ଚାଇନାକୁ ‘ପେଲୋସି’ ଝଟକା,ତାଇଓ୍ବାନ୍‌କୁ ଏକା ଛାଡ଼ିବନି ଆମେରିକା’

ତାଇପେଇ, ୪ା୮: ଚାଇନାର ନାଲିଆଖି ସତ୍ତ୍ୱେ ଆମେରିକା ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସିଙ୍କ ଦିନିକିଆ ତାଇଓ୍ବାନ ଗସ୍ତ ସୁରକ୍ଷିତ ଓ ସଫଳ ଭାବେ ଶେଷ ହୋଇଛି। ମଙ୍ଗଳବାର ରାତିରେ ଅଭୁତପୂର୍ବ ସୁରକ୍ଷା ବଳୟ ଭିତରେ ପେଲୋସିଙ୍କ ବିମାନକୁ ତାଇପେଇରେ ଅବତରଣ କରାଯିବା ଏବଂ ପରେ ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ-ଓ୍ବେନ୍‌ଙ୍କ ସହ ଆଲୋଚନା ଆଦି ସବୁକୁ ଦେଖି ଚାଇନା କେବଳ କଥା କହିବା ଛଡ଼ା ବେଶି କିଛି କରିପାରିନାହିଁ। ଫଳରେ ବେଜିଂ ଦେଇଆସିଥିବା ଧମକ ସବୁ ପେଲୋସିଙ୍କ ଗସ୍ତକୁ କୌଣସି ପ୍ରକାରେ ପ୍ରଭାବିତ କରିପାରିନାହିଁ। ଓଲଟି ପେଲୋସି ତାଇଓ୍ବାନ ମାଟିରୁ ଚାଇନାକୁ କଡ଼ା ବାର୍ତ୍ତା ଦେବା ସହ ଏହି ସ୍ବୟଂଶାସିତ ଦ୍ୱୀପକୁ ଆମେରିକା କେବେ ଏକା ଛାଡ଼ିବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଫଳରେ ପେଲୋସିଙ୍କ ଏହି ଗସ୍ତ ଯୋଗୁ ଭବିଷ୍ୟତରେ ଅନ୍ୟ ବିଦେଶୀ ନେତା ତାଇଓ୍ବାନକୁ ଯିବା ରାସ୍ତା ଏକପ୍ରକାର ଉନ୍ମୁକ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରାୟ ୧୯ ଘଣ୍ଟାର ରହଣି ପରେ ପେଲୋସି ବୁଧବାର ସେଠାରୁ ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି। ଏହାପରେ ତାଙ୍କ ଜାପାନ ଗସ୍ତ କାର୍ଯ୍ୟକ୍ରମ ରହିଛି।

ଏକ ହୋଟେଲରେ ରାତ୍ରିରହଣି ପରେ ପେଲୋସି ବୁଧବାର ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ-ଓ୍ବେନ୍‌ଙ୍କୁ ଭେଟିଥିଲେ। ଏଥିସହ ତାଇଓ୍ବାନ ପାର୍ଲାମେଣ୍ଟକୁ ସମ୍ବୋଧିତ କରିଥିଲେ। ସୁରକ୍ଷା ପ୍ରସଙ୍ଗରେ ଆମେରିକା ସର୍ବଦା ତାଇଓ୍ବାନକୁ ସହଯୋଗ କରିବ। ୪୩ ବର୍ଷ ପୂର୍ବେ ଆମେରିକା ତାଇଓ୍ବାନ ସହ ସବୁବେଳେ ଛିଡ଼ା ହେବ ବୋଲି କରିଥିବା ପ୍ରତିଶ୍ରୁତି ଆଜି ବି ପାଳନ କରୁଛି। ତାଇଓ୍ବାନ ସହ ବନ୍ଧୁତା ପାଇଁ ଗର୍ବିତ ବୋଲି ପେଲୋସି କହିଥିଲେ। ଏହି ଗସ୍ତବେଳେ ପେଲୋସି ତାଇଓ୍ବାନ ମାନବାଧିକାରୀ କର୍ମୀଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଚାଇନା ଗଣତନ୍ତ୍ର ଆନ୍ଦୋଳନରେ ସାମିଲ ଥିବା ପୂର୍ବତନ ନେତା ଉଏର କାଇକ୍ସି ମଧ୍ୟ ସାମିଲଥିଲେ।

ଚାଇନାରେ ଜେଲଦଣ୍ଡ ଭୋଗିଥିବା ହଂକଂର ପୂର୍ବତନ ବୁକ୍‌ସେଲର ଲାମ୍‌ ଓ୍ବିଙ୍ଗ୍‌-ନି, ସାମାଜିକକର୍ମୀ ଲି ମିନ୍‌-ଚିଙ୍କୁ ଭେଟି ପେଲୋସି ଆଲୋଚନା କରିଥିଲେ। ସେପଟେ ପେଲୋସିଙ୍କ ଗସ୍ତକୁ ନେଇ ଆକ୍ରମଣାତ୍ମକ ହୋଇପଡ଼ିଥିବା ଚାଇନା ତାଇଓ୍ବାନ ଏୟାର ଡିଫେନ୍ସ ଜୋନ୍‌ରେ ୨୭ ଯୁଦ୍ଧଜାହାଜ ଉଡ଼ାଇଛି। ସୀମା ନିକଟରେ ଗୁରୁବାରଠାରୁ ଲାଇଭ୍‌ ସମରାଭ୍ୟାସ ଆରମ୍ଭ କରିବ ବୋଲି ଘୋଷଣା କରିଛି। ତାଇଓ୍ବାନ ଉପରେ ଆର୍ଥିକ କଟକଣା ଲଗାଇବା ମଧ୍ୟ ଆରମ୍ଭ କରିଛି। ଚାଇନା ତାଇଓ୍ବାନର ଏକ ବଡ଼ ଟ୍ରେଡିଂ ପାର୍ଟନର। ଅର୍ଥାତ ତାଇଓ୍ବାନ ଚାଇନା ସହ ଅଧିକାଂଶ ସାମଗ୍ରୀ ରପ୍ତାନି ଓ ଆମଦାନୀ କରିଥାଏ। ମଙ୍ଗଳବାର ଚାଇନା ତାଇଓ୍ବାନ୍‌ ବିସ୍କୁଟ୍‌, ପେଷ୍ଟ୍ରି ଆଦି ସହ ୨୫ ଖାଦ୍ୟ ବ୍ରାଣ୍ଡ୍‌ ଆମଦାନୀକୁ ବନ୍ଦ କରିବା ସହ ଚାଇନା କଷ୍ଟମ୍‌ ଅଧୀନରେ ପଞ୍ଜୀକୃତ ହୋଇଥିବା ୩,୨୦୦ କମ୍ପାନୀ ମଧ୍ୟରୁ ୨,୦୬୬ କମ୍ପାନୀକୁ ସସ୍‌ପେଣ୍ଡ ତାଲିକାରେ ରଖିଥିଲା। ବୁଧବାର ବେଜିଂ ଏହି ପଡୋଶୀ ଦେଶରୁ କେତେକ ଫଳ ଏବଂ ମାଛ ଆମଦାନୀ ବନ୍ଦ କରିଛି। ଏହାସହ ତାଇଓ୍ବାନକୁ ବାଲି ରପ୍ତାନୀ ବାତିଲ କରିଛି। ସିଧାସଳଖ କୌଣସି ରାଷ୍ଟ୍ର ସହ ଯୁଦ୍ଧ ନ କରି ‘ଆର୍ଟ ଅଫ୍‌ ଓ୍ବାର’ ରଣନୀତିକୁ ଚାଇନା ଆପଣାଉଛି। ଏ

ପରି କରି ଚାଇନା ତାଇଓ୍ବାନ ଉପରେ ଚାପ ପକାଇ ବେଜିଂ କଥା ମାନିବା ପାଇଁ ବାଧ୍ୟ କରାଇବାକୁ ଉଦ୍ୟମ କରୁଛି। ତେବେ ତାଇଓ୍ବାନ ସହ ଚାଇନା ସାମ୍ରଗୀ ରପ୍ତାନି ଆମଦାନୀ ବନ୍ଦ କରିବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ବେଜିଂ ଏହି ଦ୍ୱୀପରାଷ୍ଟ୍ର ବିରୋଧରେ ଏହି ପଦକ୍ଷେପ ନେଇଛି।

ଭାରତର ସମର୍ଥନ ଲୋଡ଼ିଲା ଚାଇନା

ଓ୍ବାନ୍‌-ଚାଇନା ପଲିସି ଅନ୍ତର୍ଜାତୀୟ ସମୁଦାୟର ଏକ ବୈଶ୍ୱିକ ସହମତି ଏବଂ ଅନ୍ୟ ଦେଶ ସହିତ ଚାଇନାର ସମ୍ପର୍କର ପ୍ରମୁଖ ରାଜନୈତିକ ମୂଳଦୁଆ। ଭାରତ ପାଇଁ ଚାଇନାର ସମାନ ନୀତି କାର୍ଯ୍ୟକରେ। ତାଇଓ୍ବାନ ଚାଇନାର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏକ ରେଡ୍‌ ଲାଇନ୍‌। କେହି ଏହି ଲକ୍ଷ୍ମଣ ରେଖା ପାର କରିବା ଉଚିତ ନୁହେଁ। ଭାରତ ମଧ୍ୟ ଏହାକୁ ବୁଝିବ ଏବଂ ଚାଇନାର ଆଞ୍ଚଳିକ ଅଖଣ୍ଡତା, ସାର୍ବଭୌମତ୍ୱ ଓ ସୁରକ୍ଷା ଦିଗରେ ସମର୍ଥନ ଦେବ ବୋଲି ଆଶା ଥିବା ନୂଆଦିଲ୍ଲୀରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ସନ୍‌ ଓ୍ବେଇଡଙ୍ଗ୍‌ କହିଛନ୍ତି।

ବିଶ୍ୱ ସମୁଦାୟର ପ୍ରତିକ୍ରିୟା

ଆମେ ଏପରି ଯୁଗରେ ବାସ କରୁଛୁ ଯେଉଁଠି ରଣନୀତିକ ପ୍ରତିଯୋଗିତା ଏବଂ ଉତ୍ତେଜନା ବୃଦ୍ଧି ପାଇବାର ଲାଗିଛି। ଚାଇନା ଏ ଦିଗରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି। କିନ୍ତୁ ତାଇଓ୍ବାନ ପ୍ରସଙ୍ଗରେ ଏହା ସ୍ପଷ୍ଟ କରିଦେବାକୁ ଚାହୁଁ ଯେ ଏକପାଖିଆ ଭାବେ ଏହି ଦ୍ୱୀପର ବର୍ତ୍ତମାନ ସ୍ଥିତି ବଦଳାଯାଇପାରିବ ନାହିଁ।
-ଆନ୍ଥୋନି ଆଲବାନିଜ୍‌,
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଚାଇନାର ଲାଭଭ୍‌-ଫାୟାର ସମରାଭ୍ୟାସ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିବ। ତାଇଓ୍ବାନରେ ଶାନ୍ତି ଏବଂ ସ୍ଥିରତା କେବଳ ଜାପାନର ଜାତୀୟ ସୁରକ୍ଷା ନୁହେଁ ବରଂ ସମଗ୍ର ଅନ୍ତର୍ଜାତୀୟ ସମୁଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶାନ୍ତିପୂର୍ଣ୍ଣ ଉପାୟରେ ଏହାର ସମାଧାନ ହେବା ଉଚିତ।
-ହିରୋଗାଜୁ ମାତସୁନୋ,
ଜାପାନ ଚିଫ୍‌ କ୍ୟାବିନେଟ୍‌ ସେକ୍ରେଟାରି

ଆଞ୍ଚଳିକ ଅସ୍ଥିରତା ଏବଂ ଶାନ୍ତିଭଙ୍ଗର ମୂଳ କାରଣ ହେଉଛି ଆମେରିକା। ପେଲୋସିଙ୍କ ଗସ୍ତ ଚାଇନାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ। ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ସପକ୍ଷରେ ଉତ୍ତରକୋରିଆ ଚାଇନାକୁ ସମର୍ଥନ କରୁଛି।
-କୋଇ ସନ୍‌-ହୁଇ, ଉତ୍ତରକୋରିଆ
ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର

ଚାଇନାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରି ଆମେରିକା ବିବାଦ ସୃଷ୍ଟି କରିଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଆମେରିକାର ହସ୍ତକ୍ଷେପବାଦୀ ନୀତିର ଏହା ଆଉ ଏକ ଉଦାହରଣ। ଅସ୍ଥିରତା ଏବଂ ଅଶାନ୍ତି ବ୍ୟତୀତ ଏହାର ଅନ୍ୟକିଛି ପରିଣାମ ନାହିଁ।
-ନାସିର କନାନି, ଇରାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର

ପେଲୋସିଙ୍କ ଗସ୍ତ ଯୋଗୁ ତାଇଓ୍ବାନରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ନେଇ ପାକିସ୍ତାନ ଚିନ୍ତିତ। ସୁରକ୍ଷା ପ୍ରସଙ୍ଗରେ ବିଶ୍ୱ ଅନେକ ଗମ୍ଭୀର ସ୍ଥିତି ଦେଇ ଗତିକରୁଛି। ବୈଶ୍ୱିକ ଶାନ୍ତି, ସୁରକ୍ଷା ଏବଂ ଅର୍ଥନୀତିକୁ ପ୍ରଭାବିତ କରିବା ଭଳି ଆଉ ଏକ ସଙ୍କଟକୁ ବିଶ୍ୱ ସମ୍ଭାଳିପାରିବ ନାହିଁ।
-ଅସିମ୍‌ ଇଫ୍‌ତିଖର,
ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?