ୍ପୂର୍ଣ୍ଣ ବ୍ୟବହାର କରାଯାଉନାହିଁ। ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଥିବା ନେଇ ବୁଦ୍ଧିଜୀବୀମାନେ ବାରମ୍ବାର ମତବ୍ୟକ୍ତ କରିଥିବାବେଳେ ସରକାର କେବଳ ଆଇନ ଆଣିଦେଇ ଚୁପ୍‌ ବସିଛନ୍ତି। ବଡ଼କଥା ହେଲା, ଓଡ଼ିଶା ସରକାରୀ ଭାଷା ଅଧିନିୟମ ସମ୍ପର୍କରେ ଅନେକେ ଅବଗତ ନାହାନ୍ତି। ତେଣୁ ଆଇନ ଉଲ୍ଲଂଘନ ହେଉଥିଲେ ମଧ୍ୟ ଅଭିଯୋଗ ଆସୁନି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ସରକାରୀ ଭାଷା ଅଧିନିୟମ ଉଲ୍ଲଂଘନ କରିଥିବା ଜଣେ ବି ବ୍ୟକ୍ତିଙ୍କ ନାମରେ ଅଭିଯୋଗ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇନି। ସରକାରୀ କର୍ମଚାରୀ ହୁଅନ୍ତୁ କି ବ୍ୟବସାୟିକ ପ୍ରତିଷ୍ଠାନ, କାହା ବିରୋଧରେ ଗୋଟିଏ ବି ମାମଲା ରୁଜୁ କରାଯାଇନାହିଁ କି ଦଣ୍ଡବିଧାନ ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ସମସ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ୨୦୧୯ ଅଗଷ୍ଟ ୧୩ରେ ବିଭାଗ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ-୧୯୬୨ ଅନ୍ତର୍ଗତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ଓ ବିଭାଗକୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଓଡ଼ିଶା ସରକାରୀ ଭାଷା ଅଧିନିୟମ ଉଲ୍ଲଂଘନ ସମ୍ପର୍କିତ କୌଣସି ଅଭିଯୋଗ ଏପର୍ଯ୍ୟନ୍ତ ସାଧାରଣ ପ୍ରଶାସନ ବିଭାଗର ହସ୍ତଗତ ହୋଇନାହିଁ। ତେଣୁ କୌଣସି ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇ ନାହିଁ କିମ୍ବା ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ଓ ବିଭାଗକୁ ପୁରସ୍କୃତ ମଧ୍ୟ କରାଯାଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଏହାକୁ ନେଇ ଏବେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri