ପେନ୍‌ସନ ଆଇନ: ମାକ୍‌ରଁ ହଟହଟା

ପ୍ୟାରିସ୍‌,୨୦ା୪: ନୂଆ ପେନ୍‌ସନ୍‌ ଆଇନକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କୁ ଦେଶରେ ହଟହଟା ହେବାକୁ ପଡ଼ିଛି। ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ପେନ୍‌ସନ ବିଲ୍‌ ଅନୁସାରେ ସରକାରୀ କର୍ମଚାରୀଙ୍କ ବୟସ ସୀମା ୬୨ରୁ ୬୪କୁ ବୃଦ୍ଧି କରାଯାଇଛି। ମାକରଁ ଶନିବାର ଏହି ବିବାଦୀୟ ପେନ୍‌ସନ ସଂସ୍କାରରେ ସ୍ବାକ୍ଷର କରି ଏହାକୁ ଆଇନରେ ପରିଣତ କରିଛନ୍ତି। ଉକ୍ତ ବିଲ୍‌ ପ୍ରତିବାଦରେ ୩ ମାସ ହେଲା ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ଶୁକ୍ରବାର କନ୍‌ଷ୍ଟିଚ୍ୟୁଶନାଲ କାଉନସିଲ୍‌ ପେନ୍‌ସନ ସଂସ୍କାରକୁ ଅନୁମୋଦନ କରିଥିଲା। ଏହାର ପ୍ରତିବାଦରେ ମେ’ ୧ରେ ଗଣଶ୍ରମ ଦିବସ ବିକ୍ଷୋଭ କରିବାକୁ ୟୁନିୟନଗୁଡ଼ିକ ଚେତାବନୀ ଦେଇଛନ୍ତି। ମାକ୍‌ରଁ ଏହାକୁ ଭ୍ରୂକ୍ଷେପ ନ କରି ବୁଧବାର ପୂର୍ବ ଫ୍ରାନ୍ସର ଏଲ୍‌ସାସ୍‌ ଅଞ୍ଚଳର ସେଲେଷ୍ଟାଟ୍‌କୁ ଗସ୍ତ କରିଥିଲେ। ସେଠାରେ ଥିବା ଏକ ଫ୍ୟାକ୍ଟ୍ରିରେ ତାଙ୍କୁ ତୀବ୍ର ବିରୋଧ କରାଯାଇଛି। ତାଙ୍କ ଗସ୍ତ ପ୍ରତିବାଦରେ ପୋଷ୍ଟର ବ୍ୟାନର ଛାଇ ହୋଇଯାଇଥିଲା। ଏପରି କି ସ୍ଥାନୀୟ କର୍ମଚାରୀମାନେ ଫ୍ୟାକ୍ଟ୍ରିର ବିଦ୍ୟୁତ୍‌ ସଂଯୋଗ କାଟିଦେଇଥିଲେ। ମାକ୍‌ରଁ ନିକଟସ୍ଥ ଏକ ଗ୍ରାମରେ ଭିଡ଼ ଭିତରେ ଚାଲିବା ଆରମ୍ଭ କରିଥିଲେ। ଅନେକେ ସ୍ଲୋଗାନ ଦେଇଥିଲେ, ମାକ୍‌ରଁ ରିଜାଇନ୍‌। ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ, ଆମେ ଏହି ପେନ୍‌ସନ୍‌ ସଂସ୍କାର ଚାହୁଁନାହୁଁ। ଅନ୍ୟ ଜଣେ ବ୍ୟକ୍ତି କହିଥିଲେ, ଖୁବ୍‌ଶୀଘ୍ର ତୁମ ପତନ ଘଟିବ। ଅପେକ୍ଷା କର ଓ ଦେଖ। ଆଉ ଜଣେ ତାଙ୍କୁ ଗୋଟିଏ ସ୍ଥାନ ଦେଖାଇ ବେକରେ ଦଉଡ଼ି ଲଗାଇ ଝୁଲିପଡ଼ିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri