ଭିମ୍‌ସାରକୁ ୧୧. ୨୨ ଲକ୍ଷ ଟଙ୍କା ଜରିମାନା

ସମ୍ବଲପୁର,୨୫ା୯(ପ୍ରମୋଦ ବହିଦାର):ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି ପାଇଁ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିସମାର)କୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜରିମାନା କରାଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ନ ହୋଇ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଉଲ୍ଲଂଘନ ହେଉଥିବା ଦର୍ଶାଇ ପ୍ରଦୂଷଣ ବୋର୍ଡ ଭିମ୍‌ସାରକୁ ୧୧ ଲକ୍ଷ ୨୨ ହଜାର ଟଙ୍କା ଅର୍ଥଦଣ୍ଡାଦେଶ ଦେଇଛନ୍ତି। ଏନେଇ ଗତ ସେପ୍ଟେମ୍ବର ୧୦ରେ ବୋର୍ଡ ପକ୍ଷରୁ ଭିମ୍‌ସାରକୁ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି। ବର୍ଜ୍ୟବସ୍ତୁ ପରିଚାଳନାର ଠିକ ବ୍ୟବସ୍ଥା କରିବାକୁ ଭିମସାର କର୍ତ୍ତୃପକ୍ଷ ପ୍ରଦୂଷଣ ବୋର୍ଡଙ୍କୁ ୧୫ ଦିନ ସମୟ ମାଗିଥିଲେ। ଉକ୍ତ ୧୫ ଦିନ ମଧ୍ୟରେ କୌଣସି ପ୍ରତିକାର ବ୍ୟବସ୍ଥା କରିବାରେ ବିଫଳ ହେବା କଥାକୁ ସ୍ବୀକାର କରିଛନ୍ତି ଭିମସାର ନିର୍ଦ୍ଦେଶକ ଡା. ଭାବଗ୍ରାହୀ ରଥ। ତେବେ ତାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀଙ୍କ ବୈଠକ ବସି ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା। ବୈଠକରେ ଅନେକ ବିଚାର ବିମର୍ଷ ପରେ ଭିମ୍‌ସାରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଆଉ କିଛି ସମୟ ମାଗିବା ସହ ଜରିମାନା କ୍ଷମା ପାଇଁ ଭିମ୍‌ସାର କର୍ତ୍ତୃପକ୍ଷ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖି ନିବେଦନ କରିଛନ୍ତି ବୋଲି ନିର୍ଦ୍ଦେଶକ ଡା. ରଥ କହିଛନ୍ତି।

ଭିମ୍‌ସାରର ବିଭିନ୍ନ ୱାର୍ଡରୁ ନିର୍ଗତ ବର୍ଜ୍ୟବସ୍ତୁକୁ ପରିଚାଳନା ପାଇଁ ରହିଥିବା ଇନ୍‌ସିରେଟର୍‌ ମେଶିନ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏହା ଦୀର୍ଘ ଦିନ ହେଲା ଖରାପ ହୋଇଥିଲେ ମଧ୍ୟ ଏହାକୁ ଦଦଳା ଯାଇନାହିଁ। ସେହିପରି ବର୍ଯ୍ୟବସ୍ତୁ ପରିଚାଳନା କିଭଳି ହେଉଛି ତାହା ସିସିଟିଭି ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହ ଯୋଗାଯୋଗରେ ରହିବା ନିୟମ ଥିବାବେଳେ ଏଥିରେ ବ୍ୟତିକ୍ରମ ରହିଛି। ଏହି ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ସମୟ ସାପେକ୍ଷ ହୋଇଥିବାରୁ ଏଥିପାଇଁ ପ୍ରଦୂଷଣ ବୋର୍ଡକୁ ସମୟ ମଗାଯାଇଛି ବୋଲି ନିର୍ଦ୍ଦେଶକ ଡା. ରଥ କହିଛନ୍ତି।
ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଡ. ସତ୍ୟନାରାୟଣ ନନ୍ଦ କହିଛନ୍ତି ଯେ, ଏସମ୍ପର୍କରେ ବାରମ୍ବାର ଚିଠି ଲେଖାଯିବା ସତ୍ତ୍ୱେ ଭିମସାର କର୍ତ୍ତୃପକ୍ଷ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ନାହିଁ। ଗତବର୍ଷ ୨୦୨୩ ଅଗଷ୍ଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିଶେଷଜ୍ଞଙ୍କ ଏକ ପ୍ରତିନିଧି ଭିମସାର ଗସ୍ତ କରି ବର୍ଜ୍ୟବସ୍ତୁ ପରିଚାଳନାର ଅନୁଧ୍ୟାନ କରିଥିଲେ। ଏହାବାଦ ଗତ ୨୦୨୪ ଏପ୍ରିଲ ୧ରେ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏହାର ରିପୋର୍ଟ ଜାତୀୟ ସବୁଜ ଟ୍ରିବ୍ୟୁନାଲରେ ଦାଖଲ ହୋଇଥିଲା। ଉକ୍ତ ରିପୋର୍ଟରେ ଭିମସାରରେ ହେଉଥିବା ବର୍ଜ୍ୟବସ୍ତୁ ପରିଚାଳନାରେ ଅନେକ ତ୍ରୁଟି ରହିଛି। ଯଦ୍ୱାରା ପ୍ରଦୂଷଣ ବୃଦ୍ଧି ହେଉଛି ବୋଲି ଦର୍ଶାଇ ଯଥାଶୀଘ୍ର ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପତ୍ର ମାଧ୍ୟମରେ ଭିମ୍‌ସାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର କର୍ତ୍ତୃପକ୍ଷ ଏହାର ଉତ୍ତର ନ ଦେବାରୁ ଗତ ସେପ୍ଟେମ୍ବର ୧୦ରେ ବୋର୍ଡ ପକ୍ଷରୁ ଭିମ୍‌ସାରକୁ ଜରିମାନା କରି ୧୫ ଦିନ ମଧ୍ୟରେ ପଇଠ କରିବାକୁ ନୋଟିସ ଜାରି କରାଯାଇଥିଲା ବୋଲି ଡ. ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି…

ଜେଲ୍‌ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…

ଗଜପତି,୧୮।୮(ଗିରିଧାରୀ ପରିଛା): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ…

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

ବନ୍ୟାରେ ଭାଙ୍ଗିଲା ପୋଲ, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର,୧୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ନଦୀ, ନାଳରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହ ହେଉଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି।…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତ ଗିରଫ, ବହୁ ଜାଲିଆତି ସାମଗ୍ରୀ ଜବତ

ଛତ୍ରପୁର, ୧୮।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପ ଟ୍ଟନାୟକ): ବେକାର ଯୁବକ-ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ଜାଲିଆତି ଚକ୍ରର ପର୍ଦ୍ଦାଫାସ କରିଛି…

ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା: ଦନେକବାଡି-ସିର୍କାବର୍ଗ ରାସ୍ତା ଉପରେ ପଡିଲା ବିରାଟକାୟ ଗଛ

ଦାରିଙ୍ଗବାଡ଼ି, ୧୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri