ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଏକପ୍ରକାର ଇସାରା ଦେଇଛି। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଯେଉଁମାନେ ଭୟଭୀତ ସେମାନେ ଏବେଠୁ ମାର୍କେଟିଂ ଆରମ୍ଭ କରିଦେଲେଣି। ଗତ ନିର୍ବାଚନରେ ସ୍ବାଧୀନ ଭାବେ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ଘାସିରାମ। ସେ ଏବେ କଂଗ୍ରେସର ଜିଲା ସଂଯୋଜକ ଅଛନ୍ତି। ଆମର ପ୍ରାର୍ଥୀ ଚୟନ ଦଳର ହାଇକମାଣ୍ଡ କରିବେ ବୋଲି ଭକ୍ତ କହିଛନ୍ତି।
ସୂଚନା ଥାଉକି, ଘାସିରାମ ୨୦୨୪ ନିର୍ବାଚନରେ ୫୦ ହଜାର ୯୪୧ ଖଣ୍ଡ ଭୋଟ ପାଇଥିଲେ। ଶରତ ପଟ୍ଟନାୟକ ୧୫ ହଜାର ୫୦୧ ଖଣ୍ଡ ଭୋଟ ପାଇଥିଲେ।