ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ ସମୟ ମାଗଛି। ଫେବୃଆରୀ ପ୍ରଥମ ସପ୍ତାହରେ ଆଲୋଚନା ହେବ। ସେ କହୁକହୁ ଏକ ଭିତିରି କଥା ବି କହି ଦେଇଛନ୍ତି। ଭକ୍ତ କହିଛନ୍ତି, ବିଜେଡି ବିରୋଧୀ ଦଳ, ଆମେ ବି ବିରୋଧୀ ଦଳ। ୨ ଦଳ ମିଶିଲେ ଗୋଟିଏ ପ୍ରାର୍ଥୀ ଜିତି ପାରିବେ। ଆମେ ପ୍ରାର୍ଥୀ ଦେଲେ ସେମାନେ ସମର୍ଥନ କରିବେ କି ନାହିଁ, ସେମାନେ ପ୍ରାର୍ଥୀ ଦେଲେ ଆମର ସମର୍ଥନ ମିଳିବ କି ନାହିଁ। ଦୁଇ ଦଳ ଭିତରେ ସେ ରାଜନୈତିକ ତାଳମେଳ ନାହିଁ। ଯଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଏ ତା’ହେଲେ ସପକ୍ଷରେ ଯିବୁ ବୋଲି ଭକ୍ତ କହିଛନ୍ତି।
ଅନ୍ୟପକ୍ଷରେ ଭକ୍ତଙ୍କ ଏପରି ବୟାନ ଶୁଣି ରାଜନୈତିକ ମହଲରେ ନାନା ଚର୍ଚ୍ଚା ଶୁଣିବାକୁ ମିଳୁଛି। ବିଜେଡି-କଂଗ୍ରେସର ବଡ଼ ଡିଲ୍ ହୋଇଛି କି? ଏକାଠି ହୋଇଯିବେ କି ଏହି ଦୁଇ ଦଳ ବୋଲି ଜୋରଦାର ଆଲୋଚନା ହେଉଛି।

