ଚାଇନାକୁ ‘ପେଲୋସି’ ଝଟକା,ତାଇଓ୍ବାନ୍‌କୁ ଏକା ଛାଡ଼ିବନି ଆମେରିକା’

ତାଇପେଇ, ୪ା୮: ଚାଇନାର ନାଲିଆଖି ସତ୍ତ୍ୱେ ଆମେରିକା ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସିଙ୍କ ଦିନିକିଆ ତାଇଓ୍ବାନ ଗସ୍ତ ସୁରକ୍ଷିତ ଓ ସଫଳ ଭାବେ ଶେଷ ହୋଇଛି। ମଙ୍ଗଳବାର ରାତିରେ ଅଭୁତପୂର୍ବ ସୁରକ୍ଷା ବଳୟ ଭିତରେ ପେଲୋସିଙ୍କ ବିମାନକୁ ତାଇପେଇରେ ଅବତରଣ କରାଯିବା ଏବଂ ପରେ ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ-ଓ୍ବେନ୍‌ଙ୍କ ସହ ଆଲୋଚନା ଆଦି ସବୁକୁ ଦେଖି ଚାଇନା କେବଳ କଥା କହିବା ଛଡ଼ା ବେଶି କିଛି କରିପାରିନାହିଁ। ଫଳରେ ବେଜିଂ ଦେଇଆସିଥିବା ଧମକ ସବୁ ପେଲୋସିଙ୍କ ଗସ୍ତକୁ କୌଣସି ପ୍ରକାରେ ପ୍ରଭାବିତ କରିପାରିନାହିଁ। ଓଲଟି ପେଲୋସି ତାଇଓ୍ବାନ ମାଟିରୁ ଚାଇନାକୁ କଡ଼ା ବାର୍ତ୍ତା ଦେବା ସହ ଏହି ସ୍ବୟଂଶାସିତ ଦ୍ୱୀପକୁ ଆମେରିକା କେବେ ଏକା ଛାଡ଼ିବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଫଳରେ ପେଲୋସିଙ୍କ ଏହି ଗସ୍ତ ଯୋଗୁ ଭବିଷ୍ୟତରେ ଅନ୍ୟ ବିଦେଶୀ ନେତା ତାଇଓ୍ବାନକୁ ଯିବା ରାସ୍ତା ଏକପ୍ରକାର ଉନ୍ମୁକ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରାୟ ୧୯ ଘଣ୍ଟାର ରହଣି ପରେ ପେଲୋସି ବୁଧବାର ସେଠାରୁ ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି। ଏହାପରେ ତାଙ୍କ ଜାପାନ ଗସ୍ତ କାର୍ଯ୍ୟକ୍ରମ ରହିଛି।

ଏକ ହୋଟେଲରେ ରାତ୍ରିରହଣି ପରେ ପେଲୋସି ବୁଧବାର ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ-ଓ୍ବେନ୍‌ଙ୍କୁ ଭେଟିଥିଲେ। ଏଥିସହ ତାଇଓ୍ବାନ ପାର୍ଲାମେଣ୍ଟକୁ ସମ୍ବୋଧିତ କରିଥିଲେ। ସୁରକ୍ଷା ପ୍ରସଙ୍ଗରେ ଆମେରିକା ସର୍ବଦା ତାଇଓ୍ବାନକୁ ସହଯୋଗ କରିବ। ୪୩ ବର୍ଷ ପୂର୍ବେ ଆମେରିକା ତାଇଓ୍ବାନ ସହ ସବୁବେଳେ ଛିଡ଼ା ହେବ ବୋଲି କରିଥିବା ପ୍ରତିଶ୍ରୁତି ଆଜି ବି ପାଳନ କରୁଛି। ତାଇଓ୍ବାନ ସହ ବନ୍ଧୁତା ପାଇଁ ଗର୍ବିତ ବୋଲି ପେଲୋସି କହିଥିଲେ। ଏହି ଗସ୍ତବେଳେ ପେଲୋସି ତାଇଓ୍ବାନ ମାନବାଧିକାରୀ କର୍ମୀଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଚାଇନା ଗଣତନ୍ତ୍ର ଆନ୍ଦୋଳନରେ ସାମିଲ ଥିବା ପୂର୍ବତନ ନେତା ଉଏର କାଇକ୍ସି ମଧ୍ୟ ସାମିଲଥିଲେ।

ଚାଇନାରେ ଜେଲଦଣ୍ଡ ଭୋଗିଥିବା ହଂକଂର ପୂର୍ବତନ ବୁକ୍‌ସେଲର ଲାମ୍‌ ଓ୍ବିଙ୍ଗ୍‌-ନି, ସାମାଜିକକର୍ମୀ ଲି ମିନ୍‌-ଚିଙ୍କୁ ଭେଟି ପେଲୋସି ଆଲୋଚନା କରିଥିଲେ। ସେପଟେ ପେଲୋସିଙ୍କ ଗସ୍ତକୁ ନେଇ ଆକ୍ରମଣାତ୍ମକ ହୋଇପଡ଼ିଥିବା ଚାଇନା ତାଇଓ୍ବାନ ଏୟାର ଡିଫେନ୍ସ ଜୋନ୍‌ରେ ୨୭ ଯୁଦ୍ଧଜାହାଜ ଉଡ଼ାଇଛି। ସୀମା ନିକଟରେ ଗୁରୁବାରଠାରୁ ଲାଇଭ୍‌ ସମରାଭ୍ୟାସ ଆରମ୍ଭ କରିବ ବୋଲି ଘୋଷଣା କରିଛି। ତାଇଓ୍ବାନ ଉପରେ ଆର୍ଥିକ କଟକଣା ଲଗାଇବା ମଧ୍ୟ ଆରମ୍ଭ କରିଛି। ଚାଇନା ତାଇଓ୍ବାନର ଏକ ବଡ଼ ଟ୍ରେଡିଂ ପାର୍ଟନର। ଅର୍ଥାତ ତାଇଓ୍ବାନ ଚାଇନା ସହ ଅଧିକାଂଶ ସାମଗ୍ରୀ ରପ୍ତାନି ଓ ଆମଦାନୀ କରିଥାଏ। ମଙ୍ଗଳବାର ଚାଇନା ତାଇଓ୍ବାନ୍‌ ବିସ୍କୁଟ୍‌, ପେଷ୍ଟ୍ରି ଆଦି ସହ ୨୫ ଖାଦ୍ୟ ବ୍ରାଣ୍ଡ୍‌ ଆମଦାନୀକୁ ବନ୍ଦ କରିବା ସହ ଚାଇନା କଷ୍ଟମ୍‌ ଅଧୀନରେ ପଞ୍ଜୀକୃତ ହୋଇଥିବା ୩,୨୦୦ କମ୍ପାନୀ ମଧ୍ୟରୁ ୨,୦୬୬ କମ୍ପାନୀକୁ ସସ୍‌ପେଣ୍ଡ ତାଲିକାରେ ରଖିଥିଲା। ବୁଧବାର ବେଜିଂ ଏହି ପଡୋଶୀ ଦେଶରୁ କେତେକ ଫଳ ଏବଂ ମାଛ ଆମଦାନୀ ବନ୍ଦ କରିଛି। ଏହାସହ ତାଇଓ୍ବାନକୁ ବାଲି ରପ୍ତାନୀ ବାତିଲ କରିଛି। ସିଧାସଳଖ କୌଣସି ରାଷ୍ଟ୍ର ସହ ଯୁଦ୍ଧ ନ କରି ‘ଆର୍ଟ ଅଫ୍‌ ଓ୍ବାର’ ରଣନୀତିକୁ ଚାଇନା ଆପଣାଉଛି। ଏ

ପରି କରି ଚାଇନା ତାଇଓ୍ବାନ ଉପରେ ଚାପ ପକାଇ ବେଜିଂ କଥା ମାନିବା ପାଇଁ ବାଧ୍ୟ କରାଇବାକୁ ଉଦ୍ୟମ କରୁଛି। ତେବେ ତାଇଓ୍ବାନ ସହ ଚାଇନା ସାମ୍ରଗୀ ରପ୍ତାନି ଆମଦାନୀ ବନ୍ଦ କରିବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ବେଜିଂ ଏହି ଦ୍ୱୀପରାଷ୍ଟ୍ର ବିରୋଧରେ ଏହି ପଦକ୍ଷେପ ନେଇଛି।

ଭାରତର ସମର୍ଥନ ଲୋଡ଼ିଲା ଚାଇନା

ଓ୍ବାନ୍‌-ଚାଇନା ପଲିସି ଅନ୍ତର୍ଜାତୀୟ ସମୁଦାୟର ଏକ ବୈଶ୍ୱିକ ସହମତି ଏବଂ ଅନ୍ୟ ଦେଶ ସହିତ ଚାଇନାର ସମ୍ପର୍କର ପ୍ରମୁଖ ରାଜନୈତିକ ମୂଳଦୁଆ। ଭାରତ ପାଇଁ ଚାଇନାର ସମାନ ନୀତି କାର୍ଯ୍ୟକରେ। ତାଇଓ୍ବାନ ଚାଇନାର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏକ ରେଡ୍‌ ଲାଇନ୍‌। କେହି ଏହି ଲକ୍ଷ୍ମଣ ରେଖା ପାର କରିବା ଉଚିତ ନୁହେଁ। ଭାରତ ମଧ୍ୟ ଏହାକୁ ବୁଝିବ ଏବଂ ଚାଇନାର ଆଞ୍ଚଳିକ ଅଖଣ୍ଡତା, ସାର୍ବଭୌମତ୍ୱ ଓ ସୁରକ୍ଷା ଦିଗରେ ସମର୍ଥନ ଦେବ ବୋଲି ଆଶା ଥିବା ନୂଆଦିଲ୍ଲୀରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ସନ୍‌ ଓ୍ବେଇଡଙ୍ଗ୍‌ କହିଛନ୍ତି।

ବିଶ୍ୱ ସମୁଦାୟର ପ୍ରତିକ୍ରିୟା

ଆମେ ଏପରି ଯୁଗରେ ବାସ କରୁଛୁ ଯେଉଁଠି ରଣନୀତିକ ପ୍ରତିଯୋଗିତା ଏବଂ ଉତ୍ତେଜନା ବୃଦ୍ଧି ପାଇବାର ଲାଗିଛି। ଚାଇନା ଏ ଦିଗରେ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି। କିନ୍ତୁ ତାଇଓ୍ବାନ ପ୍ରସଙ୍ଗରେ ଏହା ସ୍ପଷ୍ଟ କରିଦେବାକୁ ଚାହୁଁ ଯେ ଏକପାଖିଆ ଭାବେ ଏହି ଦ୍ୱୀପର ବର୍ତ୍ତମାନ ସ୍ଥିତି ବଦଳାଯାଇପାରିବ ନାହିଁ।
-ଆନ୍ଥୋନି ଆଲବାନିଜ୍‌,
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଚାଇନାର ଲାଭଭ୍‌-ଫାୟାର ସମରାଭ୍ୟାସ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିବ। ତାଇଓ୍ବାନରେ ଶାନ୍ତି ଏବଂ ସ୍ଥିରତା କେବଳ ଜାପାନର ଜାତୀୟ ସୁରକ୍ଷା ନୁହେଁ ବରଂ ସମଗ୍ର ଅନ୍ତର୍ଜାତୀୟ ସମୁଦାୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶାନ୍ତିପୂର୍ଣ୍ଣ ଉପାୟରେ ଏହାର ସମାଧାନ ହେବା ଉଚିତ।
-ହିରୋଗାଜୁ ମାତସୁନୋ,
ଜାପାନ ଚିଫ୍‌ କ୍ୟାବିନେଟ୍‌ ସେକ୍ରେଟାରି

ଆଞ୍ଚଳିକ ଅସ୍ଥିରତା ଏବଂ ଶାନ୍ତିଭଙ୍ଗର ମୂଳ କାରଣ ହେଉଛି ଆମେରିକା। ପେଲୋସିଙ୍କ ଗସ୍ତ ଚାଇନାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ। ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ସପକ୍ଷରେ ଉତ୍ତରକୋରିଆ ଚାଇନାକୁ ସମର୍ଥନ କରୁଛି।
-କୋଇ ସନ୍‌-ହୁଇ, ଉତ୍ତରକୋରିଆ
ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର

ଚାଇନାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରି ଆମେରିକା ବିବାଦ ସୃଷ୍ଟି କରିଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଆମେରିକାର ହସ୍ତକ୍ଷେପବାଦୀ ନୀତିର ଏହା ଆଉ ଏକ ଉଦାହରଣ। ଅସ୍ଥିରତା ଏବଂ ଅଶାନ୍ତି ବ୍ୟତୀତ ଏହାର ଅନ୍ୟକିଛି ପରିଣାମ ନାହିଁ।
-ନାସିର କନାନି, ଇରାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର

ପେଲୋସିଙ୍କ ଗସ୍ତ ଯୋଗୁ ତାଇଓ୍ବାନରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ନେଇ ପାକିସ୍ତାନ ଚିନ୍ତିତ। ସୁରକ୍ଷା ପ୍ରସଙ୍ଗରେ ବିଶ୍ୱ ଅନେକ ଗମ୍ଭୀର ସ୍ଥିତି ଦେଇ ଗତିକରୁଛି। ବୈଶ୍ୱିକ ଶାନ୍ତି, ସୁରକ୍ଷା ଏବଂ ଅର୍ଥନୀତିକୁ ପ୍ରଭାବିତ କରିବା ଭଳି ଆଉ ଏକ ସଙ୍କଟକୁ ବିଶ୍ୱ ସମ୍ଭାଳିପାରିବ ନାହିଁ।
-ଅସିମ୍‌ ଇଫ୍‌ତିଖର,
ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri