ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍ଭି -୨୬ ଗ୍ରାମ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ରାଖେଲଗୁଡ଼ା ଗ୍ରାମବାସୀଙ୍କ ସମେତ ଆଦିବାସୀ ସମ୍ପ୍ରଦାୟର ଲୋକେ ଏମ୍ଭି-୨୬ ଗାଁରେ ପଶି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା ସହ ୫୦ରୁ ଊର୍ଦ୍ଧ୍ୱ ଘରେ ନିଆଁ ଲଗାଇ ଜାଳିଦେଇଛନ୍ତି। ପୋଡ଼ାଜଳା ପରେ ମଙ୍ଗଳବାର ଏମ୍ଭି-୨୬ଗାଁରେ ରହୁଥିବା ଲୋକେ ଗାଁ ଛାଡି ବାହାରକୁ ଚାଳିଯାଉଥିବା ଜଣାପଡିଛି।
ଅନ୍ୟପକ୍ଷେ ଶାନ୍ତି ବଜାୟ ରଖିବାକୁ ମାଲକାନଗିରି ଜିଲାରେ ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ସହ ବିଦେଶୀ ମଦଦୋକାନ ବନ୍ଦ ପାଇଁ ଜିଲାପାଳ ସୋମେଶ ଉପାଧ୍ୟାୟ ନିର୍ଦ୍ଦେଶ ଜାରି କରିଛନ୍ତି।